ନୂଆଦିଲ୍ଲୀ: ଘରକୁ ନୂଆ ଟିଭି ଆଣିବାକୁ ଭାବୁଛନ୍ତି କି? ତେବେ ଏହି ଖବରଟି ଖାସ୍ ଆପଣଙ୍କ ପାଇଁ। Thomson କମ୍ପାନୀ ଆଣିଛି ୩ଟି ନୂଆ ଏଲ୍ଇଡି ଟିଭି। ଏଗୁଡ଼ିକ ୨୪ ଇଞ୍ଚ୍, ୩୨ ଇଞ୍ଚ୍ ଓ ୫୦ ଇଞ୍ଚରେ ବଜାରକୁ ଉପଲବ୍ଧ ହେବ। ଏହି ଟିଭି ମଡେଲଗୁଡ଼ିକର ନାଁ ହେଲା 24TM2490, 32TM3290 ଓ 50TM5090।
ଗ୍ରାହକମାନେ ଏଗୁଡ଼ିକୁ ଫ୍ଲିପ୍କାର୍ଟରୁ କିଣିପାରିବେ। କମ୍ପାନୀ 24TM2490 ମଡେଲର ମୂଲ୍ୟ ୮,୯୯୯ ଟଙ୍କା ରଖିଥିବା ବେଳେ 32TM3290 ମଡେଲର ମୂଲ୍ୟ ୧୧,୪୯୯ ଟଙ୍କା ଓ 50TM5090 ମଡେଲର ମୂଲ୍ୟ ୨୬,୯୯୯ ଟଙ୍କା ରଖିଛି।
ନିକଟରେ କମ୍ପାନୀ ଆଉ ଦୁଇଟି ୩୨ ଓ ୪୦ ଇଞ୍ଚର UI(ୟୁଜର ଇଣ୍ଟରଫେସ୍)- 'My Wall' ସ୍ମାର୍ଟ ଟିଭି ଲଞ୍ଚ୍ କରିଛି। ଯାହାର ଦାମ୍ ଯଥାକ୍ରମେ ୧୩,୪୯୦ ଟଙ୍କା ଓ ୧୯,୯୯୦ ଟଙ୍କା ରହିଛି। ଏଥିରେ ଏପରି ଅନେକ ଆପ୍ ଦିଆଯାଇଛି ଯାହା ଅନ୍ୟ କୌଣସି ଟିଭିରେ ଦେଖି ନ ଥିବେ। ଏହା ବ୍ୟତୀତ ଏଥିରେ ତାପମାନ ସୂଚନା ମଧ୍ୟ ହୋମ୍ ସ୍କ୍ରିନ୍ରେ ନଜର ଆସିବ।
'My Wall'ରେ ବଲିଉଡର ଟପ୍ ଭିଡିଓ ଓ ଟପ୍ ଟ୍ରେଡିଂ ମ୍ୟୁଜିକ୍ ମଧ୍ୟ ହୋମ୍ ସ୍କ୍ରିନ୍ରେ ଦେଖାଯିବ। କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଡେଡିକେଟେଡ୍ ଆଇକନ୍ ମଧ୍ୟ ଦିଆଯାଇଛି। ଏହି ଟିଭିରେ ଆପଣ ଟିଭି ଦେଖୁ ଦେଖୁ ବିଗ୍ ବାସ୍କେଟ୍ କିମ୍ବା ଜୋମାଟୋ ପରି ଆପ୍ରୁ ଅର୍ଡର ମଧ୍ୟ କରିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।