‘ତାମିଲନାଡୁରେ ୬ ଆତଙ୍କବାଦୀ ପଶିଛନ୍ତି’

ଚେନ୍ନାଇ: ତାମିଲାନାଡୁରେ ୬ ଆତଙ୍କବାଦୀ ପ୍ରବେଶ କରିଛନ୍ତି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଇବାର ଏହି ଆତଙ୍କବାଦୀ ବୋଲି ଗୁଇନ୍ଦା ରିପୋର୍ଟ ଦେଇଛି। ଏ ନେଇ ଏବେ ତାମିଲନାଡୁ ପୁଲିସକୁ ହାଇ ଆଲର୍ଟରେ ରହିବା ପାଇଁ କୁହାଯାଇଛି। ୬ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଶ୍ରୀଲଙ୍କାର ବୋଲି ଜଣାପଡ଼ିଛି। ତାମିଲନାଡୁର ସମସ୍ତ ପୁଲିସ ଷ୍ଟେସନ ଏବଂ ସୁରକ୍ଷା ବଳୟକୁ ଅବଗତ କରାଇ ଦିଆଯାଇଛି। ଲୋକଙ୍କ ଅବଗତି ନିମନ୍ତେ ତାମିଲନାଡୁ ପୁଲିସର ଜଣେ ଅଧିକାରୀ କହିଛନ୍ତି ଯଦି କୌଣସି ବ୍ୟକ୍ତି ଉପରେ ସନ୍ଦେହ ପ୍ରକାଶ […]

terrorist killed

Subhransu Sekhar
  • Published: Friday, 23 August 2019
  • , Updated: 23 August 2019, 02:56 PM IST

ଚେନ୍ନାଇ: ତାମିଲାନାଡୁରେ ୬ ଆତଙ୍କବାଦୀ ପ୍ରବେଶ କରିଛନ୍ତି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଇବାର ଏହି ଆତଙ୍କବାଦୀ ବୋଲି ଗୁଇନ୍ଦା ରିପୋର୍ଟ ଦେଇଛି। ଏ ନେଇ ଏବେ ତାମିଲନାଡୁ ପୁଲିସକୁ ହାଇ ଆଲର୍ଟରେ ରହିବା ପାଇଁ କୁହାଯାଇଛି।

୬ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଶ୍ରୀଲଙ୍କାର ବୋଲି ଜଣାପଡ଼ିଛି। ତାମିଲନାଡୁର ସମସ୍ତ ପୁଲିସ ଷ୍ଟେସନ ଏବଂ ସୁରକ୍ଷା ବଳୟକୁ ଅବଗତ କରାଇ ଦିଆଯାଇଛି। ଲୋକଙ୍କ ଅବଗତି ନିମନ୍ତେ ତାମିଲନାଡୁ ପୁଲିସର ଜଣେ ଅଧିକାରୀ କହିଛନ୍ତି ଯଦି କୌଣସି ବ୍ୟକ୍ତି ଉପରେ ସନ୍ଦେହ ପ୍ରକାଶ ହୁଏ ତାହେଲେ ତୁରନ୍ତ ସ୍ଥାନୀୟ ପୁଲିସକୁ ଜଣାଇବାକୁ।

ଆତଙ୍କବାଦୀ ମାନେ କୋଏମ୍ବାଟୋର ଅଞ୍ଚଳରେ ଲୁଚିଥାଇ ପାରନ୍ତି। ଏଥିପାଇଁ ଏହି ଅଞ୍ଚଳକୁ ରେଡ୍ ଆଲର୍ଟ ଜାରି କରାଯାଇଥିବା ସୂଚନା ରହିଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ଅତିରିକ୍ତ ୨ ହଜାର ପୁଲିସ ନିୟୋଜିତ କରାଯାଇଥିବା ସୂଚନା ରହିଛି।

ଚେନ୍ନାଇରେ ଥିବା ସମସ୍ତ ଜନଗହଳିପୂର୍ଣ୍ଣ ସ୍ଥାନ, ହୋଟେଲ୍, ବସ୍ ଷ୍ଟାଣ୍ଡ, ବିମାନ ବନ୍ଦର, ଶପିଂ ମଲ୍ ଆଦିରେ କଡ଼ା ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ଆତଙ୍କବାଦୀ ଲିଙ୍କରେ ୧୦ରୁ ଅଧିକ ବ୍ୟକ୍ତିଙ୍କୁ ଏନଆଇଏ ଗିରଫ କରିଥିଲା।

Related story