୨୦୦ ଦିନ ହେଲା ଏହି ଦେଶରେ ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି

ତାଇପେଇ: ମହାମାରୀ କରୋନା ଭାଇରସକୁ କେମିତି ଗୋଟିଏ ଦେଶ ନିୟନ୍ତ୍ରଣ କରିପାରିଛି, ତା’ର ଖବର ସାମ୍ନାକୁ ଆସିଛି। ଅନେକ ଦେଶରେ କରୋନାର ଦ୍ୱିତୀୟ ଓ ତୃତୀୟ ଲହରୀ ଦେଖିବାକୁ ମିଳିଥିବା ବେଳେ ବିଶ୍ୱରେ ଏମିତି ଏକ ରାଷ୍ଟ୍ର ଯେଉଁଠାରେ ଦୀର୍ଘ ୬ ମାସରୁ ଅଧିକ ହେଲାଣି ଗୋଟିଏ ହେଲେ ନୂଆ ମାମଲା ସାମ୍ନାକୁ ଆସିନାହିଁ। ସେହି ଦେଶର ନାଁ ହେଉଛି ତାଇୱାନ। ତାଇୱାନ କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନା ପାଖରେ ରହିଛି। ଏହା ସତ୍ତ୍ୱେ ତାଇୱାନ […]

y

y

Hemant Lenka
  • Published: Saturday, 31 October 2020
  • Updated: 31 October 2020, 03:27 PM IST

Sports

Latest News

ତାଇପେଇ: ମହାମାରୀ କରୋନା ଭାଇରସକୁ କେମିତି ଗୋଟିଏ ଦେଶ ନିୟନ୍ତ୍ରଣ କରିପାରିଛି, ତା’ର ଖବର ସାମ୍ନାକୁ ଆସିଛି। ଅନେକ ଦେଶରେ କରୋନାର ଦ୍ୱିତୀୟ ଓ ତୃତୀୟ ଲହରୀ ଦେଖିବାକୁ ମିଳିଥିବା ବେଳେ ବିଶ୍ୱରେ ଏମିତି ଏକ ରାଷ୍ଟ୍ର ଯେଉଁଠାରେ ଦୀର୍ଘ ୬ ମାସରୁ ଅଧିକ ହେଲାଣି ଗୋଟିଏ ହେଲେ ନୂଆ ମାମଲା ସାମ୍ନାକୁ ଆସିନାହିଁ। ସେହି ଦେଶର ନାଁ ହେଉଛି ତାଇୱାନ।

ତାଇୱାନ କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନା ପାଖରେ ରହିଛି। ଏହା ସତ୍ତ୍ୱେ ତାଇୱାନ କରୋନା ଉପରେ ନିୟନ୍ତ୍ରଣ କରି ସାରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛି।

ତାଇୱାନରେ ଦୀର୍ଘ ୨୦୦ ଦିନ ଅର୍ଥାତ ୬ ମାସ ୨୦ ଦିନ ହେଲା କୌଣସି ଗୋଟିଏ ହେଲେ ବି କରୋନାର ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। କିନ୍ତୁ ଆମେରିକା ଓ ୟୁରୋପ ଭଳି ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ତାଇୱାନରେ ଶେଷ କରୋନା ଆକ୍ରାନ୍ତ ୧୨ ଏପ୍ରିଲରେ ଚିହ୍ନଟ ହୋଇଥିଲେ।

ତାଇୱାନର ଜନସଂଖ୍ୟା ପ୍ରାୟ ୨ କୋଟି ୩୦ ଲକ୍ଷ। ଏଠାରେ ଏଯାଏ ମୋଟ ୫୫୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ବିଶେଷଜ୍ଞଙ୍କ ମତରେ କରୋନା ସଂକ୍ରମଣ ଆରମ୍ଭରୁ ଏହାକୁ ରୋକିବା ପାଇଁ ତାଇୱାନ ବିଭିନ୍ନ ପଦକ୍ଷେପ ନେଇଥିଲା। କରୋନା ସଂକ୍ରମଣ ଚାଇନାରେ ବ୍ୟାପିବା କ୍ଷଣି ତାଇୱାନ ନିଜ ଦେଶର ସୀମାକୁ ବନ୍ଦ କରିଦେଇଥିଲା। ସେହିପରି ଦେଶରେ ଯାତାୟାତ କରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଥିଲା। ଏହି ଦୁଇଟି ପଦକ୍ଷେପ ଯୋଗୁ ତାଇୱାନ ଆଜି କରୋନା ଉପରେ ବିଜୟ ହାସଲ କରିପାରିଥିବା ସେମାନେ କହିଛନ୍ତି।

ତାଇୱାନରେ ଜଣେ କରୋନା ଆକ୍ରାନ୍ତ ହେବା କ୍ଷଣି ପ୍ରଥମେ କଣ୍ଟାକ୍ଟ ଟ୍ରେସିଂ ଓ ଅନ୍ୟାନ୍ୟ ଟେକନିକ୍‌ ବ୍ୟବହାର କରାଯାଇଥିଲା। ସେହିପରି କ୍ୱାରେଣ୍ଟାଇନ ଓ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଥିଲା। ପୂର୍ବରୁ ତାଇୱାନରେ ସାର୍ସ ମହାମାରୀ ଦେଖା ଦେଇଥିଲା। ସେତେବେଳେ ନିଆଯାଇଥିବା ପଦକ୍ଷେପକୁ ମଧ୍ୟ କରୋନା ବେଳେ ଆପଣା ଯାଇଥିଲା।

ତାଇୱାନରେ କରୋନା ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଥିଲେ ହେଁ ୩ ଲକ୍ଷ ୪୦ ହଜାର ଲୋକ କ୍ୱାରେଣ୍ଟାଇନରେ ରହିଥିଲେ। ସମସ୍ତଙ୍କୁ ୧୪ ଦିନ ଘରେ ମଧ୍ୟରେ ରହିବାକୁ କୁହାଯାଇଥିଲା। ଏମାନଙ୍କ ମଧ୍ୟରୁ କେବଳ ଏକ ହଜାର ଲୋକ ନିୟମ ଉଲ୍ଲଙ୍ଘନ କରିଥିବାରୁ ଜୋରିମାନ ଦେଇଥିଲେ। ଏହାର ଅର୍ଥ ୯୯.୭% ଲୋକ ନିୟମ ପାଳନ କରିଥିଲେ। ଏହି ସବୁ କାରଣ ପାଇଁ ଆଜି ତାଇୱାନ ମହାମାରୀକୁ ପରାସ୍ତ କରିପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story