ଦିଲ୍ଲୀ ପରେ ପ୍ରବାସୀ ଶ୍ରମିକଙ୍କ ଟ୍ରେନ ଭଡ଼ା ଦେବାକୁ ଘୋଷଣା କଲା ତାମିଲନାଡୁ

ଥିରୁଭନନ୍ତପୁରମ: ପ୍ରବାସୀ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ତାମିଲନାଡୁ ସରକାର। ଏଣିକି ତାମିଲନାଡୁରୁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ଟ୍ରେନ ଭଡ଼ା ସରକାର ବହନ କରିବେ। ଏଥିସହ ବାହାର ରାଜ୍ୟରୁ ତାମିଲନାଡୁକୁ ଆସୁଥିବା ଲୋକଙ୍କ ଯାଞ୍ଚ କଡ଼ାକଡ଼ି ଭାବେ ମଧ୍ୟ କରିବେ। ତାମିଲନାଡୁ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ରାଜ୍ୟ ସରକାର ଆଜି ଶ୍ରମିକଙ୍କ ପାଇଁ ନୂଆ ଏସଓପି ଲାଗୁ କରିଛନ୍ତି। ଏସଓପି ଅନୁସାରେ ବାହାର ରାଜ୍ୟରୁ ତାମିଲନାଡୁକୁ ଆସିଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ […]

i

i

Hemant Lenka
  • Published: Saturday, 09 May 2020
  • Updated: 09 May 2020, 03:08 PM IST

Sports

Latest News

ଥିରୁଭନନ୍ତପୁରମ: ପ୍ରବାସୀ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ତାମିଲନାଡୁ ସରକାର। ଏଣିକି ତାମିଲନାଡୁରୁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ଟ୍ରେନ ଭଡ଼ା ସରକାର ବହନ କରିବେ। ଏଥିସହ ବାହାର ରାଜ୍ୟରୁ ତାମିଲନାଡୁକୁ ଆସୁଥିବା ଲୋକଙ୍କ ଯାଞ୍ଚ କଡ଼ାକଡ଼ି ଭାବେ ମଧ୍ୟ କରିବେ।

ତାମିଲନାଡୁ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ରାଜ୍ୟ ସରକାର ଆଜି ଶ୍ରମିକଙ୍କ ପାଇଁ ନୂଆ ଏସଓପି ଲାଗୁ କରିଛନ୍ତି। ଏସଓପି ଅନୁସାରେ ବାହାର ରାଜ୍ୟରୁ ତାମିଲନାଡୁକୁ ଆସିଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। ସେହିପରି ସେମାନଙ୍କ ପାସ ଓ ଘର ଠିକଣା ନୋଟ୍‌ କରି ରଖାଯିବ।

ପ୍ରବାସୀ ଶ୍ରମିକଙ୍କ ପାଇଁ ନୂଆ ନିୟମ ପ୍ରଣୟନ କରାଯାଇଛି। ଯଦି କୌଣସି ରାଜ୍ୟ ତାମିଲନାଡୁରୁ ଯିବାକୁ ଥିବା ଶ୍ରମିକଙ୍କ ଟ୍ରେନ ଭଡ଼ା ଦେବାକୁ ମନା କରିବେ କିମ୍ବା ଶ୍ରମିକମାନେ ଟ୍ରେନ ଭଡ଼ା ଦେବାକୁ ଅକ୍ଷମ, ତା’ହେଲେ ତାମିଲନାଡୁ ସରକାର ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠିରୁ ଶ୍ରମିକଙ୍କ ଟ୍ରେନ ଭଡ଼ା ପୈଠ କରିବେ। ପ୍ରବାସୀ ଶ୍ରମିକଙ୍କୁ ସହଯୋଗ କରିବାକୁ ରାଜ୍ୟ ସରକାର ସମସ୍ତ ପ୍ରକାରର ବ୍ୟବସ୍ଥା କରିବାକୁ ସକ୍ଷମ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos