ରାଜସ୍ଥାନ ସାମ୍ଭର ହ୍ରଦରେ ପକ୍ଷୀ ମଡ଼କ, ମଲେଣି ୧୫୦୦

ସମ୍ଭର: ଦେଶର ସବୁଠାରୁ ବୃହତ୍‌ ଲବଣ ହ୍ରଦ କୁହାଯାଉଥିବା ରାଜସ୍ଥାନର ଜୟପୁର ନିକଟବର୍ତ୍ତୀ ସମ୍ଭରରେ ପକ୍ଷୀ ମଡ଼କ ଦେଖାଦେଇଛି। ୧୦ଟି ପ୍ରଜାତିର ହଜାର ହଜାର ପକ୍ଷୀ ହଠାତ୍‌ ମରି ପଡ଼ିବା ସ୍ଥାନୀୟ ଲୋକ ଏବଂ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। କର୍ତ୍ତୃପକ୍ଷ ଜଳ ପ୍ରଦୂଷଣ ବା ବିଷାକ୍ତ ହୋଇଥିବାକୁ ଏକ କାରଣ ଭାବେ ଦର୍ଶାଉଛନ୍ତି। ସେମାନେ କହୁଛନ୍ତି ଏଠାକାର ପାଣି ପିଇ ଏହି ମଡ଼କ ହୋଇଛି। କିନ୍ତୁ ଟେଷ୍ଟ ରିପୋର୍ଟରୁ ସେଭଳି କିଛି ଜଣାପଡ଼ିନାହିଁ। ସରକାରୀ ସୂତ୍ରରୁ […]

bird

bird

Subrat Kumar Nayak
  • Published: Tuesday, 12 November 2019
  • Updated: 12 November 2019, 04:24 PM IST

Sports

Latest News

ସମ୍ଭର: ଦେଶର ସବୁଠାରୁ ବୃହତ୍‌ ଲବଣ ହ୍ରଦ କୁହାଯାଉଥିବା ରାଜସ୍ଥାନର ଜୟପୁର ନିକଟବର୍ତ୍ତୀ ସମ୍ଭରରେ ପକ୍ଷୀ ମଡ଼କ ଦେଖାଦେଇଛି। ୧୦ଟି ପ୍ରଜାତିର ହଜାର ହଜାର ପକ୍ଷୀ ହଠାତ୍‌ ମରି ପଡ଼ିବା ସ୍ଥାନୀୟ ଲୋକ ଏବଂ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। କର୍ତ୍ତୃପକ୍ଷ ଜଳ ପ୍ରଦୂଷଣ ବା ବିଷାକ୍ତ ହୋଇଥିବାକୁ ଏକ କାରଣ ଭାବେ ଦର୍ଶାଉଛନ୍ତି। ସେମାନେ କହୁଛନ୍ତି ଏଠାକାର ପାଣି ପିଇ ଏହି ମଡ଼କ ହୋଇଛି। କିନ୍ତୁ ଟେଷ୍ଟ ରିପୋର୍ଟରୁ ସେଭଳି କିଛି ଜଣାପଡ଼ିନାହିଁ। ସରକାରୀ ସୂତ୍ରରୁ ଏହା ୧୫୦୦ ହୋଇଥିଲେ ହେଁ, ସ୍ଥାନୀୟ ଲୋକେ କହିଛନ୍ତି ମୃତ ପକ୍ଷୀଙ୍କ ସଂଖ୍ୟା ୫୦୦୦ ହେବ।

ଜଣେ ସ୍ଥାନୀୟ ପକ୍ଷୀ ବିଶେଷଜ୍ଞ ଅଭିନବ ବୈଷ୍ଣବ କହିବା ଅନୁଯାୟୀ, ଆମେ ପୂର୍ବରୁ ଏଭଳି କେବେ ଦେଖିନାହୁଁ। ୫ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ରହସ୍ୟଜନକଭାବେ ମରି ଏଠାକାର ବିଭିନ୍ନ ସ୍ଥାନରେ ପଡ଼ିଛନ୍ତି।

ଏଠାରେ ବିଭିନ୍ନ ସ୍ଥାନରେ ପ୍ଲୋଭର୍ସ, କମନ୍‌ କୁଟ୍‌, ବ୍ଲାଂକ୍‌ ୱିଙ୍ଗ୍ଡ ଷ୍ଟିଟ୍‌, ନଦର୍ଣ୍ଣ ସଭଲର୍ସ, ରୁଡି ଶେଡକ୍‌ ଏବଂ ପାଇଡ୍‌ ଆଭୋକେଟ୍‌ ଆଦି ୧୨ରୁ ୧୩ କିଲୋମିଟର ପରିଧି ମଧ୍ୟରେ ମରିପଡ଼ିଛନ୍ତି। ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ଜାଖର କହିଛନ୍ତି ଗତ କିଛି ଦିନ ତଳେ ସ୍ଥାନୀୟ ଅଞ୍ଚରେ ହୋଇଥିବା କୁଆପଥର ମାଡ଼ କାରଣରୁ ଏଭଳି ହୋଇଥାଇପାରେ। ଜୟପୁରରୁ ଏକ ଟିମ୍‌ ବର୍ତ୍ତମାନ କିଛି ମରଶରୀର ଏବଂ ପାଣିର ନମୁନା ସଂଗ୍ରହ କରି ଭୋପାଲ ପଠାଇଛି।

ଏହି ଟିମ୍‌ର ଜଣେ ସଦସ୍ୟ ଅଶୋକ ରାଓ ନାମକ ଜଣେ ଡାକ୍ତର କହିଛନ୍ତି, ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ଏହା ବାର୍ଡଫ୍ଲୁ ନୁହେଁ। ପ୍ରାଥମିକ ପରୀକ୍ଷଣରୁ ସ୍ପଷ୍ଟ ହୋଇଯାଇଛି ଏହା ବାର୍ଡ ଫ୍ଲୁ ନୁହେଁ।

ଏହି ହ୍ରଦ ଫ୍ଲେମିଙ୍ଗୋ ପକ୍ଷୀଙ୍କର ଅନ୍ୟତମ ପ୍ରିୟ ସ୍ଥାନ। ଏଠାକୁ ପ୍ରତିବର୍ଷ ୨-୩ ଲକ୍ଷ ପକ୍ଷୀ ଆସିଥା’ନ୍ତି। ୫୦ ହଜାର କେବଳ ଫ୍ଲେମିଙ୍ଗୋ ଏଠାକୁ ଆସିଥା’ନ୍ତି। ୧ ଲକ୍ଷ ୱେଡର୍ସ ମଧ୍ୟ ପ୍ରତିବର୍ଷ ଆସିଥା’ନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story