ଜାତିସଂଘରେ ଆରଏସଏସକୁ ବ୍ୟାନ କରିବାକୁ କହିଲା ପାକିସ୍ତାନ

ଜେନେଭା: ଆତଙ୍କବାଦର କାରଖାନା ପାଲଟିଥିବା ପାକିସ୍ତାନ ପୁଣିଥରେ ଭାରତ ବିରୋଧରେ ବିଷ ବୁଣିଛି। ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ପାକିସ୍ତାନ ଭାରତ ବିରୋଧରେ ବିଷ ବୁଣିବା ସହିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଆରଏସଏସ ବିଶ୍ୱରେ ଶାନ୍ତି ଭଙ୍ଗ କରୁଛି ବୋଲି ପାକିସ୍ତାନ କହିଛି। ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମୁନିର ଆକ୍ରାମ କହିଛନ୍ତି ଆରଏସଏସ ଭଳି ଉଗ୍ରବାଦୀ ଉଗ୍ରବାଦୀ ସଂଗଠନ ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପ୍ରତି […]

imran khan

Subhransu Sekhar
  • Published: Thursday, 14 January 2021
  • , Updated: 14 January 2021, 08:37 PM IST

ଜେନେଭା: ଆତଙ୍କବାଦର କାରଖାନା ପାଲଟିଥିବା ପାକିସ୍ତାନ ପୁଣିଥରେ ଭାରତ ବିରୋଧରେ ବିଷ ବୁଣିଛି। ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ପାକିସ୍ତାନ ଭାରତ ବିରୋଧରେ ବିଷ ବୁଣିବା ସହିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଆରଏସଏସ ବିଶ୍ୱରେ ଶାନ୍ତି ଭଙ୍ଗ କରୁଛି ବୋଲି ପାକିସ୍ତାନ କହିଛି।

ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମୁନିର ଆକ୍ରାମ କହିଛନ୍ତି ଆରଏସଏସ ଭଳି ଉଗ୍ରବାଦୀ ଉଗ୍ରବାଦୀ ସଂଗଠନ ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି। ପରିଷଦର ୧୫ ଜଣିଆ ସଦସ୍ୟ ଆତଙ୍କବାଦ ବିରୋଧରେ ଲଢ଼ିବା ନେଇ ବୈଠକ କରିଥିଲା। ଏହି ସମୟରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଏଭଳି ବିବୃତ୍ତି ରଖିଥିଲେ।

ଜାତିସଂଘରେ ପାକିସ୍ତାନୀ ରାଷ୍ଟ୍ରଦୂତ ଦାବି କରିଛନ୍ତି ଯେ ହିନ୍ଦୁତ୍ୱ ଆଦର୍ଶ ଭାରତୀୟ ମୁସଲମାନମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ହିନ୍ଦୁତ୍ୱର ଆଦର୍ଶକୁ ଶାସକ ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ ଅନୁସରଣ କରୁଛନ୍ତି। ଏମିତିକି ଫେବୃଆରୀ ୨୦୨୦ରେ ଦିଲ୍ଲୀ ଦଙ୍ଗା ଏହାର ପ୍ରତିଫଳନ ବୋଲି ପାକିସ୍ତାନ ଦାବି କରିଛି।

Related story