ଓୱେସିଙ୍କ ପ୍ରଶ୍ନ : ଯଦି ତାଜମହଲକୁ ଦେଶଦ୍ରୋହୀ ନିର୍ମାଣ କରିଛନ୍ତି , ତେବେ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବା ବନ୍ଦ କରିବେ କି ମୋଦି?

ନୂଆଦିଲ୍ଲୀ: ତାଜମହଲ ସମ୍ପର୍କରେ ବିଜେପି ବିଧାୟକଙ୍କ ବିବାଦୀୟ ବୟାନ ନେଇ ଝଡ଼ ସୃଷ୍ଟି ହୋଇଛି।  ତାଜମହଲକୁ ରାଜ୍ୟ ପର୍ଯ୍ୟଟନ ତାଲିକାରୁ  ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାଦ ଦେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ୟୁପିର ବିଜେପିର ପୁଣି ଜଣେ ବିଧାୟକ  ବିବାଦୀୟ ବୟାନ ଦେଇ ନିଆଁରେ ଘିଅ ଢାଳିଛନ୍ତି। କହିଛନ୍ତି ତାଜମହଲକୁ ଜଣେ ଦେଶଦ୍ରୋହୀ ନିର୍ମାଣ କରିଥିଲେ। ତେବେ ବିଜେପି ବିଧାୟକ  ଦେଇଥିବା ଏହି ମନ୍ତବ୍ୟକୁ ନେଇ […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 06:53 PM IST

Sports

Latest News

ନୂଆଦିଲ୍ଲୀ: ତାଜମହଲ ସମ୍ପର୍କରେ ବିଜେପି ବିଧାୟକଙ୍କ ବିବାଦୀୟ ବୟାନ ନେଇ ଝଡ଼ ସୃଷ୍ଟି ହୋଇଛି।  ତାଜମହଲକୁ ରାଜ୍ୟ ପର୍ଯ୍ୟଟନ ତାଲିକାରୁ  ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାଦ ଦେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ୟୁପିର ବିଜେପିର ପୁଣି ଜଣେ ବିଧାୟକ  ବିବାଦୀୟ ବୟାନ ଦେଇ ନିଆଁରେ ଘିଅ ଢାଳିଛନ୍ତି।

କହିଛନ୍ତି ତାଜମହଲକୁ ଜଣେ ଦେଶଦ୍ରୋହୀ ନିର୍ମାଣ କରିଥିଲେ। ତେବେ ବିଜେପି ବିଧାୟକ  ଦେଇଥିବା ଏହି ମନ୍ତବ୍ୟକୁ ନେଇ କଡ଼ା ସମାଲୋଚନା କରିଛନ୍ତି  ଏଆଇଏମଏମର ନେତା ଆସାଦୁଦ୍ଦିନ ଓୱେସି।  ଜବବାବରେ କହିଛନ୍ତି ଯେ, ଯଦି ତାଜମହଲକୁ ଦେଶଦ୍ରୋହୀ ନିର୍ମାଣ କରିଛନ୍ତି, ତେବେ ଲାଲକିଲ୍ଲାକୁ ମଧ୍ୟ ଦେଶଦ୍ରୋହୀ ନିର୍ମାଣ କରିଥିବେ ନିଶ୍ଚୟ। ତେଣୁ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ଜାତୀୟ ପତାକା ଉତ୍ତୋଳନ କରିବା ବନ୍ଦ କରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି ? ପୂର୍ବରୁ ସମ୍ପୃକ୍ତ ବିଧାୟକ କହିଥିଲେ ଯେ, ତାଜମହଲ ଭାରତୀୟ ସଂସ୍କୃତିର ପ୍ରତୀକ ନୁହଁ।

ସୂଚନା ଯୋଗ୍ୟ ଯେ, ପ୍ରେମର ପ୍ରତୀକ ତାଜ୍‌ମହଲକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ପର୍ଯ୍ୟଟନ ତାଲିକାରୁ ବାଦ୍ ଦେଇଥିଲେ। ଉତ୍ତରପ୍ରଦେଶ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ତୀବ୍ର ସ୍ୱର ଉଠିଥିଲା। ଅନ୍ୟପକ୍ଷରେ ୟୁପିର ଧାର୍ମିକ ବ୍ୟାପାର ଏବଂ  ସଂସ୍କୃତି ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ବାହାରି ଉପରୋକ୍ତ ନିଷ୍ପତ୍ତି ଯୁକ୍ତିଯୁକ୍ତ ବୋଲି କହିଥିଲେ। ୧୭ଶହ ଶତାବ୍ଦୀର ଏହି ସ୍ମାରକକୁ ହଟାଇଦିଆଯିବା ଠିକ୍‌ ନିଷ୍ପତ୍ତି ବୋଲି ସେ କହିଥିଲେ । ତାଜମହଲ କୌଣସି ଧର୍ମର ପ୍ରତୀକ ନୁହଁ ବୋଲି କହିଥିଲେ।

କିଲ୍ଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos