କେଜ୍ରିଓ୍ୱାଲଙ୍କ ପୁଅ ସହିତ ଆଇଆଇଟିରେ ପଢ଼ିବେ ଦର୍ଜୀଙ୍କ ପୁଅ

ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଥିବା ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଛନ୍ତି ଦିଲ୍ଲୀର ଜଣେ ଦର୍ଜୀଙ୍କ ପୁଅ ବିଜୟ କୁମାର। ବିଜୟଙ୍କ ବାପାଙ୍କ ରୋଜଗାର କମ୍ ହୋଇଥିଲେ ମଧ୍ୟ ଦିଲ୍ଲୀ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କୋଚିଂ ବ୍ୟବସ୍ଥା ଯୋଗୁ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସଫଳ ହୋଇଛନ୍ତି। ସେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପୁଅ ସହିତ ଆଇଆଇଟିରେ ପାଠ ପଢ଼ିବାକୁ ଯାଉଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀରେ ଶିକ୍ଷା ବ୍ୟବସ୍ଥାରେ ଆଣିଥିବା ବୈପ୍ଲବିକ […]

IIT VIJAY

Subhransu Sekhar
  • Published: Wednesday, 28 August 2019
  • , Updated: 28 August 2019, 05:14 PM IST

ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଥିବା ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଛନ୍ତି ଦିଲ୍ଲୀର ଜଣେ ଦର୍ଜୀଙ୍କ ପୁଅ ବିଜୟ କୁମାର। ବିଜୟଙ୍କ ବାପାଙ୍କ ରୋଜଗାର କମ୍ ହୋଇଥିଲେ ମଧ୍ୟ ଦିଲ୍ଲୀ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କୋଚିଂ ବ୍ୟବସ୍ଥା ଯୋଗୁ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସଫଳ ହୋଇଛନ୍ତି। ସେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପୁଅ ସହିତ ଆଇଆଇଟିରେ ପାଠ ପଢ଼ିବାକୁ ଯାଉଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀରେ ଶିକ୍ଷା ବ୍ୟବସ୍ଥାରେ ଆଣିଥିବା ବୈପ୍ଲବିକ ପରିବର୍ତ୍ତନ ଯୋଗୁ ବିଜୟ ଏଭଳି ସଫଳତା ପାଇ ପାରିଛନ୍ତି।
ସାଧାରଣତଃ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଘରୋଇ ଅନୁଷ୍ଠାନ ଗୁଡ଼ିକର କୋଚିଂ ଉପରେ ଭରସା କରିବାକୁ ପଡ଼ିଥାଏ। ହେଲେ କେଜ୍ରିଓ୍ୱାଲ ସରକାର କିନ୍ତୁ ଗରିବ ହୁଅନ୍ତୁ ବା ଧନୀ, ସମସ୍ତେ ଯେମିତି ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଇ ପାରିବେ, ସେଥିପାଇଁ ସରକାରଙ୍କ ତରଫରୁ କୋଚିଂ ସେଣ୍ଟର ଆରମ୍ଭ କରିଥିଲେ। ଯାହାର ଫାଇଦା ନେଇଥିଲେ ବିଜୟ।"

ବିଜୟଙ୍କ ସଫଳତାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ବହୁତ୍ ଖୁସି ଯେ ବିଜୟଙ୍କ ବାପା ଜଣେ ଦର୍ଜୀ ହୋଇଥିବା ବେଳେ ତାଙ୍କ ପୁଅ ବିଜୟ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସଫଳ ହୋଇଛନ୍ତି। ସେ ଦିଲ୍ଲୀ ସରକାର ଦ୍ୱାରା ଦିଆଯାଇଥିବା କୋଚିଂର ସଫଳ ଉପଯୋଗ କରିପାରିଛନ୍ତି ଏବଂ ତାଙ୍କ ପୁଅ ପୁଲକିତଙ୍କ ସହ ଏକା ସାଙ୍ଗରେ ଆଇଆଇଟିରେ ପାଠ ପଢ଼ିବାକୁ ଯାଉଛନ୍ତି।

ପୂର୍ବରୁ ଗରିବ ଶ୍ରେଣୀର ବ୍ୟକ୍ତିମାନେ ତାଙ୍କ ପୁଅ ଝିଅଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ପାରୁନଥିଲେ ବୋଲି ସେମାନଙ୍କ ପିଲାମାନେ ବିଶେଷ ସଫଳତା ପାଇପାରୁନଥିଲେ। ଏବେ କିନ୍ତୁ ଦିଲ୍ଲୀ ସରକାର ଏହି ଚିରାଚରିତ ପ୍ରଥାରେ ବ୍ରେକ୍ ଲଗାଇ ବାବା ସାହେବ ଆମ୍ୱେଦକରଙ୍କ ସ୍ୱପ୍ନ ପୂରଣ କରିପାରିଛନ୍ତି ବୋଲି ଶ୍ରୀ କେଜ୍ରିୱାଲ କହିଛନ୍ତି।

Related story