ଶ୍ରୀହରିକୋଟ୍ଟା: ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଟେଲିସ୍କୋପିକ୍ ସାଟେଲାଇଟ୍ ଆଷ୍ଟ୍ରୋସାଟକୁ ମହାକାଶକୁ ପ୍ରେରଣ କରିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର-ଇସ୍ରୋ । ଆଜି ଦିନ ୧୦ଟାରେ ଆନ୍ଧ୍ରପଦେଶର ଶ୍ରୀହରିକୋଟ୍ଟାଠାରେ ଥିବା ମହାକାଶ ଗବେଷଣା କେନ୍ଦ୍ରରୁ ପିଏସ୍ଏଲଭିସି-୩୦ ରକେଟ୍ ଜରିଆରେ ଆଷ୍ଟ୍ରୋସାଟକୁ ପଠାଯାଇଛି। ଉତକ୍ଷେପଣର କିଛି ସମୟ ପରେ ୧୫ ଶହ ୧୩ କିଲୋଗ୍ରାମ ଓଜନ ବିଶିଷ୍ଟ ଆଷ୍ଟ୍ରୋସାଟକୁ ସଫଳତା ସହ କକ୍ଷପଥରେ ଅବସ୍ଥାପିତ କରିଛି ପିଏସ୍ଏଲଭିସି। ଏଥିସହ ଭାରତ ଆମେରିକା, ରୁଷିଆ, ଜାପାନ ଏବଂ ୟୁରୋପ ପରେ ନିଜର ସ୍ୱତନ୍ତ୍ର ସ୍ପେସ୍ ଅବଜରଭେଟୋରୀ ରଖିଥିବା ରାଷ୍ଟ୍ର ତାଲିକାରେ ସାମିଲ ହୋଇଛି। ଆଷ୍ଟ୍ରୋସାଟ୍ ମହାକାଶରେ ଗ୍ରହ ନକ୍ଷତ୍ରଗୁଡିକର ଗତିବିଧି ଲକ୍ଷ୍ୟ କରିବ। ଅତିକମରେ ଏହା ୫ବର୍ଷ ପର୍ଯ୍ୟନ୍ତ କାମ କରିବ। ଆଷ୍ଟ୍ରୋସାଟ୍ ସହ ଆଉ ୬ଟି ବିଦେଶୀ ଉପଗ୍ରହକୁ ଆଜି ମହାକାଶକୁ ପ୍ରେରଣ କରିଥିଲା ଇସ୍ରୋ । ଏଥିମଧ୍ୟରୁ ୪ଟି ଉପଗ୍ରହ ହେଉଛି ଆମେରିକୀୟ କମ୍ପାନୀର ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।