ହାଇଦ୍ରାବାଦ ଦୁଷ୍କର୍ମ ମାମଲା: ମଦ ପିଆଇ ଭିଆଇଥିଲେ ଅମାନୁଷିକ କାଣ୍ଡ!

ହାଇଦ୍ରାବାଦ: ବୁଧବାର ରାତିରେ ତେଲେଙ୍ଗାନାରେ ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିବା ଡାକ୍ତରଙ୍କ ସହ ହୋଇଥିବା ବୀଭତ୍ସ କାଣ୍ଡ ବାବଦରେ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସାରା ଦେଶକୁ ଚହଲାଇ ଦେଇଥିବା ଏହି ଅଘଟଣ ପୂର୍ବରୁ ଦୁଷ୍କର୍ମକାରୀମାନେ ଜୋର କରି କୋଲ୍ଡ ଡ୍ରିଙ୍କସ୍‌ ମିଶା ମଦ ପିଆଇଦେଇଥିଲେ ବୋଲି ବର୍ତ୍ତମାନ ଜଣାପଡ଼ିଛି। ପୁଲିସ୍‌ ସୂତ୍ରରୁ ଏପରି ସୂଚନା ମିଳିଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ କୁହାଯାଇଛି। ସେମାନେ ହ୍ୱିସ୍କି ବୋତଲ କିଣି ଏହି ପୀଡ଼ିତା […]

telengana

telengana

Subrat Kumar Nayak
  • Published: Saturday, 30 November 2019
  • Updated: 30 November 2019, 05:43 PM IST

Sports

Latest News

ହାଇଦ୍ରାବାଦ: ବୁଧବାର ରାତିରେ ତେଲେଙ୍ଗାନାରେ ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିବା ଡାକ୍ତରଙ୍କ ସହ ହୋଇଥିବା ବୀଭତ୍ସ କାଣ୍ଡ ବାବଦରେ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସାରା ଦେଶକୁ ଚହଲାଇ ଦେଇଥିବା ଏହି ଅଘଟଣ ପୂର୍ବରୁ ଦୁଷ୍କର୍ମକାରୀମାନେ ଜୋର କରି କୋଲ୍ଡ ଡ୍ରିଙ୍କସ୍‌ ମିଶା ମଦ ପିଆଇଦେଇଥିଲେ ବୋଲି ବର୍ତ୍ତମାନ ଜଣାପଡ଼ିଛି। ପୁଲିସ୍‌ ସୂତ୍ରରୁ ଏପରି ସୂଚନା ମିଳିଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ କୁହାଯାଇଛି। ସେମାନେ ହ୍ୱିସ୍କି ବୋତଲ କିଣି ଏହି ପୀଡ଼ିତା ଭେଟେରିନାରୀ ଡାକ୍ତରଙ୍କୁ ପିଆଇଥିଲେ ବୋଲି ଜଣାପଡ଼ିଛି।

ଗୁରୁବାର ସକାଳେ ହିଁ ଯୁବତୀଙ୍କ ପୋଡ଼ିଯାଇଥିବା ଶରୀର ଏକ କଲ୍‌ଭର୍ଟ ତଳୁ ମିଳିଥିଲା। ହାଇଦ୍ରବାଦ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ହିଁ ଏହି ଘଟଣା ଘଟିଥିଲା। ଏହାପରେ ସାଇବରାବାଦ ପୁଲିସ୍‌ ୪ ଜଣ ଅଭିଯୁକ୍ତଙ୍କୁ ସେମାନଙ୍କ ଘରୁ ଉଠେଇଆଣିଥିଲା। ଏହାପରେ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି, ଶମସାବାଦ୍‌ ପ୍ଲାଜା ପାଖ ତୋନ୍ଦୁପାଲ୍ଲୀ ଗାଁରୁ ୪ ଜଣ ଅଭିଯୁକ୍ତ ଦେଢ଼ ବୋତଲ ହ୍ୱିସ୍କି, କୋଲ୍ଡ ଡ୍ରିଙ୍କସ୍‌ ଏବଂ ଚାଖଣା କିଣିଥିଲେ। ଅପରାଧ ଘଟାଇବା ସମୟରେ ସମସ୍ତେ ନିଶାରେ ଥିଲେ।

ସାଇବରାବାଦ ପୁଲିସ୍‌ କହିବା ଅନୁଯାୟୀ, “ସେମାନେ ଏହାପରେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ। ତେବେ ଜଣେ ଅଭିଯୁକ୍ତ ଅପରାଧ ଘଟାଇବା ସମୟରେ ଯୁବତୀଙ୍କ ମୁହଁ ଓ ନାକ ବନ୍ଦ କରିଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଅଭିଯୁକ୍ତମାନେ ପେଟ୍ରୋଲ କିଣି ପୀଡ଼ିତାଙ୍କ ଶରୀରକୁ ପୋଡ଼ିଦେଇଥିଲେ।”
ଏଭଳି ଅପରାଧ ଘଟାଇବା ପରେ ତେଲେଙ୍ଗାନା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫ୍‌ ଅନ୍ୟ ଅଭିଯୁକ୍ତମାନଙ୍କୁ ଆରାମଘର ଏକ୍ସ ରୋଡ୍‌ ନିକଟରେ ଛାଡ଼ିଦେଇ ନାରାୟଣପେଟ୍‌ସ୍ଥିତ ନିଜ ଘରକୁ ଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆରିଫ୍‌ ଜଣେ ଡ୍ରାଇଭର ଭାବେ କାମ କରୁଥିଲା। ଅନ୍ୟ ଅଭିଯୁକ୍ତ ଯଥା ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ କ୍ଲିନର ଭାବେ କାମ କରୁଥିଲେ। ସମସ୍ତଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଏମାନେ ସମସ୍ତେ ସ୍କୁଲ ଡ୍ରପ୍‌ଆଉଟ୍‌ ଏବଂ ପିଲାଦିନୁ ସାଙ୍ଗ ବୋଲି ସୂଚନା ମିଳିଛି। ଏମାନେ ସ୍କୁଟି ସାମ୍ନାରେ ଟ୍ରକ୍‌କୁ ଏମିତି ରଖିଥିଲେ ଯେପରି ଏହା ମୁଖ୍ୟ ରାସ୍ତା ଏବଂ ଟୋଲ୍‌ ପ୍ଲାଜାକୁ ଦେଖା ନ ଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos