ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ଅବିବାହିତ ମା’ ହୋଇପାରିବେ ନିଜ ଛୁଆର ଏକକ ଆଇନଗତ ଅଭିଭାବକ

ନୂଆଦିଲ୍ଲୀ: ଅବିବାହିତ ମା’ ମାନଙ୍କ ପାଇଁ ସୋମବାର ସୁପ୍ରିମକୋର୍ଟ ଶୁଣାଇଛନ୍ତି ଏକ ଐତିହାସିକ ରାୟ। କୋର୍ଟ କହିଛନ୍ତି, ଅବିବାହିତ ମା’ମାନେ  ନିଜ ପିଲାର ସୋଲ୍ ଲିଗାଲ୍ ଗାର୍ଡିଆନ ବା ଏକକ ଆଇନଗତ ଅଭିଭାବକ ହୋଇପାରିବ। ଏଥିପାଇଁ ବାପାଙ୍କ ଅନୁମତି ଆବଶ୍ୟକ ନାହିଁ। ଜଷ୍ଟିସ ବିକ୍ରମଜିତ୍ ସେନଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହି ଐତିହାସିକ ଫଇସଲା ଶୁଣାଇଛନ୍ତି। ଏହି ବେଞ୍ଚ କହିଛନ୍ତି,ଏହିଭଳି ମାମଲା ଗୁଡିକରେ ଛୁଆର ହିତକୁ ଦୃଷ୍ଟିରେ ରଖି ତା’ର ବାପାଙ୍କୁ ନୋଟିସ ଦେବାର ଆବଶ୍ୟକତା ନାହିଁ। […]

Supreme_Court

Rakesh Mallick
  • Published: Monday, 06 July 2015
  • , Updated: 06 July 2015, 02:56 PM IST

ନୂଆଦିଲ୍ଲୀ: ଅବିବାହିତ ମା’ ମାନଙ୍କ ପାଇଁ ସୋମବାର ସୁପ୍ରିମକୋର୍ଟ ଶୁଣାଇଛନ୍ତି ଏକ ଐତିହାସିକ ରାୟ। କୋର୍ଟ କହିଛନ୍ତି, ଅବିବାହିତ ମା’ମାନେ  ନିଜ ପିଲାର ସୋଲ୍ ଲିଗାଲ୍ ଗାର୍ଡିଆନ ବା ଏକକ ଆଇନଗତ ଅଭିଭାବକ ହୋଇପାରିବ। ଏଥିପାଇଁ ବାପାଙ୍କ ଅନୁମତି ଆବଶ୍ୟକ ନାହିଁ। ଜଷ୍ଟିସ ବିକ୍ରମଜିତ୍ ସେନଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହି ଐତିହାସିକ ଫଇସଲା ଶୁଣାଇଛନ୍ତି। ଏହି ବେଞ୍ଚ କହିଛନ୍ତି,ଏହିଭଳି ମାମଲା ଗୁଡିକରେ ଛୁଆର ହିତକୁ ଦୃଷ୍ଟିରେ ରଖି ତା’ର ବାପାଙ୍କୁ ନୋଟିସ ଦେବାର ଆବଶ୍ୟକତା ନାହିଁ। ତାଙ୍କୁ ପକ୍ଷଭୁକ୍ତ କରିବା ଆବଶ୍ୟକତା ନାହିଁ। ଜଣେ ଅବିବାହିତ ମହିଳା ଛୁଆର ଆଇନତଃ ସୋଲ୍ ଗାର୍ଡିଆନ (ଏକକ ଅଭିଭାବକ) ହେବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଆଉ ଗାର୍ଡିଆନସିପ୍ ପାଇଁ ଶିଶୁର ବାପାର ମଞ୍ଜୁରୀ ନେଇ ରହିଥିବା ଆଇନକୁ ସେ ଚ୍ୟାଲେଞ୍ଚ କରିଥିଲେ। ସେ ଯୁକ୍ତି ବାଢିଥିଲେ ଯେ ଯାହା ସହିତ ତାଙ୍କର  ବିବାହ ହୋଇନାହିଁ କି ଛୁଆ ସଂପର୍କରେ ତା’ ବାପା ପାଖରେ କୌଣସି ସୂଚନା ନାହିଁ ସେହିଭଳି ଜଣେ ବ୍ୟକ୍ତିଙ୍କ ମଞ୍ଜୁରୀ କାହିଁକି ଜରୁରୀ ହେବ। ସେ ଆହୁରି ମଧ୍ୟ ଯୁକ୍ତି କରିଥିଲେ ଯେ ଛୁଆର ଲାଲନପାଳନରେ ତା’ବାପାର କୌଣସି ଭୂମିକା ନାହିଁ। ଏଭଳି କ୍ଷେତ୍ରରେ ତାଙ୍କର ମଂଜୁରୀ କାହିଁକି ଜରୁରୀ ହେବ।

ଏହା ପୂର୍ବରୁ ଆଇନ ରହିଥିଲା, ଛୁଆର ଏକକ ଆଇନଗତ ଅଭିଭାବକ ହେବା ପାଇଁ ତା’ର ବାପାର ଅନୁମତି ଜରୁରୀ । ଏହି ମହିଳା ଜଣକ ପ୍ରଥମେ ଏ ମାମଲା ନେଇ ଦିଲ୍ଲୀର ଏକ କୋର୍ଟ ଓ ପରେ ଦିଲ୍ଳୀ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ଉଭୟ କୋର୍ଟରେ ରାୟ ତାଙ୍କ ବିପକ୍ଷରେ ଯାଇଥିଲା। ଏହା ପରେ ସେ ସୁପ୍ରିମକୋର୍ଟକୁ ଯାଇଥିଲେ।

Related story