ସୁରତ: ସୁରତର ରଥଯାତ୍ରା ପାଳନ ପରମ୍ପରା ବହୁ ବର୍ଷ ପୂରୁଣା। ଏଠାରେ ଥିବା ଇସ୍କନ ମନ୍ଦିରର ରଥଯାତ୍ରା ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା। ଏଠାରେ ୧୭ କିଲୋମିଟରର ମାର୍ଗରେ ରଥ ଟଣାଯାଇଥାଏ, ଯେଉଁଥିରେ ଯୋଗଦେବା ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁ ଆସିଥା’ନ୍ତି। ସୁରତର ରେଲୱେ ଷ୍ଟେସନ୍ ଅଞ୍ଚଳରୁ ବାହାରୁଥିବା ଏହି ରଥଯାତ୍ରାରେ ଜନଗହଳି ଦେଖିଲେ ଆଖି ଖୋସି ହୋଇଯିବ। ପୁରୀ ରଥଯାତ୍ରା ପରି ଏଠାରେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ସହ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ମଧ୍ୟ ରଥଯାତ୍ରାରେ ଭକ୍ତଙ୍କ ଦର୍ଶନାର୍ଥେ ଆସନ୍ତି।
ଆଜି ସୁରତ ସହରର କୋଣ ଅନୁକୋଣରେ ହରେକୃଷ୍ଣ- ହରେରାମ ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି। ୬ ଘଣ୍ଟାରେ ଏହି ୧୭ କିଲୋମିଟରର ରାସ୍ତା ଅତିକ୍ରମ କରି ରଥ ଜାହାଙ୍ଗୀରପୁରାସ୍ଥିତ ଇସ୍କନ୍ ମନ୍ଦିରରେ ପହଞ୍ଚିଥିଲା। ଏହି ରଥଯାତ୍ରା ପାଇଁ ୫ ହଜାର କିଲୋ ଓଜନର ମିଠା ପ୍ରସ୍ତୁତ କରାଯାଇଥିଲା, ଯାହା ରଥଯାତ୍ରା ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ଗତ ୧୯ରେ ସଂସଦ ଏଣ୍ଟ୍ରି ଗେଟରେ ‘ଆମ୍ବେଦକର’ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଠେଲା ପେଲା ହୋଇଥିଲା। ଏଥିରେ ଦୁଇ ଜଣ ବିଜେପି ସାଂସଦ ଆହତ ହୋଇଥିଲେ।
National
ଛତିଶଗଡ଼ ମହିଳା ଯୋଜନାର ହିତାଧିକାରୀ ସନ୍ନି ଲିଓନି, ମାସିକ ଭତ୍ତା ହଜାରେ
ଛତିଶଗଡ଼ ସରକାର ବିବାହିତ ମହିଳାଙ୍କୁ ମହତାରି ବନ୍ଦନ ଯୋଜନାରେ ପ୍ରତି ମାସରେ ୧୦୦୦ ଟଙ୍କା ଦିଅନ୍ତି। ଏହାର ହିତାଧିକାରୀ ତାଳିକାରେ ରହିଛି ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାଁ।
National
୧୩ କୋଟିର ଘଣ୍ଟା ଆଣିଲେ ଦମ୍ପତି, ବାନ୍ଧିଲା ପୁଲିସ
ଦୁବାଇରୁ ପ୍ରାୟ ୧୩ କୋଟି ଟଙ୍କା ମୂଲ୍ୟର ଦୁଇଟି ଦାମୀ ଘଣ୍ଟା ଚୋରା ଚାଲାଣ କରିବା ଅଭିଯୋଗରେ ରାଜସ୍ଥାନର ଜଣେ ସ୍ୱାମୀ-ସ୍ତ୍ରୀଙ୍କୁ ଶୁକ୍ରବାର ଅହମ୍ମଦାବାଦ ବିମାନବନ୍ଦରରୁ ପୁଲିସ ଗିରଫ କରିଛି।
National
ଉଇ ଖାଇଗଲା ଲକର୍ର ୧୮ ଲକ୍ଷ
୧୮ ଲକ୍ଷ ଟଙ୍କାର ନୋଟ୍ ଖାଇ ସଫାଚଟ୍ କରିଦେଇଛି ଉଇ। ବ୍ୟାଙ୍କ ପକ୍ଷରୁ ଟଙ୍କାଟେ ବି କ୍ଷତିପୂରଣ ପାଇଲେନି ବିଚାରୀ ମହିଳା।
National
ଏନ୍କାଉଣ୍ଟର, ଟଳିଲେ ୩ ଖଲିସ୍ତାନୀ ଆତଙ୍କୀ
ଘଟଣାସ୍ଥଳରୁ ଦୁଇଟି AK-47 ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୁଲିସ।