ହୁରିୟତରୁ ସୟଦ ଅଲୀ ଶାହ ଗିଲାନୀଙ୍କ ଇସ୍ତଫା

ଶ୍ରୀନଗର: ଭେଟରାନ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲୀ ଶାହ ଗିଲାନୀ ହୁରିୟତ କନଫରେନ୍ସରୁ ଇସ୍ତଫା ଦେଇଛନ୍ତି। ଏକ ଚାରି ଧାଡ଼ିଆ ଚିଠି ଓ ଅଡିଓ ମେସେଜ ଜାରି କରି ସେ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ୯୦ ବର୍ଷୀୟ ଗିଲାନୀଙ୍କ ମୁଖପାତ୍ର କହିଛନ୍ତି, “ଗିଲାନୀ ସଂପୂର୍ଣ୍ଣ ଭାବେ ହୁରିୟତ କନଫରେନ୍ସ ଫୋରମରୁ ନିଜକୁ ଅଲଗା କରି ନେଇଛନ୍ତି। ଏ ସମ୍ପର୍କରେ ସେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ସାରିଛନ୍ତି।” ଦୀର୍ଘ ୩ ଦଶନ୍ଧି ଧରି ହୁରିୟତ ସହ […]

d

Hemant Lenka
  • Published: Monday, 29 June 2020
  • , Updated: 29 June 2020, 03:46 PM IST

ଶ୍ରୀନଗର: ଭେଟରାନ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲୀ ଶାହ ଗିଲାନୀ ହୁରିୟତ କନଫରେନ୍ସରୁ ଇସ୍ତଫା ଦେଇଛନ୍ତି। ଏକ ଚାରି ଧାଡ଼ିଆ ଚିଠି ଓ ଅଡିଓ ମେସେଜ ଜାରି କରି ସେ ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ୯୦ ବର୍ଷୀୟ ଗିଲାନୀଙ୍କ ମୁଖପାତ୍ର କହିଛନ୍ତି, “ଗିଲାନୀ ସଂପୂର୍ଣ୍ଣ ଭାବେ ହୁରିୟତ କନଫରେନ୍ସ ଫୋରମରୁ ନିଜକୁ ଅଲଗା କରି ନେଇଛନ୍ତି। ଏ ସମ୍ପର୍କରେ ସେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ସାରିଛନ୍ତି।”

ଦୀର୍ଘ ୩ ଦଶନ୍ଧି ଧରି ହୁରିୟତ ସହ ସମ୍ପର୍କ ରଖିଥିବା ଗିଲାନୀ କାହିଁକି କନଫରେନ୍ସରୁ ଇସ୍ତଫା ଦେଇଛନ୍ତି ସେକଥା ବିସ୍ତୃତ ଭାବେ ଏହି ସଂଗଠନ ସହ ଜଡ଼ିତ ନେତାମାନଙ୍କୁ ଜଣାଇ ଦେଇଛନ୍ତି।

ସେ କହିଛନ୍ତି, “ବର୍ତ୍ତମାନ ସ୍ଥିତିରେ ହୁରିୟତ କନଫରେନ୍ସ ଫୋରମରେ ଯାହା ସବୁ ଚାଲିଛି, ତାହା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ମୁଁ ପୂରା ଫୋରମରୁ ଇସ୍ତଫା ଦେଉଛି। ମୁଁ ଏ ସମ୍ପର୍କରେ ସଂଗଠନ ସହ ଜଡ଼ିତ ସଂସ୍ଥାମାନଙ୍କୁ ଜଣାଇ ସାରିଛି। ହୁରିୟତ କନଫରେନ୍ସର କିଛି ନେତା ପିଓକେରେ ରହିଛନ୍ତି। ସେମାନଙ୍କ ବିରୋଧରେ ଅନେକ ପ୍ରକାରର ସଂଗୀନ ଅଭିଯୋଗ ଆସିଛି। ଦିନକୁ ଦିନ ହୁରିୟତ ତା’ ଲକ୍ଷ୍ୟ ବାହାରେ କାମ କରୁଛି।”

ସୋପୁରରୁ ୩ ଥର ବିଧାୟକ ହୋଇଥିବା ଗିଲାନୀ ୨୦୧୦ରୁ ଅନେକ ଥର ଗୃହବନ୍ଦୀ ହୋଇ ରହିଛନ୍ତି। ଏପରି କି ଏବେ ୯୦ ବର୍ଷୀୟ ଗିଲାନୀ ଅସୁସ୍ଥ ଥିବା ମଧ୍ୟ ଖବର ସାମ୍ନାକୁ ଆସିଛି।

Related story