ଅଖିଲେଶଙ୍କ ପାଖରେ ବସି କଂଗ୍ରେସ ସମ୍ପର୍କରେ ଏମିତି କଥା କହିଲେ ତେଜସ୍ୱୀ

ଲକ୍ଷ୍ନୌ: ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସକୁ ବାଦ ଦେଇ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ମାୟାବତୀଙ୍କ ବିଏସ୍‌ପି ଉତ୍ତର ପ୍ରଦେଶରେ ମେଣ୍ଟ କରିଛନ୍ତି। ଏହି ମେଣ୍ଟ ପରେ ବିହାରରେ ପ୍ରମୁଖ ବିରୋଧୀ ଦଳ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଉଭୟ ମାୟାବତୀ ଓ ଅଖିଲେଶଙ୍କୁ ଭେଟିଛନ୍ତି। ଏଭଳି ମେଣ୍ଟ ପାଇଁ ତାଙ୍କ ବାପା ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଚାହୁଁଥିଲେ ବୋଲି ତେଜସ୍ୱୀ କହିଛନ୍ତି। ତେବେ ଏହି ସାକ୍ଷାତ ପରେ ତେଜସ୍ୱୀ ଓ […]

o

Hemant Lenka
  • Published: Monday, 14 January 2019
  • , Updated: 14 January 2019, 05:19 PM IST

ଲକ୍ଷ୍ନୌ: ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସକୁ ବାଦ ଦେଇ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ମାୟାବତୀଙ୍କ ବିଏସ୍‌ପି ଉତ୍ତର ପ୍ରଦେଶରେ ମେଣ୍ଟ କରିଛନ୍ତି। ଏହି ମେଣ୍ଟ ପରେ ବିହାରରେ ପ୍ରମୁଖ ବିରୋଧୀ ଦଳ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଉଭୟ ମାୟାବତୀ ଓ ଅଖିଲେଶଙ୍କୁ ଭେଟିଛନ୍ତି।

ଏଭଳି ମେଣ୍ଟ ପାଇଁ ତାଙ୍କ ବାପା ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଚାହୁଁଥିଲେ ବୋଲି ତେଜସ୍ୱୀ କହିଛନ୍ତି। ତେବେ ଏହି ସାକ୍ଷାତ ପରେ ତେଜସ୍ୱୀ ଓ ଅଖିଲେଶ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଯେଉଁଥିରେ ସାମ୍ବାଦିକମାନେ କଂଗ୍ରେସ ସମ୍ପର୍କରେ ତେଜସ୍ୱୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ତେଜସ୍ୱୀ ବେଶ ଶାଣିତ ଢଙ୍ଗରେ ଦେଇଛନ୍ତି।

ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଯେ “ ବିହାରରେ ରାହୁଲ ଗାନ୍ଧିଙ୍କ କଂଗ୍ରେସ ସହ ଆପଣଙ୍କ ଦଳର ମେଣ୍ଟ ରହିଛି। କିନ୍ତୁ ଉତ୍ତର ପ୍ରଦେଶରେ କଂଗ୍ରେସକୁ ଅଖିଲେଶ ଓ ମାୟାବତୀ ମେଣ୍ଟରୁ ବାଦ ଦେଇଛନ୍ତି। ତେଣୁ ଏହା ଉପରେ ଆପଣ କ’ଣ କହିବେ?”

ଏହାର ଉତ୍ତର ଦେଇ ତେଜସ୍ୱୀ କହିଛନ୍ତି, “ଆମର ଗୋଟିଏ ଲକ୍ଷ୍ୟ ହେଉଛି ବିଜେପିକୁ ପରାସ୍ତ କରିବା। ଆପଣ ନିକଟରେ ଶେଷ ହୋଇଥିବା ଉପ ନିର୍ବାଚନରେ ସପା ଓ ବିଏସ୍‌ପି ମେଣ୍ଟ କେମିତି ବିଜେପିକୁ ହରାଇଥିଲେ, ତା’ର ପ୍ରମାଣ ପାଇଛନ୍ତି। ରାହୁଲ ଗାନ୍ଧି ମଧ୍ୟ ଏକଥା କହିଛନ୍ତି ଯେ ସେ ମେଣ୍ଟରେ ରହିଲେ କିମ୍ବା ନ ରହିଲେ କିଛି ଅସୁବିଧା ନାହିଁ। ବିଜେପି ପରାସ୍ତ ହେବା ଦରକାର। ତେଣୁ ଆମ ଲକ୍ଷ୍ୟ ଗୋଟିଏ ରହିଛି।”

Related story