କଶ୍ମୀର ସ୍ଥିତି ସୁଧୁରିବା ଦେଖି ଚିନ୍ତାରେ ଆତଙ୍କବାଦୀ ସଂଗଠନ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସ୍ଥିତି ସ୍ୱାଭାବିକ ହେବାକୁ ଆରମ୍ଭ କରିଥିବାବେଳେ ଏହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ। ସେମାନଆ ଉପତ୍ୟକାରେ ଅଶାନ୍ତି ବଳବତ୍ତର ରଖିବା ପାଇଁ ସ୍ଥାନୀୟ ନାଗରିକଙ୍କୁ ଦୋକାନ ନଖୋଲିବା ପାଇଁ ଏବଂ ଟ୍ୟାକ୍ସି ନଚଲାଇବା ପାଇଁ ଧମକାଉଛନ୍ତି। ସେମାନେ କେବଳ ଏତିକିରେ ସୀମିତ ରହିନାହାନ୍ତି। ସେମାନେ ସ୍କୁଲ ଏବଂ କଲେଜ୍‌ ଆଦି ଖୋଲାଯିବା ବିରୋଧରେ ମଧ୍ୟ ଧମକାଇଛନ୍ତି। ଏକ ଚିଠି ଯୋଗେ ସେମାନେ କହିଛନ୍ତି ବିଶେଷ କରି ଝିଅମାନଙ୍କୁ ବାହାରକୁ ଛଡ଼ା […]

kashmir

kashmir

Subrat Kumar Nayak
  • Published: Saturday, 31 August 2019
  • Updated: 31 August 2019, 04:44 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସ୍ଥିତି ସ୍ୱାଭାବିକ ହେବାକୁ ଆରମ୍ଭ କରିଥିବାବେଳେ ଏହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ। ସେମାନଆ ଉପତ୍ୟକାରେ ଅଶାନ୍ତି ବଳବତ୍ତର ରଖିବା ପାଇଁ ସ୍ଥାନୀୟ ନାଗରିକଙ୍କୁ ଦୋକାନ ନଖୋଲିବା ପାଇଁ ଏବଂ ଟ୍ୟାକ୍ସି ନଚଲାଇବା ପାଇଁ ଧମକାଉଛନ୍ତି।

ସେମାନେ କେବଳ ଏତିକିରେ ସୀମିତ ରହିନାହାନ୍ତି। ସେମାନେ ସ୍କୁଲ ଏବଂ କଲେଜ୍‌ ଆଦି ଖୋଲାଯିବା ବିରୋଧରେ ମଧ୍ୟ ଧମକାଇଛନ୍ତି। ଏକ ଚିଠି ଯୋଗେ ସେମାନେ କହିଛନ୍ତି ବିଶେଷ କରି ଝିଅମାନଙ୍କୁ ବାହାରକୁ ଛଡ଼ା ନଯାଉ। ଲସ୍କର-ଇ-ତାଏବା ଏବଂ ହିଜବୁଲ ମୁଜାହିଦ୍ଦୀନ୍‌ ପରି ଆତଙ୍କବାଦୀ ସଂଗଠନ ପକ୍ଷରୁ ଜାରି ହୋଇଥିବା ଏହି ଚିଠିରେ ଲେଖାଯାଇଛି, ଆମେ ମୁକ୍ତିର ପାଖାପାଖି ହୋଇଯାଇଛେ। ଆମକୁ ଏହି ପ୍ରକ୍ରିୟାକୁ ଆହୁରି ଦୃଢ଼ କରାଯିବା ଦରକାର।

ଚିଠିରେ ସେମାନେ ସ୍ଥାନୀୟ ଲୋକଙ୍କୁ ବ୍ୟବସାୟରୁ ବିରତ ରହିବାକୁ କୁହାଯାଇଛି। ଏତଦ୍‌ବ୍ୟତୀତ ଯେଉଁ ଟ୍ୟାକ୍ସି ମାଲିକ ଟ୍ୟାକ୍ସି ଚଲାଇବେ ତାଙ୍କର ନମ୍ବର ଟିପି ନିଆଯାଇ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆତଙ୍କବାଦୀ ସଂଗଠନମାନଙ୍କ ପକ୍ଷରୁ କୁହାଯାଇଛି। ଗୁରୁବାର ରାତିରେ ହିଁ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଆତଙ୍କବାଦୀ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସେ ଦୋକାନ ଖୋଲିଥିବାରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos