ରାଫେଲ ଡିଲର ତଦନ୍ତ ହେବ କି ନାହିଁ, ଆସନ୍ତାକାଲି ରାୟ

ନୂଆଦିଲ୍ଲୀ: ମଲିଟି ବିଲିୟନ ଡଲାର ରାଫେଲ ଯୁଦ୍ଧ ବିମାନ ଡିଲ୍‌ରେ ଅନିୟମିତ ତା ହୋଇଥିବା ଅଭିଯୋଗ ହେବା ପରେ କୋର୍ଟଙ୍କ ତତ୍ତ୍ବାବଧାନରେ ଏହାର ତଦନ୍ତ ପାଇଁ ଦାବି କରାଯାଇଛି। ତେବେ ଆସନ୍ତାକାଲି ଦେଶର ସର୍ବୋଚ୍ଚ ଅଦାଲତ ଏହା ଉପରେ ଚୂଡ଼ାନ୍ତ ରୁଲିଂ ଦେବେ। ନଭେମ୍ବର ୧୪ରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବା ସହ ରାୟ ସଂରକ୍ଷିତ ରଖିଥିଲେ। ଭାରତ ସରକାର ୫୮ ହଜାର କୋଟିରେ ଫ୍ରାନ୍ସଠାରୁ ୩୬ଟି ରାଫେଲ୍‌ ଯୁଦ୍ଧ […]

rafale-k0AD--621x414@LiveMint-951a

Hemant Lenka
  • Published: Thursday, 13 December 2018
  • , Updated: 13 December 2018, 08:28 PM IST

ନୂଆଦିଲ୍ଲୀ: ମଲିଟି ବିଲିୟନ ଡଲାର ରାଫେଲ ଯୁଦ୍ଧ ବିମାନ ଡିଲ୍‌ରେ ଅନିୟମିତ ତା ହୋଇଥିବା ଅଭିଯୋଗ ହେବା ପରେ କୋର୍ଟଙ୍କ ତତ୍ତ୍ବାବଧାନରେ ଏହାର ତଦନ୍ତ ପାଇଁ ଦାବି କରାଯାଇଛି। ତେବେ ଆସନ୍ତାକାଲି ଦେଶର ସର୍ବୋଚ୍ଚ ଅଦାଲତ ଏହା ଉପରେ ଚୂଡ଼ାନ୍ତ ରୁଲିଂ ଦେବେ।

ନଭେମ୍ବର ୧୪ରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବା ସହ ରାୟ ସଂରକ୍ଷିତ ରଖିଥିଲେ।

ଭାରତ ସରକାର ୫୮ ହଜାର କୋଟିରେ ଫ୍ରାନ୍ସଠାରୁ ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି କରିଛନ୍ତି। ତେବେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଛି।

Related story