ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ସୁରତ, ରଥ ଟାଣିଲେ ଶହ ଶହ ଶ୍ରଦ୍ଧାଳୁ

ସୁରତ: ସୁରତର ରଥଯାତ୍ରା ପାଳନ ପରମ୍ପରା ବହୁ ବର୍ଷ ପୂରୁଣା। ଏଠାରେ ଥିବା ଇସ୍କନ ମନ୍ଦିରର ରଥଯାତ୍ରା ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା। ଏଠାରେ ୧୭ କିଲୋମିଟରର ମାର୍ଗରେ ରଥ ଟଣାଯାଇଥାଏ, ଯେଉଁଥିରେ ଯୋଗଦେବା ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁ ଆସିଥା’ନ୍ତି। ସୁରତର ରେଲୱେ ଷ୍ଟେସନ୍‌ ଅଞ୍ଚଳରୁ ବାହାରୁଥିବା ଏହି ରଥଯାତ୍ରାରେ ଜନଗହଳି ଦେଖିଲେ ଆଖି ଖୋସି ହୋଇଯିବ। ପୁରୀ ରଥଯାତ୍ରା ପରି ଏଠାରେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ସହ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ମଧ୍ୟ […]

Rathajatra

Subrat Kumar Nayak
  • Published: Thursday, 04 July 2019
  • , Updated: 04 July 2019, 05:54 PM IST

ସୁରତ: ସୁରତର ରଥଯାତ୍ରା ପାଳନ ପରମ୍ପରା ବହୁ ବର୍ଷ ପୂରୁଣା। ଏଠାରେ ଥିବା ଇସ୍କନ ମନ୍ଦିରର ରଥଯାତ୍ରା ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା। ଏଠାରେ ୧୭ କିଲୋମିଟରର ମାର୍ଗରେ ରଥ ଟଣାଯାଇଥାଏ, ଯେଉଁଥିରେ ଯୋଗଦେବା ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁ ଆସିଥା’ନ୍ତି। ସୁରତର ରେଲୱେ ଷ୍ଟେସନ୍‌ ଅଞ୍ଚଳରୁ ବାହାରୁଥିବା ଏହି ରଥଯାତ୍ରାରେ ଜନଗହଳି ଦେଖିଲେ ଆଖି ଖୋସି ହୋଇଯିବ। ପୁରୀ ରଥଯାତ୍ରା ପରି ଏଠାରେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ସହ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ମଧ୍ୟ ରଥଯାତ୍ରାରେ ଭକ୍ତଙ୍କ ଦର୍ଶନାର୍ଥେ ଆସନ୍ତି।

ଆଜି ସୁରତ ସହରର କୋଣ ଅନୁକୋଣରେ ହରେକୃଷ୍ଣ- ହରେରାମ ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି। ୬ ଘଣ୍ଟାରେ ଏହି ୧୭ କିଲୋମିଟରର ରାସ୍ତା ଅତିକ୍ରମ କରି ରଥ ଜାହାଙ୍ଗୀରପୁରାସ୍ଥିତ ଇସ୍କନ୍‌ ମନ୍ଦିରରେ ପହଞ୍ଚିଥିଲା। ଏହି ରଥଯାତ୍ରା ପାଇଁ ୫ ହଜାର କିଲୋ ଓଜନର ମିଠା ପ୍ରସ୍ତୁତ କରାଯାଇଥିଲା, ଯାହା ରଥଯାତ୍ରା ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।

Related story