ସେଓ ବଗିଚା ଉପରେ ଆକ୍ରମଣ କଲେ ଆତଙ୍କବାଦୀ
ଶୋପିଆନ୍: ନା ଜନ ବସତି ନା ସେନା, ଆତଙ୍କବାଦୀଙ୍କ ନୂଆ ଟାର୍ଗେଟ୍ ସେଓ ବଗିଚା। କଶ୍ମିରୀ କଶ୍ମିରୀ ଚିତ୍କାର କରୁଥିବା ପାକିସ୍ତାନ ଏବେ କଶ୍ମିରୀଙ୍କ ଅର୍ଥନୀତିକ ମେରୁଦଣ୍ଡ ଭାଙ୍ଗିବାକୁ କରିଛି ଏଭଳି କାମ। ଶୋପିଆନ୍ର ପ୍ରସିଦ୍ଧ ‘ଗୋଲ୍ଡେନ୍’ ଭେରାଇଟିର ସେଓ ବଗିଚାରେ ନିଆଁ ଲଗାଇ ଦେଇଛନ୍ତି ଆତଙ୍କବାଦୀ। ସେଓ ବଗିଚା ମାଲିକମାନେ ବ୍ୟବସାୟୀଙ୍କୁ ସେଓ ବିକ୍ରି ନ କରିବା ପାଇଁ ବାଧ୍ୟ କରିବା ପାଇଁ ଆତଙ୍କବାଦୀମାନେ ଏହି ଉପାୟ ଆପଣାଇଛନ୍ତି। ଏପରିକି ଶୋପିଆନ୍ର କାନି ଗାମ୍ ଗାଁରେ […]
ଶୋପିଆନ୍: ନା ଜନ ବସତି ନା ସେନା, ଆତଙ୍କବାଦୀଙ୍କ ନୂଆ ଟାର୍ଗେଟ୍ ସେଓ ବଗିଚା। କଶ୍ମିରୀ କଶ୍ମିରୀ ଚିତ୍କାର କରୁଥିବା ପାକିସ୍ତାନ ଏବେ କଶ୍ମିରୀଙ୍କ ଅର୍ଥନୀତିକ ମେରୁଦଣ୍ଡ ଭାଙ୍ଗିବାକୁ କରିଛି ଏଭଳି କାମ। ଶୋପିଆନ୍ର ପ୍ରସିଦ୍ଧ ‘ଗୋଲ୍ଡେନ୍’ ଭେରାଇଟିର ସେଓ ବଗିଚାରେ ନିଆଁ ଲଗାଇ ଦେଇଛନ୍ତି ଆତଙ୍କବାଦୀ।
ସେଓ ବଗିଚା ମାଲିକମାନେ ବ୍ୟବସାୟୀଙ୍କୁ ସେଓ ବିକ୍ରି ନ କରିବା ପାଇଁ ବାଧ୍ୟ କରିବା ପାଇଁ ଆତଙ୍କବାଦୀମାନେ ଏହି ଉପାୟ ଆପଣାଇଛନ୍ତି। ଏପରିକି ଶୋପିଆନ୍ର କାନି ଗାମ୍ ଗାଁରେ ଏକ ପଞ୍ଚାୟତ କୋଠା ମଧ୍ୟ ସେମାନେ ପୋଡ଼ି ଦେଇଛନ୍ତି। ଏପରିକି ସ୍ଥାନୀୟ ଲୋକଙ୍କୁ ଦୋକାନ ନଖୋଲିବା ପାଇଁ ଧମକାଯାଇଛି।
ଆତଙ୍କବାଦୀ ନଷ୍ଟ କରିଥିବା ଏକ ସେଓ ବଗିଚାର ମାଲିକଙ୍କ କହିବା ଅନୁଯାୟୀ, ସେ ୩-୪ ଲକ୍ଷ ଟଙ୍କା କ୍ଷତି ସହିଛନ୍ତି। ସେ କହିଛନ୍ତି, ଗୋଟିଏ ଗଛ ବଡ଼ କରିବା ପାଇଁ ଜୀବନ ବିତିଯାଉଛି। ଅତି କମ୍ରେ ୧୫-୨୦ ବର୍ଷ ପରେ ଯାଇ ଗଛ ଫଳ ଧରିଥାଏ। ଏହି ଚାଷୀଙ୍କର ୭ଟି ଗଛ ପୋଡ଼ିଯାଇଛି। ସେ କାଳେ ଟାର୍ଗେଟ୍ର ଶିକାର ହେବେ ବୋଲି ଆଶଙ୍କା କରି ପୁଲିସ୍ରେ ଅଭିଯୋଗ କରିନାହାନ୍ତି। ଗୋଟିଏ ଗଛ ଅତି କମ୍ରେ ୨୫ କାର୍ଟୁନ୍ ସେଓ ଉତ୍ପାଦନ କରୁଥିବାରୁ ଏହା ତାଙ୍କ ପାଇଁ ବଡ଼ ପରିମାଣର କ୍ଷତି ବୋଲି ସେ କହିଛନ୍ତି।