ତିନି ପୁଲିସ୍ କର୍ମଚାରୀଙ୍କୁ ଅପହରଣ କରି ମାରି ଦେଲେ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଶୁକ୍ରବାର ଆତଙ୍କବାଦୀମାନେ ତିନି ଜଣ ପୁଲିସ୍ କର୍ମଚାରୀଙ୍କୁ ଅପହରଣ କରି ନେଇବା ପରେ ସେମାନଙ୍କୁ ଗୁଳି କରି ହତ୍ୟା କରି ଦେଇଛନ୍ତି।

ମୃତ ପୁଲିସ୍ କର୍ମଚାରୀମାନେ ହେଲେ କନଷ୍ଟେବଲ୍‌ ନିସାର ଅହମଦ ଓ ଦୁଇ ସ୍ପେଶାଲ୍ ଅଫିସର୍‌ ଫିରଦୋସ ଅହମଦ ଏବଂ କୁଲୱନ୍ତ ସିଂହ।

ଏମାନଙ୍କୁ ସମସ୍ତଙ୍କୁ ରାଜ୍ୟର ଶୋପିଆନ୍ ଜିଲ୍ଲାରୁ ଅପହରଣ କରାଯାଇଥିଲା। ଏମାନଙ୍କ ମୃତଦେହ ୱାନ୍‌ଗାମ୍‌ ଅଞ୍ଚଳର ଏକ ବଗିଚାରୁ ଉଦ୍ଧାର କରାଯାଇଥିଲା।

ପୁଲିସ୍ କହିଛି ଯେ ଏହି କର୍ମଚାରୀମାନଙ୍କୁ ଆତଙ୍କବାଦୀମାନେ ଅପହଣ କରି ନେବା ବେଳେ ବାଟାଗଣ୍ଡ ଗାଁର ଲୋକେ ସେମାନଙ୍କୁ ଗୋଡ଼ାଇ ଥିଲେ ଓ ସେମାନଙ୍କୁ ଅପହରଣ ନ କରିବା ପାଇଁ କହିଥିଲେ। ତେବେ ଆତଙ୍କବାଦୀମାନେ ଫାଙ୍କା ଗୁଳି ଚାଳନା କରି ଗ୍ରାମବାସୀଙ୍କୁ ଭୟଭୀତ କରି ଥିଲେ।

ଲୋକଙ୍କ କହିବା ଅନୁଯାୟୀ, ଆତଙ୍କବାଦୀମାନେ ଏହି ପୁଲିସ୍ କର୍ମଚାରୀମାନଙ୍କୁ ଅପହରଣ କରି ନଦୀ ଆରପଟକୁ ନେଇ ଯାଇଥିଲେ ଓ ଗୁଳି କରି ହତ୍ୟା କରିଥିଲେ।

ଆତଙ୍କବାଦୀମାନେ କନଷ୍ଟେବଲ୍‌ ନିସାର ଅହମଦଙ୍କ ଭାଇକୁ ବି ନେଇ ଯାଇଥିଲେ। ତେବେ ପରେ ତାଙ୍କୁ ଛାଡ଼ି ଦେଇଥିଲେ।

ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦୀନ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି। ଏହା ଦ୍ୱାରା ପରିଚାଳିତ ଏକ ଟ୍ୱିଟର୍‌ ପେଜ୍‌ରେ ସଂଗଠନ ଏହି ସୂଚନା ଦେଇଛି।

ଚାରି ଦିନ ତଳେ ହିଜବୁଲ୍ ମୁଜାହିଦ୍ଦୀନର ଆତଙ୍କବାଦୀ ରିୟାଜ ନାଇକୁ ରାଜ୍ୟର ପୁଲିସ୍ କର୍ମଚାରୀଙ୍କୁ ଚାକିରି ଛାଡ଼ିବାକୁ ଧମକ ଦେଇଥିଲା। ନହେଲେ ପରିଣତି ଭୟଙ୍କର ହେବ ବୋଲି କହିଥିଲା।

ଅଗଷ୍ଟ ୩୦ ତାରିଖରେ ଆତଙ୍କବାଦୀମାନେ ବିଭିନ୍ନ ସ୍ଥାନରୁ ପୁଲିସ୍ କର୍ମଚାରୀଙ୍କ ସଂପର୍କୀୟଙ୍କୁ ଉଠାଇ ନେବାର ତିନି ସପ୍ତାହ ପରେ ଆଜି ଏଭଳି ଏକ ବର୍ବର କାଣ୍ଡ ଭିଆଇଛନ୍ତି। ସେତେବେଳେ ସେମାନେ ପୁଲିସ୍ କର୍ମଚରୀଙ୍କ ସଂପର୍କୀୟମାନଙ୍କଚ ଛାଡ଼ି ଦେଇଥିଲେ।

ଆହୁରି ପଢ଼ନ୍ତୁ

ପ୍ରବେଶ କର ଦୁର୍ନୀତି, ହିସାବ ମାଗିଲା କଂଗ୍ରେସ

ଦିଲ୍ଲୀପ ବିଶୋୟୀ ହେବେ ରାଜ୍ୟ ସୂଚନା କମିଶନର!

ଆରୋଗ୍ୟ ହେଲେ ୧୪୨୨ କରୋନା ଆକ୍ରାନ୍ତ

ଭୁବନେଶ୍ୱରରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୦୫ ଲୋକାଲ୍‌ କେସ

ପ୍ରଧାନମନ୍ତ୍ରୀ ପଦରେ ମୋଦିଙ୍କ ନାଁରେ ନୂଆ ରେକର୍ଡ, ପଛରେ ପଡ଼ିଲେ ବାଜପେୟୀ

ଗେହଲଟ ଘରେ ପାଇଲଟ, ସବୁ ରାଗ ଭୁଲି ଦୁହେଁ ହାତ ମିଳାଇଲେ

ପିଇଓଙ୍କୁ ଅଟକ ରଖିଲେ ଲୋକ, ଗାଁରେ ପହଞ୍ଚିଲେ ବିଡିଓ

ଲଘୁଚାପ ପ୍ରଭାବରେ ୪ ଦିନ ବର୍ଷିବ!

କୋମାକୁ ଚାଲିଗଲେ ପ୍ରଣବ ମୁଖାର୍ଜୀ, ଅବସ୍ଥା ଅତ୍ୟନ୍ତ ଗମ୍ଭୀର

କରୋନା ଟିକା ନିଜ ଇଚ୍ଛାରେ କିଣି ପାରିବେନି ରାଜ୍ୟ ସରକାର

ପ୍ରଫୁଲ୍ଲ ଓ ନବ ବାଦ୍ : ୧୮ ଜିଲ୍ଲାରେ ମନ୍ତ୍ରୀ କରିବେ ପତାକା ଉତ୍ତୋଳନ

‘ରାଜ୍ୟରେ ୨୪ ଘଣ୍ଟାରେ ହେଲା ୪୦ ହଜାରରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ’