ଭାରତ ଆଇଆଇଟି,ଏମ୍ସ ତିଆରି କରୁଥିବା ବେଳେ ପାକିସ୍ତାନ ତିଆରି କରୁଛି ଲସ୍କର-ଇ-ତୋଇବା: ସୁଷମା ସ୍ୱରାଜ

ଭୁବନେଶ୍ୱର (ଓଡ଼ିଶ ରିପୋର୍ଟର): ମିଳିତ ଜାତିସଂଘର ସାଧାରଣ ପରିଷଦରେ ସିଧାସଳଖ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ସୁଷମା ସ୍ୱରାଜ। ପାକିସ୍ତାନ ଆତଙ୍କବାଦୀ ରପ୍ତାନୀର ଫ୍ୟାକ୍ଟ୍ରି ପାଲଟିଛି। ଏକା ସମୟରେ ଭାରତ ଓ ପାକିସ୍ତାନ ସ୍ୱାଧୀନ ହୋଇଥିଲେ  କିନ୍ତୁ ଭାରତ ଡାକ୍ତର ଇଂଜିନିୟରଙ୍କୁ ଜନ୍ମ ଦେଇଥିବା ବେଳେ ପାକିସ୍ତାନ ଆତଙ୍କବାଦୀ ତିଆରି କରୁଛି। ଭାରତ ଗରିବୀ ବିରୋଧରେ ଲଢ଼େଇ କରୁଥିବା ବେଳେ ପାକିସ୍ତାନ ଆମ ସହିତ ଲଢୁଛି। ଭାରତ ବିଶ୍ୱରେ ଏକ ହାଇଟେକ୍ ସୁପର ପାଓ୍ୱାରରେ ପରିଣତ ହୋଇଥିବା ବେଳେ […]

ssss-1

ssss-1

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 10:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶ ରିପୋର୍ଟର): ମିଳିତ ଜାତିସଂଘର ସାଧାରଣ ପରିଷଦରେ ସିଧାସଳଖ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ସୁଷମା ସ୍ୱରାଜ। ପାକିସ୍ତାନ ଆତଙ୍କବାଦୀ ରପ୍ତାନୀର ଫ୍ୟାକ୍ଟ୍ରି ପାଲଟିଛି। ଏକା ସମୟରେ ଭାରତ ଓ ପାକିସ୍ତାନ ସ୍ୱାଧୀନ ହୋଇଥିଲେ  କିନ୍ତୁ ଭାରତ ଡାକ୍ତର ଇଂଜିନିୟରଙ୍କୁ ଜନ୍ମ ଦେଇଥିବା ବେଳେ ପାକିସ୍ତାନ ଆତଙ୍କବାଦୀ ତିଆରି କରୁଛି। ଭାରତ ଗରିବୀ ବିରୋଧରେ ଲଢ଼େଇ କରୁଥିବା ବେଳେ ପାକିସ୍ତାନ ଆମ ସହିତ ଲଢୁଛି। ଭାରତ ବିଶ୍ୱରେ ଏକ ହାଇଟେକ୍ ସୁପର ପାଓ୍ୱାରରେ ପରିଣତ ହୋଇଥିବା ବେଳେ ପାକିସ୍ତାନର ପରିଚୟ ହେଲା ଆତଙ୍କବାଦ ରପ୍ତାନୀକାରି ଫ୍ୟାକ୍ଟ୍ରି। ଭାରତ ଆଇଆଇଟି,ଏମ୍ସ, ଇସ୍ରୋ ପ୍ରତିଷ୍ଠା କରିଥିବା ବେଳେ ପାକିସ୍ତାନ ପ୍ରତିଷ୍ଠା କରିଛି ଲସ୍କର-ଇ-ତୋଇବା, ଜୈସ୍ ଏ ମହମ୍ମଦ, ହକାନି ନେଟଓ୍ୱର୍କ ଓ ହିଜବୁଲ ମୁଜାହିଦ୍ଦିନ ପରି ଆତଙ୍କବାଦୀ ସଂଗଠନ। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ହିନ୍ଦିରେ ସମ୍ବୋଧନ କରି କହିଛନ୍ତି, ଭାରତ ବହୁ ଆଗରୁ ଆତଙ୍କବାଦର ଶିକାର ହୋଇ ଆସିଛି। ସେତେବେଳେ ବିଶ୍ୱର ଅନେକ ଦେଶ  ଏହାକୁ ଆତଙ୍କବାଦ ଆଇନ ଶୃଙ୍ଖଳା ସମସ୍ୟା ବୋଲି କହୁଥିଲେ। କିନ୍ତୁ ଏବେ ତାହା ସାରା ମାନବଜାତି ପ୍ରତି ବିପଦ ସୃଷ୍ଟି କରିଛି।  ଆତଙ୍କବାଦର ମୁକାବିଲା କରିବାକୁ ସାରା ବିଶ୍ୱକୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି ସୁଷମା ସ୍ୱରାଜ। ଆତଙ୍କବାଦ ଓ ଆତଙ୍କବାଦୀର ସଂଜ୍ଞାକୁ ନେଇ ଅନେକ ଦେଶ ମଧ୍ୟରେ ମତଭେଦ ଅଛି,  ଯଦି ଏପରି ହୁଏ  ତେବେ କିପରି ଆତଙ୍କବାଦକୁ ମୁକାବିଲା କରାଯାଇପାରିବ ବୋଲି ପ୍ରଶ୍ନ କରିଛନ୍ତି ସୁଷମା। ମିଳିତ ଜାତିସଂଘର ସଂସ୍କାର ଓ ଜଳବାୟୁ ପରିବର୍ତ୍ତନ ଉପରେ ମଧ୍ୟ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ସୁଷମା ସ୍ୱରାଜ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos