ସୋସିଆଲ ମିଡିଆ କାହାକୁ ହିଟ୍ କରିଦିଏ ତ କାହାକୁ ଫ୍ଲପ୍ । ଏମତି ଏକ ଘଟଣା ଘଟିଛି ବ୍ରାଜୀଲରେ। ରାସ୍ତାରେ ଝାଡୁମାରୁଥିବା ଜଣେ ଝିଅ ଆଜି ସୋସିଆଲ ମିଡିଆ ପାଇଁ ମଡେଲ ହୋଇପାରିଛନ୍ତି।
ନାଁ ତାଙ୍କର ରିଟା ମୋଟୋଜ। ବୟସ ୨୫ । ପ୍ରତ୍ୟକଦିନ ପରି ସେ ରାସ୍ତାରେ ତାଙ୍କ ସାଙ୍ଗମାନଙ୍କ ସହ ମିଶି ଝାଡୁ ମାରୁଥିଲେ । ଏତିକିବେଳେ କେହିଜଣେ ତାଙ୍କ ଫଟୋ ଉଠାଇ ଇଣ୍ଟରନେଟ୍ରେ ଛାଡିଦେଇଥିଲେ। ପରେପରେ କିଛି ଲୋକ ଏହି ଫଟୋକୁ ବହୁଳ ମାତ୍ରାରେ ସେୟାର କରିଥିଲେ ।ଫଟୋଟି କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। କେତେକ ଲୋକ ରିଟାଙ୍କୁ 'ସବୁଠୁ ସୁନ୍ଦରୀ ସ୍ୱିପର' ବୋଲି କହି କମେଣ୍ଟ କରିଥିଲେ। ଆଉ କେତେଜଣ ଏମିତି ବି ପ୍ରଶ୍ନ କରିଥିଲେ ଯେ, ‘‘ଏତେ ସୁନ୍ଦର ଝିଅ ଝାଡୁ କେମିତି ମିରୁଛି” ! ସମସ୍ତଙ୍କର ମତ ଥିଲା ରିଟାଙ୍କୁ ମଡେଲିଂ କରିବା ଦରକାର। ତାଙ୍କ ସୌନ୍ଦର୍ଯ୍ୟ ଝାଡୁ ମାରିବା ପାଇଁ ନୁହେଁ ବରଂ ଏହି ବୃତ୍ତି ପାଇଁ ପ୍ରଯୁର୍ଯ୍ୟ।
ଯେତବେଳେ ରିଟାଙ୍କୁ ଜଣାପଡିଲାକି ତାଙ୍କ ଫଟୋ ସେସିଆଲ ମିଡିଆରେ ଭାଇରାଲ ହୋଇଯାଇଛି ସେ ବିଶ୍ୱାସ କରିପାରିଲେ ନାହିଁ। ଏହାପରେ ତାଙ୍କୁ ମିଳିଲା ମଡେଲିଂର ସୁଯୋଗ । ଜୀବନ ଜିଇଁବାର ଶୈଳୀ ପୂରା ବଦଳିଗଲା। ଝାଡୁ ମାରିବା ଛାଡି ସେ ପାଲଟିଗଲେ ସୁପର ମଡେଲ।
ଆଜିକାଲି ରିଟା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଛନ୍ତି । ଏବଂ ଗ୍ଳାମରସ୍ ଫଟୋ ଅପଲୋଡ କରିବାରେ ଲାଗିଛନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ଇନ୍ଷ୍ଟିଗ୍ରାମ୍ରେ ତାଙ୍କର ଏବେ ୧ଲକ୍ଷ ୬୬ହଜାର ଫଲୋଅର୍ସ ହୋଇସାରିଲେଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।