କିଏ କହିଦେବ ଗୀତାର ଠିକଣା ? ସୁଷମା ଘୋଷଣା କଲେ ଲକ୍ଷେ ଟଙ୍କାର ପୁରସ୍କାର

ନୂଆଦିଲ୍ଲୀ: ପାକିସ୍ତାନରୁ ଉଦ୍ଧାର ଭାରତୀୟ ଝିଅ ଗୀତାର ପରିବାର ସମ୍ପର୍କରେ ସୂଚନା ଦେଲେ ମିଳିବ ଏକ ଲକ୍ଷ ଟଙ୍କା।   ଆଜି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱାରାଜ୍ ଏନେଇ ଘୋଷଣା କରିଛନ୍ତି।   ବହୁ ବ୍ୟକ୍ତି ଗୀତାକୁ ନିଜ ଝିଅ ଭାବେ ଦାବି କରୁଥିବା ବେଳେ ବର୍ତ୍ତମାନ ଯାଏ ଏନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ ।  ତେବେ ଆଜି ଗଣମାଧ୍ୟମ ଜରିଆରେ ଗୀତାର ପରିବାରକୁ ଆହ୍ୱାନ କରିଛନ୍ତି ସୁଷମା।   ଗତ ୧୫ ବର୍ଷ ତଳେ ଗୀତାକୁ ସମଝୌତା […]

geeta

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 04:58 PM IST

ନୂଆଦିଲ୍ଲୀ: ପାକିସ୍ତାନରୁ ଉଦ୍ଧାର ଭାରତୀୟ ଝିଅ ଗୀତାର ପରିବାର ସମ୍ପର୍କରେ ସୂଚନା ଦେଲେ ମିଳିବ ଏକ ଲକ୍ଷ ଟଙ୍କା।   ଆଜି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱାରାଜ୍ ଏନେଇ ଘୋଷଣା କରିଛନ୍ତି।   ବହୁ ବ୍ୟକ୍ତି ଗୀତାକୁ ନିଜ ଝିଅ ଭାବେ ଦାବି କରୁଥିବା ବେଳେ ବର୍ତ୍ତମାନ ଯାଏ ଏନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ ।  ତେବେ ଆଜି ଗଣମାଧ୍ୟମ ଜରିଆରେ ଗୀତାର ପରିବାରକୁ ଆହ୍ୱାନ କରିଛନ୍ତି ସୁଷମା।   ଗତ ୧୫ ବର୍ଷ ତଳେ ଗୀତାକୁ ସମଝୌତା ଏକ୍ସପ୍ରେସ୍‌ରୁ ଉଦ୍ଧାର କରିଥିଲା ପାକିସ୍ତାନ ସେନା।

ତେବେ ଗୀତା ମୂକ ଓ ବଧିର ହୋଇଥିବାରୁ ପାକିସ୍ତାନ ସରକାର ଗୀତାର ଠିକଣା ସମ୍ପର୍କରେ କୌଣସି ସୂଚନା ପାଇ ନ ଥିଲେ।   ଦୀର୍ଘ ଦିନର ଚେଷ୍ଟା ପରେ ଚଳିତ ବର୍ଷ ଗୀତାକୁ ବୈଦେଶିକ ମନ୍ତ୍ରଣାଳୟ  ସ୍ୱେଦେଶ ଫେରାଇ ଆଣିବାରେ ସଫଳ ହୋଇଥିଲା ।  ପରେ ଗୀତାଙ୍କ ପିତା ବୋଲି ଦାବି କରୁଥିବା ଜନାର୍ଦ୍ଦନ ମାହାତୋ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସେ ଚିହ୍ନି ପାରି  ନଥିଲେ। ତେଣୁ ଗୀତାଙ୍କ ଡିଏନଏ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଇନ୍ଦୋରର ମୂକ-ବଧିର ସଂସ୍ଥାରେ ତାଙ୍କୁ ରଖାଯିବ ବୋଲି  ପୂର୍ବରୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସୂଚନା ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ ତା’ ପରିବାର ସମ୍ପର୍କରେ ପ୍ରକୃତ ସୂଚନା ମିଳିଲା ନାହିଁ।

Related story