ଶପଥ ନେଲେ ତାଇୱାନର ପ୍ରଥମ ମହିଳା ରାଷ୍ଟ୍ରପତି

ତାଇପେଇ: ତାଇୱାନର ନୂତନ ରାଷ୍ଟ୍ରପତି ଭାବେ ସାଇ ରଙ୍ଗୱେନ୍ ଶପଥ ଗ୍ରହଣ କରିଛନ୍ତି। ସେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଛନ୍ତି। ଜାନୁଆରୀରେ ହୋଇଥିବା ନିର୍ବାଚନରେ ଟାସି ଡେମୋକ୍ରାଟିକ୍ ପୋଗ୍ରେସିଭ୍‌ ପାର୍ଟି(ଡିପିପି)ରନେତୃତ୍ୱ ନେଇଥିଲେ। ସାଇଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ନେତା, କୁଟନୀତିଜ୍ଞ ଉପସ୍ଥିତ ଥିଲେ। ୫୯ ବର୍ଷୀୟା ଟାସି ତାଇୱାନ୍‌ର ରାଷ୍ଟ୍ରୀୟ ପତାକା ସମ୍ମୁଖରେ ଶପଥ ପାଠ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ସେ ତାଙ୍କ ଅଭିଭାଷଣରେ କହିଛନ୍ତି “ତାଇୱାନର ଲୋକେ ସ୍ୱତନ୍ତ୍ରତା ଓ ଲୋକତନ୍ତ୍ରକୁ […]

sai

Rakesh Mallick
  • Published: Friday, 20 May 2016
  • , Updated: 04 May 2017, 03:44 PM IST

ତାଇପେଇ: ତାଇୱାନର ନୂତନ ରାଷ୍ଟ୍ରପତି ଭାବେ ସାଇ ରଙ୍ଗୱେନ୍ ଶପଥ ଗ୍ରହଣ କରିଛନ୍ତି। ସେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଛନ୍ତି। ଜାନୁଆରୀରେ ହୋଇଥିବା ନିର୍ବାଚନରେ ଟାସି ଡେମୋକ୍ରାଟିକ୍ ପୋଗ୍ରେସିଭ୍‌ ପାର୍ଟି(ଡିପିପି)ରନେତୃତ୍ୱ ନେଇଥିଲେ। ସାଇଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ନେତା, କୁଟନୀତିଜ୍ଞ ଉପସ୍ଥିତ ଥିଲେ। ୫୯ ବର୍ଷୀୟା ଟାସି ତାଇୱାନ୍‌ର ରାଷ୍ଟ୍ରୀୟ ପତାକା ସମ୍ମୁଖରେ ଶପଥ ପାଠ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ସେ ତାଙ୍କ ଅଭିଭାଷଣରେ କହିଛନ୍ତି “ତାଇୱାନର ଲୋକେ ସ୍ୱତନ୍ତ୍ରତା ଓ ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ ନିଜର ପ୍ରତିବଦ୍ଧତା ଜାହିର କରିଛନ୍ତି। ମୋତେ ମିଳିଥିବା ଜନସମର୍ଥନକୁ ଆଧାର କରି ମୁଁ ଶାନ୍ତିପୂର୍ବକ ବିକାଶ କରିବାକୁ ଚେଷ୍ଟା କରିବି।”

Related story