ନୂଆଦିଲ୍ଲୀ: ଛୁଆ ପାଇଁ ସବୁବେଳେ ଛଟପଟ ହୁଏ ମା’ର ମନ । ଛୁଆ କଷ୍ଟରେ ଥିଲେ କାନ୍ଦି ଉଠେ ମା’ର ହୃଦୟ । ଏପରିକି ନିଜ ଛୁଆକୁ ବିପଦ ମୁହଁରୁ ଟାଣି ଆଣିବାକୁ ମା’ ନିଜକୁ ବି ଖୁସି ଖୁସିରେ ବିପଦକୁ ଠେଲି ଦିଏ। କରୋନା ମହାମାରୀ ସମୟରେ ୧୪ଶହ କିମି ଦୂରରେ ଥିବା ପୁଅକୁ ଫେରାଇ ଆଣିବାକୁ ସ୍କୁଟି ଧରି ବାହରି ପଡ଼ିଥିଲା। ମା’ । ସେ ସମୟରେ ଦିନରାତି ଏକ କରି ଶୂନଶାନ , ନିଛାଟିଆ ରାସ୍ତାରେ ଦୀର୍ଘ ୧୪ଶହ କିମି ପର୍ଯ୍ୟନ୍ତ ଏକାକୀ ସ୍କୁଟି ଚଲାଇ ପୁଅକୁ ଫେରାଇ ଆଣିଥିବା ମା’ ଆଖିରେ ଏବେ ପୁଣି ଥରେ ଲୁହ। କାରଣ ଉଦ୍ଧାର ହୋଇଥିବା ପୁଅଟି ଏବେ ପୁଣି ସଙ୍କଟରେ ଫସିଛି। ପୁଅ ଏବେ ୟୁକ୍ରେନରେ ଯୁଦ୍ଧର ବିଭୀଷିକା ମଧ୍ୟରେ ଫସି ରହିଥିବା ବେଳେ ବିଳାପ କରି ଉଠୁଛି ମା’ର ହୃଦୟ।
[caption id="attachment_718453" align="aligncenter" width="650"]
ନାମକ ଏହି ଯୁବକ ୨୦୨୦ ମସିହାରେ ଲାଗୁ ହୋଇଥିବା ଲକ୍ଡାଉନ୍ ସମୟରେ ଆନ୍ଧ୍ର-ତାମିଲନାଡ଼ୁ ବର୍ଡରରେ ଫସି ରହିଥିଲେ। ସେତେବେଳେ କରୋନା କୋପ ସାଙ୍ଗକୁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଥିଲା। ଏପରି ସମୟରେ ନିଜ ପୁଅକୁ ଉଦ୍ଧାର ପାଇଁ ଅଣ୍ଟା ଭିଡ଼ିଥିଲେ ନିଜାମୁଦ୍ଦିନଙ୍କ ମା’ । ଏପରିକି ତେଲେଙ୍ଗାନାର ନିଜାମାବାଦ ଅଞ୍ଚଳରେ ରହୁଥିବା ରଜିଆ ନିଜ ପୁଅ ପାଇଁ ଆନ୍ଧ୍ରର ନିଲ୍ଳୋର ପର୍ଯ୍ୟନ୍ତ ସ୍କୁଟି ଚଳାଇ ଯାଇଥିଲେ। ସେତେବେଳେ ୧୪ଶହ କିମି ସ୍କୁଟି ଚଳାଇ ନିଜ ପୁଅକୁ ସୁରକ୍ଷିତ ଭାବେ ଘରକୁ ଆଣିଥିଲେ।
ହେଲେ ଏବେ ପୁଣି ଥରେ ବିପଦରେ ପଡ଼ିଛନ୍ତି ରଜିଆଙ୍କ ପୁଅ ନିଜାମୁଦ୍ଦିନ । ସେ ଏବେ ୟୁକ୍ରେନର ସୁମି ଷ୍ଟେଟ ୟୁନିଭରସିଟିରେ ଏମବିବିଏସ୍ ଛାତ୍ର । ସୁମି ରୁଷ ବର୍ଡର ନିକଟରେ ଥିବା ବେଳେ ସେଠାରେ ଚାଲିଛି ଘମାଘୋଟ ଲଢ଼େଇ । ଯୁଦ୍ଧ ଯୋଗୁ ଆଉ ଫେରି ପାରୁ ନାହାନ୍ତି ନିଜାମୁଦ୍ଦିନ । ଚାରିଆଡ଼େ ଘନ ଘନ ବୋମା ମାଡ଼ ଓ ଗୁଳି ବାରୁଦର ଶବ୍ଦ। ଏପରିକି ପୁଅର ଚାରିପଟେ ମୃତ୍ୟୁର ତାଣ୍ଡବ ଚାଲିଥିବା ବେଳେ ଦିନରାତି କାନ୍ଦି ଉଠୁଛି ମା’ର ହୃଦୟ । ପୁଅକୁ ସୁରକ୍ଷିତ ଉଦ୍ଧାର ପାଇଁ ସେ ପ୍ରଧାନମନ୍ତ୍ରୀ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନିକଟରେ ଗୁହାରୀ କରିଛନ୍ତି। ଏପରିକି ପୁଅ ପୁଣି ଥରେ ସୁରକ୍ଷିତ ଭାବେ ତାଙ୍କ କୋଳକୁ ଫେରି ଆସିବ ବୋଲି ଆଶା ବି ରଖିଛନ୍ତି।