ଏଆଇଏଡିଏମ୍‌କେର ୧୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ, ସଙ୍କଟରେ ପଲାନିସାମିଙ୍କ ସରକାର

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ପୁଣି ହଟଚମଟ। ଶଶିକଳା ଦିନାକରନ୍ କ୍ୟାମ୍ପକୁ ଲାଗିଛି ବଡ଼ ଝଟ୍‌କା। ଦିନାକରନ୍‌ଙ୍କୁ ସମର୍ଥନ କରୁଥିବା ୧୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିଛନ୍ତି ବାଚସ୍ପତି। ସମ୍ବିଧାନର ଧାରା ୧୦ ବିରୋଧୀ ଦଳବଦଳ ଆଇନ୍ ଅନୁସାରେ ବାଚସ୍ପତି ସଭ୍ୟପଦ ରଦ୍ଦ କରିଛନ୍ତି। ଫଳରେ ପଲାନିସାମିଙ୍କ ନେତୃତ୍ୱାଧୀନ ସରକାର ସଙ୍କଟ ମଧ୍ୟକୁ ଆସିଯାଇଛି। ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଜୟଲଳିତାଙ୍କ ଆସନକୁ ବାଦ୍ ଦେଲେ ଏବେ ନିର୍ବାଚିତ ବିଧାୟକଙ୍କ ସଂଖ୍ୟା ୨୧୫ରେ ପହଞ୍ଚିଛି। ବହୁମତ […]

Rakesh Mallick
  • Published: Monday, 18 September 2017
  • Updated: 18 September 2017, 02:35 PM IST

Sports

Latest News

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ପୁଣି ହଟଚମଟ। ଶଶିକଳା ଦିନାକରନ୍ କ୍ୟାମ୍ପକୁ ଲାଗିଛି ବଡ଼ ଝଟ୍‌କା। ଦିନାକରନ୍‌ଙ୍କୁ ସମର୍ଥନ କରୁଥିବା ୧୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିଛନ୍ତି ବାଚସ୍ପତି। ସମ୍ବିଧାନର ଧାରା ୧୦ ବିରୋଧୀ ଦଳବଦଳ ଆଇନ୍ ଅନୁସାରେ ବାଚସ୍ପତି ସଭ୍ୟପଦ ରଦ୍ଦ କରିଛନ୍ତି। ଫଳରେ ପଲାନିସାମିଙ୍କ ନେତୃତ୍ୱାଧୀନ ସରକାର ସଙ୍କଟ ମଧ୍ୟକୁ ଆସିଯାଇଛି। ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଜୟଲଳିତାଙ୍କ ଆସନକୁ ବାଦ୍ ଦେଲେ ଏବେ ନିର୍ବାଚିତ ବିଧାୟକଙ୍କ ସଂଖ୍ୟା ୨୧୫ରେ ପହଞ୍ଚିଛି। ବହୁମତ ସାବ୍ୟସ୍ତ କରିବାକୁ ଏବେ ପଲାନିସାମି ସରକାରକୁ ୧୦୮ ବିଧାୟକ ଦରକାର। ଦିନାକରନ୍ ଡିଏମ୍‌କେ ସହ ମିଶି ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବୋଲି ପୂର୍ବରୁ ପଲାନିସାମି ଅଭିଯୋଗ କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos