ସୀମା ବିବାଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ହିଂସା, ପିଏମଓକୁ ଜଣାଇଲେ ସର୍ବାନନ୍ଦ

ଗୌହାଟି: ସୀମା ବିବାଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ହିଂସା ଦେଖିବାକୁ ମିଳିଛି। ଆସାମ-ମିଜୋରାମ ସୀମାରେ ଥିବା ଦୁଇ ରାଜ୍ୟର ଲୋକଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି। ଏଥିରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ରବିବାର ଏହି ହିଂସା ହୋଇଥିବା ସୂଚନା ରହିଛି। ମିଜୋରାମର କୋଲାସିବ ଜିଲ୍ଲା ଏବଂ ଆସାମର କାଚର ଜିଲ୍ଲାର ଅଞ୍ଚଳର ଲୋକଙ୍କ ମଧ୍ୟରେ ଏହି ବିବାଦ ରହିଛି। ଏବେ କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଦୁଇ ରାଜ୍ୟର ସରକାରୀ ଅଧିକାରୀ ସୂଚନା […]

assam mizoram

Subhransu Sekhar
  • Published: Monday, 19 October 2020
  • , Updated: 19 October 2020, 12:59 AM IST

ଗୌହାଟି: ସୀମା ବିବାଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ହିଂସା ଦେଖିବାକୁ ମିଳିଛି। ଆସାମ-ମିଜୋରାମ ସୀମାରେ ଥିବା ଦୁଇ ରାଜ୍ୟର ଲୋକଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି। ଏଥିରେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ରବିବାର ଏହି ହିଂସା ହୋଇଥିବା ସୂଚନା ରହିଛି।

ମିଜୋରାମର କୋଲାସିବ ଜିଲ୍ଲା ଏବଂ ଆସାମର କାଚର ଜିଲ୍ଲାର ଅଞ୍ଚଳର ଲୋକଙ୍କ ମଧ୍ୟରେ ଏହି ବିବାଦ ରହିଛି। ଏବେ କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ଦୁଇ ରାଜ୍ୟର ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଏବେ ସୀମାରେ ସିଆରପିଏଫ୍ ବାଟାଲିଅନ୍ ସହିତ ପୁଲିସ ନିୟୋଜିତ ରହିଥିବା ଜଣାପଡ଼ିଛି।

ମିଜୋରାମର ଉତ୍ତର ପାର୍ଶ୍ୱରେ କୋଲାସିବ ଜିଲ୍ଲାର ଭାୟେରେଙ୍ଗଟେ ରହିଛି। ଏହି ଭାୟେରେଙ୍ଗଟେ ଦେଇ ଜାତୀୟ ରାଜପଥ 306 ଯାଇଛି। ଏହି ଜାତୀୟ ରାଜପଥ ଆସାମକୁ ସଂଯୋଗ କରୁଛି। ଆସାମର ନିକଟତମ ଗାଁ ହେଉଛି ଲାଇଲପୁର, ଯାହାକି କାଚର ଜିଲ୍ଲାରେ ରହିଛି।

ଆସାମର କାଚର ଜିଲ୍ଲା ଏବଂ ମିଜୋରାମର କୋଲାସିବ ଜିଲ୍ଲା ସୀମାରେ ଥିବା ଭୌଗୋଳିକ ବିବାଦ ରହିଛି। ଏ ନେଇ କେନ୍ଦ୍ର ନିକଟରେ ଦୁଇ ରାଜ୍ୟର ସରକାର ଦ୍ୱାରସ୍ଥ ହୋଇଛନ୍ତି।

ସୋମବାର ଉଭୟ ରାଜ୍ୟ ମଧ୍ୟରେ ହୋଇଥିବା ବିବାଦକୁ ନେଇ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭାଲାଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ବୋଲି ମିଜୋରାମ ଗୃହମନ୍ତ୍ରୀ ଲାଲଚାମଲିଆନା କହିଛନ୍ତି। ଏହି ବୈଠକ ବେଳେ ଆସାମ ଏବଂ ମିଜୋରାମ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏ ନେଇ ମିଜୋରାମ  ମୁଖ୍ୟମନ୍ତ୍ରୀ ଜୋରାଥାଙ୍ଗାଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଉଭୟ ରାଜ୍ୟ ମଧ୍ୟରେ ଥିବା ବିବାଦ ଆଲୋଚନା ମାଧ୍ୟମରେ ସମାଧାନ ହେବ ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ରାଜ୍ୟର ଲୋକଙ୍କୁ ଶାନ୍ତି  ବଜାୟୀ ରଖିବା ପାଇଁ ଆହ୍ୱାନ କରିଛନ୍ତି ସର୍ବାନନ୍ଦ। ଏ ବାବଦରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ କେନ୍ଦ୍ର ଗୃହ ମନ୍ତ୍ରାଳୟ ସହିତ କଥା ହୋଇଥିବା ସୂଚନା ରହିଛି।

Related story