ବୁଧବାର ସୁପ୍ରିମ୍‌କୋର୍ଟରେ କର୍ଣ୍ଣାଟକା ରାୟ

ନୂଆଦିଲ୍ଲୀ: କର୍ଣ୍ଣାଟକା ରାଜନୀତି ନାଟକ ବାବଦରେ ଆଜି ସୁପ୍ରିମ୍‌କୋର୍ଟରେ ୨୧୨ ମିନିଟ୍‌ର ଶୁଣାଣି ହୋଇଛି। ତେବେ ଏହି ମାମଲାରେ କୋର୍ଟଙ୍କ ରାୟ ବୁଧବାର ସକାଳେ ଘୋଷଣା ହେବ। ବାଚସ୍ପତି ରମେଶ କୁମାରଙ୍କ ବିରୋଧରେ ୧୫ ଜଣ ବିଦ୍ରୋହୀ ବିଧାୟକମାନଙ୍କ ଆବେଦନର ରାୟ ଆସନ୍ତାକାଲି ୧୦.୩୦ରେ ଆସିବ ବୋଲି ସୁପ୍ରିମ୍‌କୋର୍ଟ ପକ୍ଷରୁ ଶୁଣାଣି ପରେ କୁହାଯାଇଛି। ଆଜି ଦିନ ୧୧.୦୭ ସମୟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ପ୍ରଥମେ ଆବେଦନକାରୀ ବିଧାୟକଙ୍କ ପକ୍ଷରୁ ଓକିଲ ମୁକୁଲ ରୋହତଗୀ […]

supremecourt

supremecourt

Subrat Kumar Nayak
  • Published: Tuesday, 16 July 2019
  • Updated: 16 July 2019, 06:50 PM IST

Sports

Latest News

ନୂଆଦିଲ୍ଲୀ: କର୍ଣ୍ଣାଟକା ରାଜନୀତି ନାଟକ ବାବଦରେ ଆଜି ସୁପ୍ରିମ୍‌କୋର୍ଟରେ ୨୧୨ ମିନିଟ୍‌ର ଶୁଣାଣି ହୋଇଛି। ତେବେ ଏହି ମାମଲାରେ କୋର୍ଟଙ୍କ ରାୟ ବୁଧବାର ସକାଳେ ଘୋଷଣା ହେବ। ବାଚସ୍ପତି ରମେଶ କୁମାରଙ୍କ ବିରୋଧରେ ୧୫ ଜଣ ବିଦ୍ରୋହୀ ବିଧାୟକମାନଙ୍କ ଆବେଦନର ରାୟ ଆସନ୍ତାକାଲି ୧୦.୩୦ରେ ଆସିବ ବୋଲି ସୁପ୍ରିମ୍‌କୋର୍ଟ ପକ୍ଷରୁ ଶୁଣାଣି ପରେ କୁହାଯାଇଛି।

ଆଜି ଦିନ ୧୧.୦୭ ସମୟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ପ୍ରଥମେ ଆବେଦନକାରୀ ବିଧାୟକଙ୍କ ପକ୍ଷରୁ ଓକିଲ ମୁକୁଲ ରୋହତଗୀ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଥିଲେ ଯେ ବାଚସ୍ପତିଙ୍କ ଦେଖିବାର ଅଛି ଏହି ଇସ୍ତଫା ସେମାନେ ନିଜଆଡ଼ୁ ସ୍ୱତଃପ୍ରବୃତ୍ତ ଭାବେ ଦେଇଛନ୍ତି କି ନା। ସେମାନେ ବିଜେପି ସଦସ୍ୟଙ୍କୁ ଭେଟିଥିବା ଏବଂ ଭିନ୍ନ ଏକ ଦଳରେ ଯୋଗଦେଉଥିବା ଆଦି ଅଭିଯୋଗର କୌଣସି ପ୍ରମାଣ ନାହିଁ। ସେମାନଙ୍କ ସଦସ୍ୟତା ରଦ୍ଦ କରିବାର ପ୍ରୟାସ କେବଳ ସେମାନଙ୍କ ଇସ୍ତଫାକୁ ରୋକିବା ପାଇଁ ଉଦ୍ଦିଷ୍ଟ।

ରୋହତଗୀ କାଲବୁର୍ଗୀ ବିଜେପି ସାଂସଦ ଉମେଶ ଯାଦବଙ୍କ ଉଦାହରଣ ଦେଇ ଶ୍ରୀ ରୋହତଗୀ କହିଥିଲେ, ସେ କଂଗ୍ରେସରୁ ବିଜେପି ଯିବାପରେ ହିଁ ବାଚସ୍ପତି ତାଙ୍କ ଇସ୍ତଫା ଗ୍ରହଣ କରିଥିଲେ। ବାଚସ୍ପତି ଏକ ପ୍ରକାର ମାମଲାରେ କିପରି ଭିନ୍ନ ଭିନ୍ନ ଆଭିମୁଖ୍ୟ ରଖିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଧାୟକମାନେ ନିଜେ ଯାଇ ବାଚସ୍ପତିଙ୍କୁ ଭେଟିବା ସହ ଇସ୍ତଫା ଦେବା ପରେ ମଧ୍ୟ ସେ ତାହାକୁ ଗ୍ରହଣ ନକରିବା ସ୍ପଷ୍ଟ ଦର୍ଶାଉଛି ଯେ ସେ ନିରପେକ୍ଷତା ଅବଲମ୍ବନ କରୁନାହାନ୍ତି। ପିପୁଲସ ଆକ୍ଟର ଧାରା ୧୯୦ ଅନୁଯାୟୀ ବିଧାୟକମାନେ ଯଦି ଭାବନ୍ତି ଯେ ସରକାର ଯଥେଷ୍ଟ କାମ କରୁନାହାନ୍ତି ଏବଂ ସେମାନେ ପୁଣି ନିର୍ବାଚିତ ହେବାକୁ ଚାହାନ୍ତି, ତା'ହେଲେ ସେ ଇସ୍ତଫା ଦେଇପାରିବେ।

ବିଦ୍ରୋହୀ ବିଧାୟକଙ୍କ ପଦ ଅସିଦ୍ଧ କିମ୍ବା ତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ କଂଗ୍ରେସ ଏବଂ ଜେଡିଏସ୍‌ ନେତାମାନେ ଧମକାଉଥିବା କହିବା ସହ ଶ୍ରୀ ରୋହତଗୀ କହିଛନ୍ତି ସେମାନେ ଇସ୍ତଫା ଦେବାପରେ ଯାଇ ଦଳୀୟ ହ୍ୱିପ୍‌ ଜାରି କରାଯାଇଛି। ତେଣୁ ହ୍ୱିପ୍‌ ଉଲ୍ଲଂଘନ କଲେ ଏବଂ କୌଣସି ଅଧିବେଶନରେ ଯୋଗ ନଦେଲେ ମଧ୍ୟ ସେମାନଙ୍କ ସଦସ୍ୟତା ରଦ୍ଦ କରାଯାଇପାରିବ ନାହିଁ।

ବିଧାୟକଙ୍କ ପକ୍ଷରୁ ଲଢ଼ୁଥିବା ଶ୍ରୀ ରୋହତଗୀ କହିଛନ୍ତି, ବାଚସ୍ପତି ସେମାନଙ୍କ ଇସ୍ତଫା ଗ୍ରହଣ କରିବା ବ୍ୟତୀତ ଅନ୍ୟ କିଛି ବାଟ ନାହିଁ। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି, ବିଦ୍ରୋହୀ ବିଧାୟକମାନେ ଇସ୍ତଫା ଦେବା ପଛରେ ବିଜେପିର କୌଣସି ହାତ ନାହିଁ। ସ୍ୱତନ୍ତ୍ର ବିମାନ ସେମାନେ ନିଜେ ଭଡ଼ା କରି ନେଇଥିଲେ। ସେ କହିଛନ୍ତି ନୂଆ ସରକାର ହେଲେ ସେମାନେ ମନ୍ତ୍ରୀ ମଧ୍ୟ ହୋଇପାରିବେ ଏବଂ ପୁଣି ନିର୍ବାଚିତ ହୋଇପାରିବେ। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିଲେ ମଧ୍ୟ ବାଚସ୍ପତି ସେମାନଙ୍କୁ ଟ୍ରଷ୍ଟ ଭୋଟ୍‌ରେ ସରକାରଙ୍କ ସମର୍ଥନ ଦେବାପାଇଁ ଏକପ୍ରକାର ବାଧ୍ୟ କରୁଛନ୍ତି।

ଏହାପରେ କୋର୍ଟସ୍ପଷ୍ଟ କରିଦେଇଥିଲେ ଯେ ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ। କିନ୍ତୁ ବାଚସ୍ପତି ଖଣ୍ଡପୀଠ ଠାରୁ କେଉଁ ପ୍ରକାର ନିର୍ଦ୍ଦେଶ ଚାହୁଁଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ପକ୍ଷରୁ ଓକିଲ ରାଜୀବ ଧୱନ୍‌ କୋର୍ଟଙ୍କୁ କହିଥିଲେ, ବାଚସ୍ପତିଙ୍କୁ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇ ପାରିବନି। ଇସ୍ତଫାପତ୍ର ନିୟମାନୁଯାୟୀ ଠିକ୍‌ ନଥିବାରୁ ସନ୍ଧ୍ୟା ୬ଟା ସୁଦ୍ଧା ସେ ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇପାରିବେନି। ଏହି ବିଦ୍ରୋହୀ ବିଧାୟକମାନେ ସରକାର ଭାଙ୍ଗିବାକୁ ଏପରି କରୁଛନ୍ତି ବୋଲି ସେ କୋର୍ଟଙ୍କୁ କହିଥିଲେ।

ସେହିଭଳି ବାଚସ୍ପତିଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ଅଭିଷେକ ମନୁ ସିଙ୍ଗଭୀ କହିଥିଲେ ଯେ ଗତ ବର୍ଷ ବିଏସ୍‌ ୟେଦ୍ଦୁରପ୍ପାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରାଯିବା ସମୟରେ ମଧ୍ୟରାତ୍ରିରେ ହୋଇଥିବା ଶୁଣାଣିରେ ବାଚସ୍ପତିଙ୍କୁ କୋର୍ଟ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇନଥିଲା। ସେ କହିଥିଲେ ବାଚସ୍ପତି ବିଧାୟକଙ୍କ ଇସ୍ତଫା ଗ୍ରହଣ କରିବା କିମ୍ବା ତାଙ୍କ ପଦକୁ ଅସିଦ୍ଧ ଘୋଷଣା କରିବା ଉପରେ ବୁଧବାର ସୁଦ୍ଧା ନିଷ୍ପତ୍ତି ନେବେ, କିନ୍ତୁ ଏହା ପୂର୍ବରୁ କୋର୍ଟ ଲାଗୁ କରିଥିବା ‘ଷ୍ଟାଟସ୍‌ କୋ’ ଆଦେଶକୁ ଉଠାଇବାକୁ ହେବ।

ବୁଧବାର ଆସ୍ଥା ଭୋଟ୍‌ ପାଇଁ ବାଚସ୍ପତି ରମେଶ କୁମାର ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆସ୍ଥା ଭୋଟ୍‌ରେ ମୁମ୍ବାଇରେ ଥିବା ବିଦ୍ରୋହୀ ବିଧାୟକମାନେ ଯୋଗଦେବେ ନାହିଁ ବୋଲି ଚର୍ଚ୍ଚା ହେଉଛି। ଆସ୍ଥା ଭୋଟ୍‌ର ୨ ଦିନ ପୂର୍ବରୁ ସୁପ୍ରିମ୍‌କୋର୍ଟରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା। ଆସନ୍ତାକାଲି ସର୍ବୋଚ୍ଚ ନ୍ୟାୟାଳୟରେ ଆସିବାକୁ ଥିବା ରାୟ କର୍ଣ୍ଣାଟକା ନାଟକର ଯବନିକା ଟାଣିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story