ଧାରଣାରୁ ବାହାରି ଗଲା ମାଲବାହୀ ଟ୍ରେନ୍ର ୩ଟି ବଗି
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପୁଣି ଏକ ଟ୍ରେନ ଲାଇନଚ୍ୟୁତ ହୋଇଛି। ଆଜି ଅଚନେରା-ମଥୁରା ରୁଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ଏଥିରେ କେହି ମୃତାହତ ହୋଇନାହାଁନ୍ତି।
ଦୁର୍ଘଟଣା ପରେ କଶଗଞ୍ଜ ଓ ଅଚନେରା ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିଲା। ମାଲବହୀ ଟ୍ରେନର ୩ଟି କୋଚ ଧାରଣାରୁ ବାହାରି ଯାଇଥିଲା।
ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଳୱେ କର୍ତ୍ତୃପକ୍ଷ କହିଛନ୍ତି।
ଗତ କିଛିଦିନ ମଧ୍ୟରେ ଉତ୍ତର ପ୍ରଦେଶରେ ଏକାଧିକ ଥର ରେଳ ଲାଇନଚ୍ୟୁତ ହେବା ଘଟଣା ସାମ୍ନାକୁ ଆସିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।