‘ହିନ୍ଦୀ ଭାଷା ଲୋକେ ଗୁପଚୁପ ବିକନ୍ତି’- ନିଜ ମନ୍ତବ୍ୟ ନେଇ ସ୍ପଷ୍ଟ କଲେ ତାମିଲନାଡ଼ୁ ମନ୍ତ୍ରୀ

ଚେନ୍ନାଇ: ପୁଣି ଥରେ ତେଜିଲା ଭାଷା ବିବାଦ। ମୁହାଁମୁହିଁ ହେଲା ଉତ୍ତର ଓ ଦକ୍ଷିଣ ଭାରତ। ତାମିଲନାଡ଼ୁ ଉଚ୍ଚ ଶିକ୍ଷା ମନ୍ତ୍ରୀ କେ ପୋନମୁଡି ହିନ୍ଦୀ ଭାଷା ଉପରେ ଦେଇଥିବା ବୟାନ ବିବାଦୀୟ ମୋଡ଼ ନେବା ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ହିନ୍ଦୀ ଭାଷା କହୁଥିବା ଲୋକେ ଗୁପଚୁପ୍‌ ବିକୁଥିବା ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ କେ ପୋନମୁଡି କହିଥିବା ବେଳେ ଏବେ ଏହାର ସଫେଇ ରଖିଛନ୍ତି। ଏନେଇ ସେ କହିଛନ୍ତି, ତାଙ୍କର ଏହି ମନ୍ତବ୍ୟ ଉତ୍ତର […]

tamilnadu

tamilnadu

Niharika Rout
  • Published: Saturday, 14 May 2022
  • Updated: 14 May 2022, 11:54 AM IST

Sports

Latest News

ଚେନ୍ନାଇ: ପୁଣି ଥରେ ତେଜିଲା ଭାଷା ବିବାଦ। ମୁହାଁମୁହିଁ ହେଲା ଉତ୍ତର ଓ ଦକ୍ଷିଣ ଭାରତ। ତାମିଲନାଡ଼ୁ ଉଚ୍ଚ ଶିକ୍ଷା ମନ୍ତ୍ରୀ କେ ପୋନମୁଡି ହିନ୍ଦୀ ଭାଷା ଉପରେ ଦେଇଥିବା ବୟାନ ବିବାଦୀୟ ମୋଡ଼ ନେବା ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ହିନ୍ଦୀ ଭାଷା କହୁଥିବା ଲୋକେ ଗୁପଚୁପ୍‌ ବିକୁଥିବା ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ କେ ପୋନମୁଡି କହିଥିବା ବେଳେ ଏବେ ଏହାର ସଫେଇ ରଖିଛନ୍ତି।

ଏନେଇ ସେ କହିଛନ୍ତି, ତାଙ୍କର ଏହି ମନ୍ତବ୍ୟ ଉତ୍ତର ଭାରତରେ ଚାକିରିର ଅଭାବକୁ ନେଇ ଉଦ୍ଦିଷ୍ଟ। ଉତ୍ତର ଭାରତର ବହୁ ବ୍ୟକ୍ତି ପେଟ ପାଟଣା ପାଇଁ ତାମିଲନାଡ଼ୁ ଯାଇ କାର୍ଯ୍ୟ କରୁଛନ୍ତି। କାରଣ  ସେଠାକାର ଯୁବକଙ୍କୁ ପର୍ଯ୍ୟାପ୍ତ ରୋଜଗାର ମିଳୁ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ।

ଏକ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇ ତାମିଲନାଡ଼ୁ ଉଚ୍ଚ ଶିକ୍ଷା ମନ୍ତ୍ରୀ କିଛି ଦିନ ପୂର୍ବେ କହିଥିଲେ, ହିନ୍ଦୀ କହିଲେ ଚାକିରି ମିଳିବ ବୋଲି ଲୋକେ କହୁଛନ୍ତି। ହେଲେ ଆମ ସହର କୋଏମ୍ବଟୁରରେ ହିନ୍ଦୀ ଭାଷାଭାଷୀ ଲୋକେ ଗୁପଚୁପ୍‌ ବିକୁଛନ୍ତି। ଆମ ନିକଟରେ ଆମ ସ୍ଥାନୀୟ ଭାଷା ହିସାବରେ ତାମିଲ ଥିବା ବେଳେ ଆନ୍ତରାଷ୍ଟ୍ରୀୟ ଭାଷା ହିସାବରେ ଆମେ ଇଂଲିଶର ବ୍ୟବହାର କରୁଛୁ।

ହିନ୍ଦୀ ସମ୍ପର୍କରେ ସେ କହିଛନ୍ତି, ଭୁଲ୍‌ବଶତଃ ହିନ୍ଦୀ ଆମ ରାଷ୍ଟ୍ର ଭାଷା ବୋଲି ବହୁ ଲୋକଙ୍କ ମନରେ ଧାରଣା ଅଛି। ତାମିଲନାଡ଼ୁରେ ଦୀର୍ଘ ଦଶନ୍ଦି ଧରି ହିନ୍ଦୀ ଓ ଇଂଲିଶ ଭାଷାର ପ୍ରଚଳନ ରହି ଆସିଛି, ଆଗକୁ ମଧ୍ୟ ଏହା କାଏମ ରହିବ।

ସୂଚନାଯୋଗ୍ୟ, କିଛି ଦିନ ହେବ ହିନ୍ଦୀ ଭାଷାକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ବଲିଉଡ, ଟଲିଉଡ଼ର ବହୁ ଷ୍ଟାର ସମେତ ରାଜନେତା ବି ନିଜ ନିଜ ମନ୍ତବ୍ୟ ଦେଇ ଏହି ନିଆଁରେ ଘିଅ ଢାଳିବା ସଦୃଶ କାମ କରିଛନ୍ତି। ଏହାକୁ ନେଇ ପ୍ରଥମେ କନ୍ନଡ ଅଭିନେତା କିଚ୍ଚା ସୁଦୀପ ଓ ବଲିଉଡ ଷ୍ଟାର ଅଜୟ ଦେବଗନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଟ୍ୱିଟର  ୱାର  ଏବେ ରାଜନୈତିକ ମୋଡ଼ ନେଇ ସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story