'ନିପା'କୁ ଭୟ ନାହିଁ; ୪୦୦ ବାଦୁଡ଼ି ସହ ରହୁଛନ୍ତି ଏହି ମହିଳା, ସେମାନଙ୍କୁ ଛାଡ଼ିବାକୁ ନାରାଜ

ଗାନ୍ଧିନଗର: ‘ମୁଁ ନିପା ଭାଇରସ୍‌ ବିଷୟରେ ଜାଣିଛି, କିନ୍ତୁ ମତେ ସେ ଭୟ ନାହିଁ। ମୁଁ ମୋ ବାଦୁଡ଼ି ମାନଙ୍କ ସହ ୧୦ବର୍ଷ ହେଲା ରହିଆସୁଛି। ସେମାନଙ୍କୁ ମୁଁ ଛାଡ଼ି ପାରିବି ନାହିଁ। ସେମାନେ ମୋର ପରିବାର ସଦୃଶ୍ୟ। ମୋ ଘରକୁ ସେମାନଙ୍କର ଯିବା ଆସିବା ସେବେଠୁ ବଢିଗଲା, ଯେତେବେଳେ ମୁଁ ମୋ ଘର ଅଗଣାରେ ଖାଇବା ପ୍ରସ୍ତୁତ କଲି ଓ ଶୋଇଲି।’ ସାରା ଦେଶରେ ନିପା ଭାଇରସ୍‌କୁ ନେଇ ଏକ ଭୟର ବାତାବରଣ ରହିଥିବା ବେଳେ […]

santiben

santiben

Rakesh Mallick
  • Published: Saturday, 26 May 2018
  • Updated: 26 May 2018, 05:54 PM IST

Sports

Latest News

ଗାନ୍ଧିନଗର: ‘ମୁଁ ନିପା ଭାଇରସ୍‌ ବିଷୟରେ ଜାଣିଛି, କିନ୍ତୁ ମତେ ସେ ଭୟ ନାହିଁ। ମୁଁ ମୋ ବାଦୁଡ଼ି ମାନଙ୍କ ସହ ୧୦ବର୍ଷ ହେଲା ରହିଆସୁଛି। ସେମାନଙ୍କୁ ମୁଁ ଛାଡ଼ି ପାରିବି ନାହିଁ। ସେମାନେ ମୋର ପରିବାର ସଦୃଶ୍ୟ। ମୋ ଘରକୁ ସେମାନଙ୍କର ଯିବା ଆସିବା ସେବେଠୁ ବଢିଗଲା, ଯେତେବେଳେ ମୁଁ ମୋ ଘର ଅଗଣାରେ ଖାଇବା ପ୍ରସ୍ତୁତ କଲି ଓ ଶୋଇଲି।’

ସାରା ଦେଶରେ ନିପା ଭାଇରସ୍‌କୁ ନେଇ ଏକ ଭୟର ବାତାବରଣ ରହିଥିବା ବେଳେ ଏମିତି ମନ୍ତବ୍ୟ ଦେଇଛନ୍ତି ପ୍ରାୟ ୪୦୦ ବାଦୁଡ଼ିଙ୍କ ସହ ଗୋଟିଏ ଛାତ ତଳେ ରହୁଥିବା ଗୁଜରାଟର ଶାନ୍ତାବେନ୍‌ ପ୍ରଜାପତି।

୭୪ ବର୍ଷୀୟ ଏହି ମହିଳାଙ୍କୁ ସ୍ଥାନୀୟ ଲୋକେ ‘ବାଦୁଡ଼ି ଦାଦି’ ବୋଲି ଡାକନ୍ତି। ବାଦୁଡ଼ିଠାରୁ 'ନିପା' ଭାଇରସ୍‌ ବ୍ୟାପୁଥିବା କୁହାଯାଉଥିବା ବେଳେ ଶାନ୍ତାବେନ୍‌ଙ୍କ ଏଭଳି ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଅହମଦାବାଦଠାରୁ ୫୦ କିଲୋମିଟର ଦୂର ରାଜପୁର ଗାଁରେ ରହନ୍ତି ଶାନ୍ତାବେନ୍‌।

