କରୋନା: ଜମାତ୍‌ ଏକତ୍ରୀକରଣକୁ ନେଇ ଅସନ୍ତୋଷ ଜାହିର କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ୍‌ ବୃଦ୍ଧି ଆଣିଥିବା ତାବଲିଗି ଜମାତ୍‌ର ଧାର୍ମିକ ସମ୍ମିଳନୀ ନେଇ ଅସନ୍ତୋଷ ଜାହିର କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ରାଜ୍ୟପାଳ ଏବଂ ବିଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ଆଦିଙ୍କ ସହ ଭିଡିଓ କନ୍‌ଫରେନ୍ସରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସେ ଦିଲ୍ଲୀର ଅନ୍ୟ ଏକ ଚିନ୍ତାଜନକ ଘଟଣା ଆନନ୍ଦବିହାରରେ ଶ୍ରମିକ ଏକାଠି ହେବାନେଇ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସେ କହିଛନ୍ତି, କରୋନା ମୁକାବିଲା […]

President

Subrat Kumar Nayak
  • Published: Friday, 03 April 2020
  • , Updated: 03 April 2020, 10:01 PM IST

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ୍‌ ବୃଦ୍ଧି ଆଣିଥିବା ତାବଲିଗି ଜମାତ୍‌ର ଧାର୍ମିକ ସମ୍ମିଳନୀ ନେଇ ଅସନ୍ତୋଷ ଜାହିର କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ରାଜ୍ୟପାଳ ଏବଂ ବିଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ଆଦିଙ୍କ ସହ ଭିଡିଓ କନ୍‌ଫରେନ୍ସରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି।

ସେ ଦିଲ୍ଲୀର ଅନ୍ୟ ଏକ ଚିନ୍ତାଜନକ ଘଟଣା ଆନନ୍ଦବିହାରରେ ଶ୍ରମିକ ଏକାଠି ହେବାନେଇ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସେ କହିଛନ୍ତି, କରୋନା ମୁକାବିଲା ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଏବଂ ବିଭିନ୍ନ ପ୍ରୟାସକୁ ଏପରି ଘଟଣା ବିଫଳ କରିଦେଉଛି।

ଏହି ଅବସରରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ। ଗରିବ ଏବଂ ବାହାରେ କାମ କରୁଥିବା ଶ୍ରମିକଙ୍କ ବାବଦରେ ଚିନ୍ତା ପ୍ରକଟ କରି ସମସ୍ତ ରାଜ୍ୟର ରାଜ୍ୟପାଳ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ଉପରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ କେହି ଯେପରି ଭୋକିଲା ନ ରୁହନ୍ତି। ଲୋକଙ୍କୁ ସେବା ଦେବା ସମୟରେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରିବାକୁ ସେ କହିଛନ୍ତି।

ରାଷ୍ଟ୍ରପତି ଏହି ଅବସରରେ କହିଛନ୍ତି, “ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପରି ଜରୁରୀକାଳୀନ ସେବାରେ ଥିବା ଲୋକେ ସମାଜ, ରାଷ୍ଟ୍ର ଏବଂ ମାନବିକତାର ସେବା କରୁଛନ୍ତି।” ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୫ ତାରିଖରେ ରାତି ୯ଟାରେ ଘରେ ରହି ମହମବତୀ, ଦୀପ ବା ମୋବାଇଲ ଟର୍ଚ୍ଚ ପ୍ରଦର୍ଶନ କରିବାକୁ ନେଇଥିବା ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ। କରୋନା ଭାଇରସ୍‌ର ଭୟାବହତା ଏକପ୍ରକାର ଅନ୍ଧକାର ମନେ ହେଉଥିବାରୁ ଏକତା ପ୍ରଦର୍ଶନ ପାଇଁ ମୋଦି ଏପରି ଆହ୍ୱାନ କରିଛନ୍ତି।

Related story