ଭୋପାଳ: ମଧ୍ୟପ୍ରଦେଶର ଦମୋହରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ରାଣୀ ଦୁର୍ଗାବତୀ ସ୍କୁଲରେ ଜଣେ ଛାତ୍ରୀଙ୍କ ୭୦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ଆସିବା ପରେ ଶିକ୍ଷକଙ୍କ କାର୍ଯ୍ୟାନୁଷ୍ଠାନର ତରିକା ସୀମା ଲଂଘଛି। ମାତ୍ର ୭୦ ଟଙ୍କା ପାଇଁ ସମ୍ପୃକ୍ତ ଶିକ୍ଷକ ଜଣକ ସ୍କୁଲର ସମସ୍ତ ଛାତ୍ରୀଙ୍କ ଡ୍ରେସ୍ ବାହାର କରି ଯାଞ୍ଚ କରିଥିଲେ। ଯେତେବେଳେ ଏହି ଖବର ଛାତ୍ରୀମାନେ ନିଜ ଅଭିଭାବକଙ୍କୁ ଜଣାଇଥିଲେ ଶିକ୍ଷକ ଜଣକ ଆହୁରି ହଙ୍ଗାମା କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭୦ ଟଙ୍କା ନେଇ ବିଦ୍ୟାଳୟକୁ ଆସିଥିଲେ। ଛାତ୍ରୀଙ୍କ ମୁତାବକ ସେ ଏହି ଟଙ୍କା ନିଜ ଜୋମେଟ୍ରି ବକ୍ସରେ ରଖିଥିଲେ। ତେବେ ଏହି ଟଙ୍କା କେହି ଜଣେ ଚୋରି କରିନେଇଥିଲେ। ଏନେଇ ଛାତ୍ରୀ ଜଣକ ନିଜ ସ୍କୁଲ ଶିକ୍ଷକ ଜ୍ୟୋତି ଗୁପ୍ତାଙ୍କୁ ଜଣାଇଥିଲେ। ଛାତ୍ରୀ ଜଣକ ଏନେଇ ୩ ଜଣଙ୍କ ନାମରେ ଅଭିଯୋଗ ଆଣିଥିଲେ। ହେଲେ ଶିକ୍ଷକ ଜଣକ ସମ୍ପୃକ୍ତ ୩ ଛାତ୍ରୀଙ୍କ ସହ ବିଦ୍ୟାଳୟର ସମସ୍ତ ଛାତ୍ରୀଙ୍କ ଡ୍ରେସ ବାହାର କରି ଯାଞ୍ଚ କରିଥିଲେ। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
ସୌଜନ୍ୟ:ଆଜ୍ତକ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।