santabenସେ କୁହନ୍ତି, ତାଙ୍କ ଘରକୁ ଆସୁଥିବା ବାଦୁଡ଼ିଙ୍କୁ ଦେଖି ପ୍ରଥମେ ସେ ଡରିଯାଇଥିଲେ। ସେମାନଙ୍କ ଶରୀରର ଆକୃତି ଦେଖି ତାଙ୍କୁ ଭୟ ଲାଗୁଥିଲା। ବାଦୁଡ଼ିମାନେ ରାତି ହେବା ମାତ୍ରେ  ବାହାରକୁ ଉଡିଯାଉଥିଲେ ଏବଂ ଦିନ ହେଲେ ପୁଣି ଘରକୁ ଫେରି ଆସୁଥିଲେ। ଧୀରେ ଧୀରେ ସେମାନଙ୍କ ସଂଖ୍ୟା ବଢ଼ିଲା ଓ ସେମାନେ ଘର କାନ୍ଥରେ ନିଜର ଆଡ୍ଡା ଜମାଇ ଦେଲେ। ଘରେ ଯେଉଁଠି  ଦେଖିବ ସେଇଠି ସେମାନେ ଭର୍ତ୍ତି ହୋଇଗଲେ। ସେମାନେ ମୋ ପରିବାରର ସଦସ୍ୟ ହୋଇଗଲେ।

batsଶାନ୍ତାବେନ୍‌ଙ୍କ ଘରେ ଏଇ ବାଦୁଡ଼ିଙ୍କୁ ଛଡା ଆଉ କେହି ନାହାଁନ୍ତି। ତାଙ୍କର ତିନି ଜଣ ଯାକ ଝିଅ ବିବାହ କରି ସାରିଛନ୍ତି। ଜଣେ ପୁଅ ଅଛନ୍ତି। ସେ ଏବେ ମୁମ୍ବାଇରେ ଚାକିରି କରୁଛନ୍ତି। ଶାନ୍ତାବେନ୍‌ଙ୍କୁ ମାତ୍ର ୩୦ବର୍ଷ ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କର ବଜ୍ରଘାତରେ ମୃତ୍ୟୁ ହୋଇଥିଲା। ଘରେ କେହି ନଥିବାରୁ ସେ ଏକା ଅନୁଭବ କରୁଥିଲେ। ତେଣୁ ବାଦୁଡ଼ି ମାନେ ଆସି ଘରେ ରହିବା ପରଠାରୁ ସେ ଖୁସି ଅନୁଭବ କରୁଛନ୍ତି।

ଶାନ୍ତାବେନ୍‌ଙ୍କ ପଡ଼ୋଶୀଙ୍କ ଘରେ ମଧ୍ୟ କିଛି ବାଦୁଡି ରହୁଥିଲେ। କିନ୍ତୁ ବାଦୁଡ଼ିଙ୍କଠାରୁ ନିପା ଭାଇରସ୍‌ ଆସୁଥିବା ଖବର ପାଇବା ପରେ ସେମାନେ ବାଦୁଡିଙ୍କୁ ବିଷ ଦେଇ ମାରିଦେଲେ। ତେବେ ଶାନ୍ତାବେନ୍‌ ସେମିତି କିଛି କରିବାକୁ ଚାହୁଁନାହାଁନ୍ତି। ବାଦୁଡ଼ିଙ୍କୁ ନିଜଠୁ ଦୂରେଇବାକୁ ତାଙ୍କର ଆଦୌ ଇଚ୍ଛାନାହିଁ। ନିପା ଭାଇରସ୍‌କୁ ତାଙ୍କର ଭୟ ନାହିଁ। ସେ ବାଦୁଡ଼ିଙ୍କୁ କେବେବି ଛାଡିବେ ନାହିଁ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ନିପା ଭାଇରସ ଆତଙ୍କ, ଗଲାଣି ୧୦ ଜୀବନ: ଜାଣନ୍ତୁ ଏହା କଣ ଓ କେମିତି ହୁଏ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story