ଇସ୍ତାନବୁଲର ଅତାତୁର୍କ ବିମାନବନ୍ଦରରେ ଆତଙ୍କବାଦୀ ଆକ୍ରମଣ, ୩୬ ମୃତ,୧୦୦ ଆହତ

ଇସ୍ତାନବୁଲ: ତୁର୍କୀ ଇସ୍ତାନବୁଲର ଅତାତୁର୍କ ବିମାନବନ୍ଦରରେ ‍ଏକ ବଡଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କ ଗୁଳିମାଡ ଓ ଆତ୍ମଘାତି ବିସ୍ଫୋରଣରେ ୩୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣରେ ୨ ଜଣ ସୁରକ୍ଷାକର୍ମୀଙ୍କର ପ୍ରାଣହାନି ହୋଇଛି। ଗତକାଲି ରାତି ୧୦ ଟା ବେଳେ ଆତଙ୍କବାଦୀମାନେ ବିମାନବନ୍ଦର ଟର୍ମିନାଲ ନିକଟରେ ଥିବା ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଆଖିବୁଜା ଗୁଳି ଚାଳନା କରିଥିଲେ। ପରେ ମାନବବୋମା ହୋଇ ଆସିଥିବା ୩ ଜଣ […]

TURKEY-AIRPORT-ATTACKS

Rakesh Mallick
  • Published: Wednesday, 29 June 2016
  • , Updated: 04 May 2017, 03:44 PM IST

ଇସ୍ତାନବୁଲ: ତୁର୍କୀ ଇସ୍ତାନବୁଲର ଅତାତୁର୍କ ବିମାନବନ୍ଦରରେ ‍ଏକ ବଡଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କ ଗୁଳିମାଡ ଓ ଆତ୍ମଘାତି ବିସ୍ଫୋରଣରେ ୩୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣରେ ୨ ଜଣ ସୁରକ୍ଷାକର୍ମୀଙ୍କର ପ୍ରାଣହାନି ହୋଇଛି।

ଗତକାଲି ରାତି ୧୦ ଟା ବେଳେ ଆତଙ୍କବାଦୀମାନେ ବିମାନବନ୍ଦର ଟର୍ମିନାଲ ନିକଟରେ ଥିବା ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଆଖିବୁଜା ଗୁଳି ଚାଳନା କରିଥିଲେ। ପରେ ମାନବବୋମା ହୋଇ ଆସିଥିବା ୩ ଜଣ ଆତଙ୍କବାଦୀ ଜଣଙ୍କ ପରେ ଜଣେ ନିଜକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ।  ଏହି ଘଟଣା ପରେ ଦେଶର ସବୁଠାରୁ ବ୍ୟସ୍ତତମ ଅତାତୁର୍କ ବିମାନବନ୍ଦରକୁ ସମସ୍ତ ବିମାନ ଚଳାଚଳକୁ ବାତିଲ କରି ଦିଆଯାଇଛି। ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରି ନ ଥିବା ବେଳେ ଏହା ପଛରେ ଆଇଏସ୍‌ଆଇଏସ୍‌ ରହିଥିବା ତୁର୍କୀ ପ୍ରଧାନମନ୍ତ୍ରୀ କହିଛନ୍ତି।

ଚଳିତବର୍ଷ ଇସ୍ତାନବୁଲରେ ଏହା ଚତୁର୍ଥ ଆତଙ୍କବାଦୀ ଆକ୍ରମଣ ଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନିନ୍ଦା କରିଛନ୍ତି। ଏନେଇ ବିଶ୍ୱ ସମୁଦାୟ ନିନ୍ଦା କରିଛି।

Related story