ଚେନ୍ନାଇ: ଏକାନ୍ତବାସ ନିୟମକୁ ଉଲ୍ଲଂଘନ କରି ଜଣେ ଯୁବକ ପଡ଼ୋଶୀ ମହିଳାଙ୍କୁ କାମୁଡ଼ି ଦେବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ବୟସ ୮୦। ସେ ଯୁବକଙ୍କର ପଡ଼ୋଶୀ। ଯୁବକ ଜଣଙ୍କ ଶ୍ରୀଲଙ୍କାରୁ ଫେରିବା ପରେ ଏକାନ୍ତବାସରେ ଥିଲେ।
ଯୁବକ ଜଣଙ୍କ ମହିଳାଙ୍କ ବେକରେ କାମୁଡ଼ି ଦେଇଥିଲେ। ଏହାପରେ ଶୁକ୍ରବାର ବିଳମ୍ୱିତ ରାତିରେ ମହିଳାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ତେବେ ଶନିବାର ଦିନ ତାଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି।
ଏକାନ୍ତବାସ ଉଲ୍ଲଂଘନ କରିଥିବା ଯୁବକ ଜଣଙ୍କ ପେଶାରେ ଛୋଟିଆ ଲୁଗା ବ୍ୟବସାୟୀ। ତାଙ୍କ ଘର ଜକ୍କମନୟାକନପଟ୍ଟି। ସ୍ଥାନୀୟ ଲୋକମାନେ ତାଙ୍କୁ ପୁଲିସରେ ହସ୍ତାନ୍ତର କରିବା ପରେ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ଯୁବକ ଜଣଙ୍କ ଶୁକ୍ରବାର ଦିନ ସଂଧ୍ୟାରେ ଶ୍ରୀଲଙ୍କାରୁ ଘରକୁ ଫେରିଥିଲେ। ଏହାପରେ ଏକାନ୍ତବାସରେ ଥିଲେ। ହେଲେ ହଠାତ୍ ସେ ଉଲଗ୍ନ ହୋଇ ବୃଦ୍ଧ ମହିଳାଙ୍କ ନିକଟକୁ ଦୌଡିଥିଲେ। ପରିବାର ଲୋକେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।
Health
ରସୁଣକୁ ଦେଶୀ ଘିଅରେ ଭାଜି ଖାଆନ୍ତୁ, ଏହି ସବୁ ସ୍ୱାସ୍ଥ୍ୟଗତ ସମସ୍ୟାର କରିଥାଏ ସମାଧାନ
ରସୁଣ ହେଉଛି ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗଲ ଓ ଆଣ୍ଟିଭାଇରାଲ।
Health
କଞ୍ଚା କ୍ଷୀର ପିଉଛନ୍ତି କି? ରୁହନ୍ତୁ ସାବଧାନ
ଆମେରିକାର ଫୁଡ୍ ଡ୍ରଗ୍ ଆଣ୍ଡ ଆଡମିନିଷ୍ଟ୍ରେସନ (ଏଫ୍ଡିଏ) ସମେତ ଆଉ କିଛି ସଂସ୍ଥା କରିଥିବା ଗବେଷଣାରୁ ଜଣାପଡ଼ିଛି ଯେ କଞ୍ଚା କ୍ଷୀରରେ ପ୍ରୋବାୟୋଟିକ୍ସ ନଥାଏ।