ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀଙ୍କ ସନ୍ଦେହଜନକ ମୃତ୍ୟୁ

ଉନ୍ନାଓ: ବହୁଚର୍ଚ୍ଚିତ ଉତ୍ତର ପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଏକ ନୂଆ ମୋଡ଼ ଆସିଛି। ଏହି ଘଟଣାର ମୁଖ୍ୟ ସାକ୍ଷୀ କୁହାଯାଉଥିବା  ୩୨ ବର୍ଷୀୟ ମହମ୍ମଦ ୟୁନୁସଙ୍କ ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଖାଲି ସେତିକି ନୁହେଁ, ମହମ୍ମଦଙ୍କ ମୃତ୍ୟୁ ପରେ ତାଙ୍କ ଶବବ୍ୟବଚ୍ଛେଦ ନ କରାଯାଇ ଦାହ କରାଯାଇଥିବାରୁ ଏହା ପଛରେ ଏକ ବିରାଟ୍‌ ଷଡ଼ଯନ୍ତ୍ର ଥିବା କୁହାଯାଉଛି। ଅନ୍ୟପକ୍ଷରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ଜଣେ ସମ୍ପର୍କୀୟ ମହମ୍ମଦଙ୍କ ମୃତ୍ୟୁ ପାଇଁ ଜେଲ୍‌ରେ ଥିବା […]

aaa

Hemant Lenka
  • Published: Saturday, 25 August 2018
  • , Updated: 25 August 2018, 12:31 PM IST

ଉନ୍ନାଓ: ବହୁଚର୍ଚ୍ଚିତ ଉତ୍ତର ପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଏକ ନୂଆ ମୋଡ଼ ଆସିଛି। ଏହି ଘଟଣାର ମୁଖ୍ୟ ସାକ୍ଷୀ କୁହାଯାଉଥିବା  ୩୨ ବର୍ଷୀୟ ମହମ୍ମଦ ୟୁନୁସଙ୍କ ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ଖାଲି ସେତିକି ନୁହେଁ, ମହମ୍ମଦଙ୍କ ମୃତ୍ୟୁ ପରେ ତାଙ୍କ ଶବବ୍ୟବଚ୍ଛେଦ ନ କରାଯାଇ ଦାହ କରାଯାଇଥିବାରୁ ଏହା ପଛରେ ଏକ ବିରାଟ୍‌ ଷଡ଼ଯନ୍ତ୍ର ଥିବା କୁହାଯାଉଛି।

ଅନ୍ୟପକ୍ଷରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ଜଣେ ସମ୍ପର୍କୀୟ ମହମ୍ମଦଙ୍କ ମୃତ୍ୟୁ ପାଇଁ ଜେଲ୍‌ରେ ଥିବା ବିଜେପି ବିଧାୟକ କୁଲଦୀପ ସିଂହ ସେନଗର ଓ ତାଙ୍କ ଗୁଣ୍ଡାମାନଙ୍କୁ ଦାୟୀ କରିଛନ୍ତି।

[caption id="attachment_267643" align="aligncenter" width="923"] ଅଭିଯୁକ୍ତ ବିଧାୟକ କୁଲଦୀପ ସିଂହ ସେନଗର[/caption]

ସେ କହିଛନ୍ତି, ବିଜେପି ବିଧାୟକଙ୍କ ଗୁଣ୍ଡାମାନେ ମହମମ୍ମଦଙ୍କ ଖାଦ୍ୟରେ ବିଷ ମିଶାଇ ତାଙ୍କୁ ହତ୍ୟା କରିଛନ୍ତି। ବିଜେପି ବିଧାୟକ ଏବେ ବାହାର ରାଜ୍ୟରୁ ଗୁଣ୍ଡା ଆଣି ଗାଁ ଲୋକଙ୍କୁ ସିବିଆଇ ଅଧିକାରୀଙ୍କ ସହ କଥାବାର୍ତ୍ତା ନ କରିବାକୁ  ଧମକ ଦେବା ସହ ବିଧାୟକ କୁଲଦୀପଙ୍କ ବିରୋଧରେ ପାଟି ନ ଫିଟାଇବାକୁ କହିଛନ୍ତି। ମହମ୍ମଦ ସେମାନଙ୍କ କଥା ନ ଶୁଣିବାରୁ ସେମାନେ ହିଁ ତାଙ୍କୁ ହତ୍ୟା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ବାପାଙ୍କୁ ବିଧାୟକ କୁଲଦୀପଙ୍କ ଭାଇ ଅତୁଲ ସିଂହ ସେନଗର ଓ ତାଙ୍କର ୪ ଜଣ ସହଯୋଗୀ ମାଡ଼ ମରିଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ପ୍ରମୁଖ ସାକ୍ଷୀ ଭାବେ ମହମ୍ମଦ ତଦନ୍ତକାରୀ ସିବିଆଇ ଅଧିକାରୀଙ୍କୁ ସହଯୋଗ କରି ଆସୁଥିଲେ।

ଗାଁ ଲୋକଙ୍କ କହିବା ଅନୁଯାୟୀ ଶନିବାର ସକାଳେ ମହମ୍ମଦ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଏହାର କିଛି ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ମହମ୍ମଦଙ୍କ ମୃତ୍ୟୁ ଖବର ପରିବାର ଲୋକ ସିବିଆଇ କିମ୍ବା ପୁଲିସ୍‌କୁ ନ ଜଣାଇ ତାଙ୍କର ଅନ୍ତିମ ସଂସ୍କାର କରିଦେଇଛନ୍ତି।

ମହମ୍ମଦ ଦୀର୍ଘ ୪ରୁ ୫ ବର୍ଷ ହେଲା ଲିଭର୍‌ ଜନିତ ବେମାରୀରେ ପଡ଼ିଥିଲେ। ଆଜି ତାଙ୍କର ସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥିବାରୁ ପରିବାର ଲୋକେ ପୁଲିସ୍‌କୁ ନ ଜଣାଇ ତାଙ୍କୁ ରୀତି ମୁତବକ କବର ଦେଇଛନ୍ତି  ବୋଲି ତାଙ୍କ ପତ୍ନୀ କହିଛନ୍ତି।

ତେଣେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଏହି ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ୨୦୧୭ ମସିହା ଏପ୍ରିଲ୍‌ ୪ରେ ବିଧାୟକ କୁଲଦୀପ  ଜଣେ ଟିନ୍‌ ଏଜର୍‌ ଝିଅଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଘଟଣାର ଏକ ବର୍ଷ ପରେ ସିବିଆଇ ଅଭିଯୁକ୍ତ ବିଧାୟକଙ୍କୁ ଗିରଫ କରି ଜେଲ୍‌ ପଠାଇବା ସହ  ଏହାର ତଦନ୍ତ ଆରମ୍ଭ କରିଛି।

Related story