୩୭୦କୁ ଢାଲ କରି ନିଜ ବିଫଳତା ଲୁଚାଉଛନ୍ତି ଇମ୍ରାନ୍‌

ନୂଆଦିଲ୍ଲୀ: ଗତ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ସ୍ୱତନ୍ତ୍ର ୩୭୦ ଧାରା ଉଚ୍ଛେଦ ପରେ କଶ୍ମୀର ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଇମ୍ରାନ୍‌ ଭାରତକୁ ଏଥିପାଇଁ ଧନ୍ୟବାଦ ଜଣାଇବା କଥା। ତେବେ ଏହି ଲୋକ ଦେଖାଣିଆ କଶ୍ମୀର ପ୍ରେମ ପଛରେ ଇମ୍ରାନ୍‌ଙ୍କର ଏକ ବଡ଼ ଚାଲାକି ଅଛି। ଢାଲର ନାଁ କଶ୍ମୀର ସେ ଗତ ଅଗଷ୍ଟ ୫ ତାରିଖରୁ ସେପ୍ଟେମ୍ବର […]

imran-khan

Subrat Kumar Nayak
  • Published: Thursday, 19 September 2019
  • , Updated: 19 September 2019, 05:14 PM IST

ନୂଆଦିଲ୍ଲୀ: ଗତ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ସ୍ୱତନ୍ତ୍ର ୩୭୦ ଧାରା ଉଚ୍ଛେଦ ପରେ କଶ୍ମୀର ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଇମ୍ରାନ୍‌ ଭାରତକୁ ଏଥିପାଇଁ ଧନ୍ୟବାଦ ଜଣାଇବା କଥା। ତେବେ ଏହି ଲୋକ ଦେଖାଣିଆ କଶ୍ମୀର ପ୍ରେମ ପଛରେ ଇମ୍ରାନ୍‌ଙ୍କର ଏକ ବଡ଼ ଚାଲାକି ଅଛି।

ଢାଲର ନାଁ କଶ୍ମୀର

ସେ ଗତ ଅଗଷ୍ଟ ୫ ତାରିଖରୁ ସେପ୍ଟେମ୍ବର ୧୨ ମଧ୍ୟରେ ସେ ୯୫ଟି ଟ୍ୱିଟ୍‌ କରିଛନ୍ତି। ଏଥିରୁ ୭୧ଟି ଟ୍ୱିଟ୍‌ରେ ଭାରତ ଶବ୍ଦ ଅଛି। ୫୬ଟି ଟ୍ୱିଟ୍‌ରେ କଶ୍ମୀର ବା କଶ୍ମିରୀ ଶବ୍ଦ ଅଛି। ୧୯ଟି ଟ୍ୱିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ରହିଛି। ସେ ପାକିସ୍ତାନର ସଂସଦରେ କଶ୍ମୀର ଉପରେ ଏକ ଦୀର୍ଘ ଭାଷଣ ମଧ୍ୟ ଦେଇଥିଲେ। ଏପରିକି ପାକିସ୍ତାନର ସ୍ୱାଧୀନତା ଦିବସରେ ସେ ଭାରତ ଏବଂ ଏହାର ପ୍ରଧାନମନ୍ତ୍ରୀଙ୍କ ବିଷୟରେ ୩୦ ମିନିଟ୍‌ ଭାଷଣ ଦେଇଥିଲେ।

ଏ ରୋଗ ବହୁ ପୂରୁଣା

ଇମ୍ରାନ୍‌ ପାକିସ୍ତାନର ଅର୍ଥନୀତି ସୁଧାରିବେ ବୋଲି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ। କିନ୍ତୁ ଗତ ବର୍ଷକରେ ପାକିସ୍ତାନର ଅର୍ଥନୀତି ନିମ୍ନଗାମୀ ହେବାରେ ଲାଗିଛି। ସେ କହିଥିଲେ, ପାକିସ୍ତାନ କେବେ ମଧ୍ୟ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ (ଆଇଏମ୍‌ଏଫ୍‌) ପାଖରେ ହାତ ପତାଇବ ନାହିଁ। କିନ୍ତୁ ସେ ବାସ୍ତବରେ କିଛି ଓଲଟା କରିଥିଲେ। ଗତ ମେ ମାସରେ ଆଇଏମ୍‌ଏଫ୍‌ ୬୦୦ କୋଟି ଡଲାର ମୂଲ୍ୟର ବେଲ୍‌ ଆଉଟ୍‌ ଅନୁଦାନ ଦେଇଛି। ଏହା ବ୍ୟତୀତ ପାକିସ୍ତାନ ଚାଇନା, ୟୁଏଇ ଏବଂ ସାଉଦି ଆରବ ଭଳି ରାଷ୍ଟ୍ରଠାରୁ ମଧ୍ୟ ଋଣ ନେଇଛି। ସେ ବିରୋଧୀ ଦଳରେ ଥିବା ସମୟରେ ପାକିସ୍ତାନର ଆଦିବାସୀ ବହୁଳ ଅଞ୍ଚଳରେ ଆମେରିକାର ଏୟାର ଷ୍ଟ୍ରାଇକ୍‌କୁ ବିରୋଧ କରିଥିଲେ, କିନ୍ତୁ ଗତ କିଛି ଦିନ ତଳେ ହିଁ ଆମେରିକା ଓସାମା ବିନ୍‌ ଲାଡେନ୍‌ର ପୁଅକୁ ଆଫଗାନିସ୍ତାନ-ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ହିଁ ହତ୍ୟା କରିଛି।

ଯୋଜନାର ନାଁ କଶ୍ମୀର
ତେବେ କଶ୍ମୀର ପାଇଁ ସେ ଚିନ୍ତିତ ଥିବା ଦାବି କରିଆସୁଥିଲେ ହେଁ, ଏତେ ପ୍ରେମ କାହିଁକି ତା’ର ଏକ କାରଣ ରହିଛି। ସେ କଶ୍ମୀର ପ୍ରସଙ୍ଗ ଉଠାଇ ବଢ଼ୁଥିବା ବେକାରୀ, ମୁଦ୍ରାସ୍ପୀତି ଏବଂ ଆଇଏମ୍‌ଏଫ୍‌ ଋଣ ଶୁଝିବା ପାଇଁ ଆଗକୁ ଟିକସ ଲାଗୁ ହେବାର ଥିବାରୁ ଏସବୁ ଉପରୁ ଲୋକଙ୍କ ନଜର ହଟାଇବାକୁ ଚାହୁଛନ୍ତି। ସେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରି ସମଗ୍ର ବିଶ୍ୱର ଦୟା ସାଉଁଟିବାର ପ୍ରୟାସ କରୁଥିବା ପ୍ରତୀୟମାନ ହେଉଛି। ଆଉ ଆସନ୍ତା ସେପ୍ଟେମ୍ବରରେ ଇମ୍ରାନ୍‌ ଜାତିସଂଘରେ ଭାଷଣ ରଖିବାକୁ ଥିବାରୁ ଏଥିରେ ମଧ୍ୟ ଏହା ସ୍ଥାନ ପାଇବ ବୋଲି ସ୍ପଷ୍ଟ ହୋଇସାରିଛି।

Related story