ମହଙ୍ଗା ହେବ କପେ ଚା’ର ଦାମ୍!

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ଏବେ ସମସ୍ତେ ଛାନିଆ। ଆଉ ଏଥିରେ ପ୍ରଭାବିତ ହେବାକୁ ଯାଉଛି ତାଜା ସକାଳ। କାରଣ ପ୍ରତି ସକାଳେ ଶରୀରକୁ ତାଜା ଅନୁଭବ ଦେବା ପାଇଁ ପ୍ରତ୍ୟେକ ଭାରତୀୟ କପେ ଚା’ ଖୋଜନ୍ତି। ହେଲେ କରୋନା ମାଡ଼ରେ ଏହି ଚା’ କପର ଦାମ ଏବେ ମହଙ୍ଗା ହେବ ବୋଲି ଜଣାପଡ଼ିଛି। ପ୍ରବଳ ବର୍ଷା କାରଣରୁ ୨୦ କୋଟି କିଲୋଗ୍ରାମର ଚା’ ଚାଷ ଏବେ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏହାଦ୍ୱାରା ଘରୋଇ ବଜାରରେ ଉଚ୍ଚ […]

tea cup

Subhransu Sekhar
  • Published: Thursday, 23 July 2020
  • , Updated: 23 July 2020, 04:06 PM IST

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ଏବେ ସମସ୍ତେ ଛାନିଆ। ଆଉ ଏଥିରେ ପ୍ରଭାବିତ ହେବାକୁ ଯାଉଛି ତାଜା ସକାଳ। କାରଣ ପ୍ରତି ସକାଳେ ଶରୀରକୁ ତାଜା ଅନୁଭବ ଦେବା ପାଇଁ ପ୍ରତ୍ୟେକ ଭାରତୀୟ କପେ ଚା’ ଖୋଜନ୍ତି। ହେଲେ କରୋନା ମାଡ଼ରେ ଏହି ଚା’ କପର ଦାମ ଏବେ ମହଙ୍ଗା ହେବ ବୋଲି ଜଣାପଡ଼ିଛି।

ପ୍ରବଳ ବର୍ଷା କାରଣରୁ ୨୦ କୋଟି କିଲୋଗ୍ରାମର ଚା’ ଚାଷ ଏବେ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏହାଦ୍ୱାରା ଘରୋଇ ବଜାରରେ ଉଚ୍ଚ ମାନର ଚା’ର ଦାମ ବଢ଼ି ଯାଇଛି। ପାଖାପାଖି ୧୦୦ ଟଙ୍କା କିଲୋ ପିଛା ମହଙ୍ଗା ହେବ ବୋଲି ଆକଳନ କରାଯାଉଛି।

ସିଏନିବିସି ଟିଭି୧୯ର ରିପୋର୍ଟ ଅନୁଯାୟୀ, ହିନ୍ଦୁସ୍ଥାନ ୟୁନିଲିଭର, ଟାଟା କନଜ୍ୟୁମର ପ୍ରୋଡକ୍ଟସ ଏବଂ ବାଘ ବକରୀ ଚା’ କମ୍ପାନୀ କିଲୋ ପିଛା ୧୦-୧୫ ପ୍ରତିଶତ ଦାମ ବଢ଼ାଇବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଏପ୍ରିଲ, ମେ’ ଏବଂ ଜୁନରେ କମ୍ପାନୀ ଚା’ ଦାମ ବଢ଼ାଇ ସାରିଛି। ଏବେ ଜୁଲାଇରେ ଚା’ କମ୍ପାନୀ ଦାମ ବଢ଼ାଇବ ବୋଲି ଜଣାପଡ଼ିଛି।

କୋଲକାତା ଚା ବେପାରୀ ସଂଘ (ସିସିଟିଏ) କହିଛି, କରୋନା ପାଇଁ ଲକଡାଉନ ରହିବାରୁ ଚା’ ଉତ୍ପାଦନ କମିବାରୁ ନିଲାମୀ ବେଳେ ଚା’ର ଦାମ ବଢ଼ିଯାଇଛି। ଆଇଟିଏ (ଇଣ୍ଡିଆନ ଟି ଆସୋସିଏସନ) ସଚିବ ଅରିଜିତ ରାହା କହିଛନ୍ତି, ଜୁଲାଇରେ ନୂଆ ଦାମ ଏଯାବତ ସ୍ଥିର ହୋଇନି। ହେଲେ ବର୍ଷା କାରଣରୁ ଚା’ ଚାଷ ପ୍ରଭାବିତ ହୋଇଛି।

ଆଇଟିଏ ଆହୁରି କହିଛି ଯେ, ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ମଧ୍ୟରେ ଗତ ବର୍ଷ ତୁଳନାରେ ଚା’ର ଦାମ ୪୦ ପ୍ରତିଶତ ଉତ୍ପାଦନ କମିଛି। ଉତ୍ତର ଭାରତ, ଆସାମ ଏବଂ ଉତ୍ତର ବଙ୍ଗଳାରେ ହେଉଥିବା ଚା’ ଚାଷ ପୂର୍ବ ବର୍ଷ ତୁଳନାରେ ୪୦ ପ୍ରତିଶତ କମିଛି ବୋଲି ଆଇଟିଏ କହିଛି।

Related story