ତୃତୀୟ ଦିନରେ ବି ପଶ୍ଚିମବଙ୍ଗରେ 'ସିଏଏ' ନିଆଁ

କୋଲକାତା: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଆଜି ବି ପଶ୍ଚିମବଙ୍ଗରେ ହିଂସା ଦେଖିବାକୁ ମିଳିଛି। ଆଜିକୁ ମିଶାଇ ଲଗାତାର ତୃତୀୟ ଦିନ ଧରି ପଶ୍ଚିମବଙ୍ଗ ଅଶାନ୍ତ ରହିଛି। ଉତ୍ତର ୨୪ ପରଗନା ଜିଲ୍ଲା, ହାଓ୍ୱାଡାରେ ଆଜି ବି ହିଂସା ଘଟଣା ସାମ୍ମାକୁ ଆସିଛି। ଉତ୍ତର ୨୪ ପରଗନା ଏବଂ ନଦିଆ ଜିଲ୍ଲାର ଅମଦଙ୍ଗା ଏବଂ କଲ୍ୟାଣୀ ଅଞ୍ଚଳରେ ଆନ୍ଦୋଳନକାରୀ ମାନେ ରାସ୍ତା ବନ୍ଦ କରିବା ସହିତ ଜଳାପୋଡ଼ା କରିଛନ୍ତି। ଏହି ସମୟରେ ସୋଶାଲ ମଡିଆରେ ଗୁଜବ […]

CAA WB

Subhransu Sekhar
  • Published: Sunday, 15 December 2019
  • , Updated: 15 December 2019, 05:42 PM IST

କୋଲକାତା: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଆଜି ବି ପଶ୍ଚିମବଙ୍ଗରେ ହିଂସା ଦେଖିବାକୁ ମିଳିଛି। ଆଜିକୁ ମିଶାଇ ଲଗାତାର ତୃତୀୟ ଦିନ ଧରି ପଶ୍ଚିମବଙ୍ଗ ଅଶାନ୍ତ ରହିଛି। ଉତ୍ତର ୨୪ ପରଗନା ଜିଲ୍ଲା, ହାଓ୍ୱାଡାରେ ଆଜି ବି ହିଂସା ଘଟଣା ସାମ୍ମାକୁ ଆସିଛି। ଉତ୍ତର ୨୪ ପରଗନା ଏବଂ ନଦିଆ ଜିଲ୍ଲାର ଅମଦଙ୍ଗା ଏବଂ କଲ୍ୟାଣୀ ଅଞ୍ଚଳରେ ଆନ୍ଦୋଳନକାରୀ ମାନେ ରାସ୍ତା ବନ୍ଦ କରିବା ସହିତ ଜଳାପୋଡ଼ା କରିଛନ୍ତି। ଏହି ସମୟରେ ସୋଶାଲ ମଡିଆରେ ଗୁଜବ ଖବର ଉପରେ ରୋକ ଲଗାଇବାକୁ ଯାଇ ମାଲଦା, ମୁର୍ଶିଦାବାଦ, ହାଓ୍ୱଡା, ଉତ୍ତର ୨୪ ପରଗନା ଏବଂ ଦକ୍ଷିଣ ୨୪ ପରଗନା ଜିଲ୍ଲାରେ ଇଣ୍ଟରନେଟ ସେବା ଉପରେ ଅସ୍ଥାୟୀ ଭାବରେ ରୋକ୍ ଲଗାଇଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଟିଏମସି ନେତା ଆନ୍ଦୋଳନକାରୀଙ୍କୁ ପ୍ରଶମିତ ହେବାକୁ ଆହ୍ୱାନ କରିଥିଲେ ମଧ୍ୟ କେହି ମାନିନଥିବା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀ ବିଭିନ୍ନ ଅଞ୍ଚଳରେ ଦୋକାନ ଭାଙ୍ଗିବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରୁଥିବା ଦେଖିବାକୁ ମିଳିଛି। ହାଓ୍ୱାଡା ଜିଲ୍ଲାର ଦୋମଜୁର ଅଞ୍ଚଳ, ବର୍ଦ୍ଧମାନ ଏବଂ ବୀରଭୂମର କିଛି ଅଞ୍ଚଳରେ ଆଜି ଆନ୍ଦୋଳନକାରୀ ରାଲି କରିବା ସହିତ କେନ୍ଦ୍ର ସରକାର ବିରୋଧରେ ନାରାବାଜି ଦେଇଛନ୍ତି।

ତୃଣମୂଳ କଂଗ୍ରେସର ନେତା ପାର୍ଥ ଚାଟାର୍ଜୀ ତଥା ରାଜ୍ୟର ଶିକ୍ଷା ମନ୍ତ୍ରୀ ଲୋକଙ୍କୁ ଶାନ୍ତ ରହିବା ପାଇଁ ଆହ୍ୱାନ କରିଛନ୍ତି। ରାଜ୍ୟରେ ନାଗରିକ ସଂଶୋଧନ ଆଇନ୍ ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପଟେ ରାଜ୍ୟରେ ପ୍ରମୁଖ ବିରୋଧୀ ବିଜେପି ଶାସକ ଦଳ 'ଟିଏମସି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି। ରାଜ୍ୟ ବିଜେପି ମହାସଚିବ ସୟନତନ ବସୁ କହିଛନ୍ତି, ହିଂସା ପ୍ରଶମିତ କରିବା ପାଇଁ ଶାସକ ଦଳ କେବେ ଚେଷ୍ଟା କରି ନାହିଁ। ରାଜ୍ୟରେ ଦୁଇ ଦିନ ହେବ ହିଂସାକାଣ୍ଡ ଜାରି ରହିଛି। ଆନ୍ଦୋଳନକାରୀ ରେଲଓ୍ୱେ ଷ୍ଟେସନ, ସରକାର ସମ୍ପତ୍ତିରେ ନିଆଁ ଲଗାଇ ଅନେକ ଧନ ସମ୍ପତ୍ତି ନଷ୍ଟ କରିଛନ୍ତି ବୋଲି ସେ କହିଛନ୍ତି।

Related story