Advertisment

'ମଝି ଆକାଶ'ରେ ଖାଇବାର ସୁଯୋଗ ଦେଉଛି ଏହି ରେଷ୍ଟୁରାଣ୍ଟ୍‌

ବେଙ୍ଗାଲୁରୁ: ଭୂଇଁ ଉପରୁ ୧୬୦ ଫୁଟ୍‌ ଉଚ୍ଚରେ ତିଆରି ହୋଇଛି ଅଭିନବ ରେଷ୍ଟୁରାଣ୍ଟ୍‌ ‘ଫ୍ଲାଏ ଡାଇନିଂ’। ଏହି ରେଷ୍ଟୁରାଣ୍ଟ୍‌ ଗ୍ରାହକଙ୍କ ପାଇଁ ମଝି ଆକାଶରେ ଖାଇବାର ଏକ ନିଆରା ସୁଯୋଗ ଦେଉଛି। ବେଙ୍ଗାଲୁରୁରେ ଖୋଲିଥିବା ଏହି ରେଷ୍ଟୁରାଣ୍ଟ୍‌ରେ ଏକକାଳୀନ ୨୨ ଜଣଙ୍କ ପାଇଁ ଡିନର୍‌ ଖାଇବାର ବ୍ୟବସ୍ଥା ହୋଇଛି। ଏମାନଙ୍କୁ ମଝି ଆକାଶରେ ଖାଦ୍ୟ ପରଷିବା ପାଇଁ ରେଷ୍ଟୁରାଣ୍ଟ୍‌ ପକ୍ଷରୁ ୪ରୁ ୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହି ‘ଫ୍ଲାଏ ଡାଇନିଂ’ ରେଷ୍ଟୁରାଣ୍ଟ୍‌ରେ ମାତ୍ର ୩୦ […]

author-image
Premananda Dash
'ମଝି ଆକାଶ'ରେ ଖାଇବାର ସୁଯୋଗ ଦେଉଛି ଏହି ରେଷ୍ଟୁରାଣ୍ଟ୍‌

aw

ବେଙ୍ଗାଲୁରୁ: ଭୂଇଁ ଉପରୁ ୧୬୦ ଫୁଟ୍‌ ଉଚ୍ଚରେ ତିଆରି ହୋଇଛି ଅଭିନବ ରେଷ୍ଟୁରାଣ୍ଟ୍‌ 'ଫ୍ଲାଏ ଡାଇନିଂ'। ଏହି ରେଷ୍ଟୁରାଣ୍ଟ୍‌ ଗ୍ରାହକଙ୍କ ପାଇଁ ମଝି ଆକାଶରେ ଖାଇବାର ଏକ ନିଆରା ସୁଯୋଗ ଦେଉଛି।

ବେଙ୍ଗାଲୁରୁରେ ଖୋଲିଥିବା ଏହି ରେଷ୍ଟୁରାଣ୍ଟ୍‌ରେ ଏକକାଳୀନ ୨୨ ଜଣଙ୍କ ପାଇଁ ଡିନର୍‌ ଖାଇବାର ବ୍ୟବସ୍ଥା ହୋଇଛି। ଏମାନଙ୍କୁ ମଝି ଆକାଶରେ ଖାଦ୍ୟ ପରଷିବା ପାଇଁ ରେଷ୍ଟୁରାଣ୍ଟ୍‌ ପକ୍ଷରୁ ୪ରୁ ୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

publive-image

ଏହି 'ଫ୍ଲାଏ ଡାଇନିଂ' ରେଷ୍ଟୁରାଣ୍ଟ୍‌ରେ ମାତ୍ର ୩୦ ମିନିଟ୍‌ ଅବଧିର ଡିନର୍‌ ପାଇଁ ଗ୍ରାହକଙ୍କୁ ଜଣ ପିଛା ୩,୯୯୯ ଟଙ୍କା ଦେବାକୁ ପଡ଼ିବ। ଆଉ ଘଣ୍ଟାଏ ଯାଏ ମଝି ଆକାଶରେ ଡିନର୍‌ର ମଜା ଉଠାଇବାକୁ ପ୍ରତି ଗ୍ରାହକଙ୍କୁ ୬,୯୯୯ ଟଙ୍କା ଦେବାକୁ ହେବ।

publive-image

Advertisment