ଅଯୋଧ୍ୟାରେ ୩୦ ବୋମା ନିଷ୍କ୍ରିୟକାରୀ ଟିମ୍‌, ସମସ୍ତ ରାଜ୍ୟଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଅଯୋଧ୍ୟା: ନଭେମ୍ବରରେ ରାମଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ରାୟ ଆସିବାକୁ ଥିବାବେଳେ ଏହା ପୂର୍ବରୁ ଅଯୋଧ୍ୟାରେ ଆତଙ୍କବାଦୀ ହମ୍‌ଲା ନେଇ ଧମକ ଆସିଛି। ଏହାପରେ ୩୦ଟି ବୋମା ନିଷ୍କ୍ରିୟକାରୀ ଟିମ୍‌କୁ ଅଯୋଧ୍ୟାରେ ନିୟୋଜିତ କରାଯାଇଛି। ଏହା ପୂର୍ବରୁ ଅଯୋଧ୍ୟା ରାୟ ଆସିବାକୁ ଥିବାରୁ ସହରରେ କଡ଼ା ସୁରକ୍ଷା ରହିଛି। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ନଭେମ୍ବର ୧୭ ତାରିଖରେ ଅବସର ନେବା ପୂର୍ବରୁ ଏହି ରାୟ ଆସିବ। ଏହା ପୂର୍ବରୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି, ନଭେମ୍ବର ୧୨ […]

ayodhya

Subrat Kumar Nayak
  • Published: Thursday, 07 November 2019
  • , Updated: 07 November 2019, 10:58 PM IST

ଅଯୋଧ୍ୟା: ନଭେମ୍ବରରେ ରାମଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ରାୟ ଆସିବାକୁ ଥିବାବେଳେ ଏହା ପୂର୍ବରୁ ଅଯୋଧ୍ୟାରେ ଆତଙ୍କବାଦୀ ହମ୍‌ଲା ନେଇ ଧମକ ଆସିଛି। ଏହାପରେ ୩୦ଟି ବୋମା ନିଷ୍କ୍ରିୟକାରୀ ଟିମ୍‌କୁ ଅଯୋଧ୍ୟାରେ ନିୟୋଜିତ କରାଯାଇଛି। ଏହା ପୂର୍ବରୁ ଅଯୋଧ୍ୟା ରାୟ ଆସିବାକୁ ଥିବାରୁ ସହରରେ କଡ଼ା ସୁରକ୍ଷା ରହିଛି। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ନଭେମ୍ବର ୧୭ ତାରିଖରେ ଅବସର ନେବା ପୂର୍ବରୁ ଏହି ରାୟ ଆସିବ।

ଏହା ପୂର୍ବରୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି, ନଭେମ୍ବର ୧୨ ପୂର୍ବରୁ ସମସ୍ତ ଧର୍ମଶାଳାର ଅନ୍ତେବାସୀଙ୍କୁ ଖାଲି କରିବାକୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ସୁଦ୍ଧା ସମସ୍ତ ଧର୍ମଶାଳା ଖାଲିହେବ ଏବଂ ସହର ବାହାରର ସମସ୍ତ ଲୋକ ସହର ଛାଡ଼ିବାକୁ କୁହାଯିବ।

ନଭେମ୍ବର ୧୦ ସୁଦ୍ଧା ୩୦୦ କମ୍ପାନୀ ସୁରକ୍ଷା କର୍ମୀ ଏଠାରେ ନିୟୋଜିତ ହେବେ। ଏମାନଙ୍କ ମଧ୍ୟରୁ ଅଧା କେନ୍ଦ୍ରରୁ ଏବଂ ଅଧା ରାଜ୍ୟରୁ ନିୟୋଜିତ ହେବେ। ବିବାଦୀୟ ସ୍ଥଳ ନିକଟବର୍ତ୍ତୀ ରାମକୋଟ୍‌ ନିକଟସ୍ଥ ରାସ୍ତାକୁ ପୁଲିସ୍‌ ବନ୍ଦ କରିଛି।

ଏହା ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ସେମାନେ ଆଲର୍ଟ ରହିବେ। ସେମାନେ ଅଯୋଧ୍ୟା ରାୟ ଆସିବା ପରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ କୁହାଯାଇଛି।

Related story