୩୦ ବର୍ଷ ପରେ ମଧ୍ୟ ରହସ୍ୟ ହୋଇ ରହିଛନ୍ତି ‘ଟ୍ୟାଙ୍କମ୍ୟାନ୍‌’

ବେଜିଂ: ସେ ଆଜି ମୁକ୍ତି ଏବଂ ଅନ୍ୟାୟ ବିରୋଧୀ ସ୍ୱରର ପ୍ରତୀକ। ଫଟୋ, ଟିଭି ଶୋ’, ପୋଷ୍ଟର ଏବଂ ଟି ଶାର୍ଟରେ ସବୁଠି ସ୍ଥାନ ପାଇସାରିଥିବା ଏହି ‘ଟ୍ୟାଙ୍କମ୍ୟାନ୍‌’ ସବୁ ଦେଶରେ ସୁପରିଚିତ। ଚାଇନାର ତିୟାନ୍‌ମେନ୍‌ ଛକରେ ହୋଇଥିବା ହୃଦୟଥରା ନରସଂହାର ଘଟଣା ଆଜିକୁ ୩୦ ବର୍ଷ ବିତିସାରିଥିବାବେଳେ ମୃତ୍ୟୁର ଯନ୍ତ୍ର ଟ୍ୟାଙ୍କ ସାମ୍ନାରେ ନିର୍ବିକାର ହୋଇ ଛିଡ଼ା ହୋଇଥିବା ଏହି ବ୍ୟକ୍ତିଙ୍କୁ ନେଇ ରହସ୍ୟ ଆହୁରି ଗଭୀର ହେବାରେ ଲାଗିଛି। ଏବେ ବି ପ୍ରଶ୍ନ ଉଠୁଛି […]

tankman

Subrat Kumar Nayak
  • Published: Tuesday, 04 June 2019
  • , Updated: 04 June 2019, 04:32 PM IST

ବେଜିଂ: ସେ ଆଜି ମୁକ୍ତି ଏବଂ ଅନ୍ୟାୟ ବିରୋଧୀ ସ୍ୱରର ପ୍ରତୀକ। ଫଟୋ, ଟିଭି ଶୋ’, ପୋଷ୍ଟର ଏବଂ ଟି ଶାର୍ଟରେ ସବୁଠି ସ୍ଥାନ ପାଇସାରିଥିବା ଏହି ‘ଟ୍ୟାଙ୍କମ୍ୟାନ୍‌’ ସବୁ ଦେଶରେ ସୁପରିଚିତ। ଚାଇନାର ତିୟାନ୍‌ମେନ୍‌ ଛକରେ ହୋଇଥିବା ହୃଦୟଥରା ନରସଂହାର ଘଟଣା ଆଜିକୁ ୩୦ ବର୍ଷ ବିତିସାରିଥିବାବେଳେ ମୃତ୍ୟୁର ଯନ୍ତ୍ର ଟ୍ୟାଙ୍କ ସାମ୍ନାରେ ନିର୍ବିକାର ହୋଇ ଛିଡ଼ା ହୋଇଥିବା ଏହି ବ୍ୟକ୍ତିଙ୍କୁ ନେଇ ରହସ୍ୟ ଆହୁରି ଗଭୀର ହେବାରେ ଲାଗିଛି। ଏବେ ବି ପ୍ରଶ୍ନ ଉଠୁଛି କିଏ ସେହି ଟ୍ୟାଙ୍କମ୍ୟାନ୍‌, ସେ ଏବେ ଜୀବିତ ତ ଏବଂ ଯଦି ଜୀବିତ ସେ ଏବେ କେଉଁଠି?

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ମୁତାବକ ୫ ଜୁନ୍‌ ୧୯୮୯ ମସିହାରେ ଏହି ଫଟୋ ନିଆଯାଇଥିଲା। ଏହି ଫଟୋ ସେତେବେଳର ଯେତେବେଳେ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ସଂହାର ଚାଲିଥିଲା। ସରକାରୀ ହିଂସାର ତାଣ୍ଡବ ସେତେବେଳେ ତୀବ୍ର ହେବାରେ ଲାଗିଥିଲା। ସେତେବେଳେ ମୃତ୍ୟୁର ବାର୍ତ୍ତା ନେଇ ଆସୁଥିବା ସେନାର ଟ୍ୟାଙ୍କ ସାମ୍ନାରେ ନିର୍ବିକାର ଏବଂ ନିର୍ଭୟ ହୋଇ ଛିଡ଼ା ହୋଇଥିବା ଏହି ଧଳା ଶାର୍ଟ ପିନ୍ଧା ବ୍ୟକ୍ତିଙ୍କ ଫଟୋ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା।

ଏକ ହୋଟେଲ ବାଲକୋନୀରୁ ଏହି ଫଟୋ ନିଆଯାଇଥିଲା। ଏହି ଟ୍ୟାଙ୍କଗୁଡ଼ିକ ବ୍ୟକ୍ତି ଜଣକ ପାଖକୁ ମାଡ଼ିଆସୁଥିବାର ଦୃଶ୍ୟ କଏଦ ହୋଇଥିଲା ଏହି ଫଟୋରେ।

କିନ୍ତୁ ଚାଇନା ଏହି ଫଟୋକୁ ନେଇ ଭିନ୍ନ ମତ ପୋଷଣ କରୁଛି। ଚାଇନା ପକ୍ଷରୁ କୁହାଯାଉଛି, ଆମ ଦେଶ ସବୁ ବିରୋଧକୁ କିଭଳି ଶାନ୍ତିପୂର୍ଣ୍ଣ ଭାବରେ ସାମ୍ନା କରେ ତାହା ଏହି ଫଟୋ ବୟାନ କରୁଛି। ସେନାର ଟ୍ୟାଙ୍କ ଲୋକଟିକୁ ହତ୍ୟା ନକରି ଜଣାଇଦେଇଛି ଯେ ସେନା ବିରୋଧର ସ୍ୱରକୁ ମଧ୍ୟ ଶୁଣିଥାଏ। ବର୍ତ୍ତମାନ ଚାଇନା ସରକାର ଲୋକଙ୍କ ମନରୁ ଏହି ଫଟୋର ସ୍ମୃତି ଲିଭାଇବାର ପ୍ରୟାସ ଚଲାଇଛନ୍ତି। ଅନ୍‌ଲାଇନ୍‌ ପ୍ଲାଟଫର୍ମରୁ ଏହି ଫଟୋକୁ ହଟାଯିବା ସହ ଏହି ଫଟୋକୁ ଶେୟାର କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର ଦଣ୍ଡବିଧାନ କରାଯାଇଛି।

Related story