ଥାନେ : ମହାରାଷ୍ଟ୍ରର ଥାନେରେ କୋଠା ଭୁଶୁଡ଼ି ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ଆହୁରି ଅନେକ ଭଙ୍ଗାକୋଠା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଥାନେର ବି କ୍ୟାବିନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ଦୁଇଟା ବେଳେ ତିନି ମହଲା ବିଶିଷ୍ଟ ଏହି କୋଠାଟି ଭୁଶୁଡ଼ି ପଡ଼ିଥିଲା। ଖବରପାଇ ଦୁର୍ଘଟଣା ସ୍ଥଳରେ ତୁରନ୍ତ ଅଗ୍ନିଶମ ଉଦ୍ଧାରାକରୀ ଦଳ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। ଏନଡିଆରଏଫ୍ ପକ୍ଷରୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଙ୍ଗା କୋଠାତଳେ ୧୫ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏହା ପୂର୍ବରୁ ୫୦ ବର୍ଷରୁ ଅଧିକ ପୁରୁଣା ଏହି କୋଠାଟିକୁ ଖାଲି କରିବା ଲାଗି ଥାନେ ମ୍ୟୁନିସିପାଲିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ସପ୍ତାହରେ ମଧ୍ୟ ଥାନେରେ ସମାନ ଧରଣର ଏକ କୋଠା ଭୁଶୁଡ଼ିବାରୁ ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୬,୬୦୦ କୋଟିର ବିଟକଏନ ସ୍କାମ: FIR ରୁଜୁ କରି ତଦନ୍ତ ଆରମ୍ଭ କଲା ସିବିଆଇ
୬,୬୦୦ କୋଟି ଟଙ୍କାର ବିଟକଏନ ଠକେଇ ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଅମିତ ଭରଦ୍ୱାଜ ଓ ଅଜୟ ଭରଦ୍ୱାଜ। ସିବିଆଇ ଏହି ଦୁଇ ଜଣଙ୍କ ନାଁ ଏଫଆଇଆରରେ ଉଲ୍ଲେଖ କରିଛି। ହୃଦଘାତରେ ଅମିତ ପ୍ରାଣ ହରାଇ ସାରିଥିବା ବେଳେ ଅଜୟ ଏବେ ଫେରାର ରହିଛନ୍ତି।
Politics
ଝାରଖଣ୍ଡ ଏକଜିଟ ପୋଲ: ଆକ୍ସିସ ମାଇଁ ଇଣ୍ଡିଆକୁ ଛାଡ଼ି ଆଉ ସମସ୍ତେ କହିଲେ ବିଜେପି ଜିତିବ
ଝାରଖଣ୍ଡର ମୋଟ ୮୧ଟି ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୪୧।
Politics
ମହାରାଷ୍ଟ୍ରରେ ବିଗିଡ଼ିଲା ଖେଳ, ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କଲେ ସିନ୍ଦେ ପରିବାର
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ ଓ ତାଙ୍କ ଝିଅ ପ୍ରଣୀତି ସିନ୍ଦେ। ବିଗିଡ଼ିଲା ମହାବିକାଶ ଅଘାଡ଼ି ଗଣିତ।
Politics
ସରିଲା ଭୋଟ: ଆସିଲା ଏକଜିଟ ପୋଲ୍
ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫।
National
ବନ୍ଧୁକ ଦେଖାଇ ଭୋଟରଙ୍କୁ ଅଟକାଉଛି ପୁଲିସ? ଭିଡିଓ ଶେୟାର କଲେ ଅଖିଲେଶ ଯାଦବ
ଭୋଟରଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଛି ପୁଲିସ। ଭିଡିଓ ଶେୟାର କରି ବଡ଼ ଅଭିଯୋଗ ଆଣିଲେ ଅଖିଲେଶ। କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ ଆୟୋଗଙ୍କୁ କଲେ ଦାବି।