ନୂଆଦିଲ୍ଲୀ: ଇଂଲଣ୍ଡର ଏକ ବୃଦ୍ଧ ଦମ୍ପତି ଦିନେ ଓଭେନ୍ରେ ଚିପ୍ସ କରିବାକୁ ଇଚ୍ଛା କଲେ। ତେବେ ସେମାନେ ଯେତେବେଳେ ଓଭେନ୍ ଖୋଲିଲେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଓଭେନ୍ ଭିତରେ ଏକ ବିଷଧର ସାପ ଥିଲା।
ରୟାଲ୍ ସୋସାଇଟି ଫର୍ ଦ ପ୍ରିଭେନ୍ଶନ୍ ଅଫ୍ କ୍ରୁଅଲ୍ଟି ଆନିମଲ୍ (ଆର୍ଏସ୍ପିସିଏ) ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ୨୮ ସେପ୍ଟେମ୍ୱରରେ ଷ୍ଟକପୋର୍ଟରେ ଏହି ଘଟଣା ଘଟିଛି।
ଆର୍ଏସ୍ପିସିଏ ଅନୁସାରେ, ୮୨ ବର୍ଷୀୟ ବୃଦ୍ଧା ତାଙ୍କର ଓଭେନ୍ ଭିତରେ ୩ ଫୁଟ୍ ଲମ୍ୱର ଏକ ଆଫ୍ରିକାନ୍ ବ୍ରାଉନ୍ ସାପ ଦେଖି ଚକିତ ହୋଇପଡ଼ିଥିଲେ।
ବୃଦ୍ଧା ଜଣଙ୍କ କହିଛନ୍ତି,“ ମୁଁ ଯେତେବେଳେ ଓଭେନ୍ର ଡୋର୍ ଖୋଲିଲି ପ୍ରଥମେ ମୋ ଆଖିକୁ ମୁଁ ବିଶ୍ୱାସ କରି ପାରି ନଥିଲି। ତେବେ ସାପଟି ଓଭେନ୍ ଭିତରେ ସୁରକ୍ଷିତ ରହଛି କି ନାହିଁ ସେଥିପାଇଁ ଆମେ ଚିନ୍ତିତ ହୋଇପଡ଼ିଥିଲୁ। ହେଲେ ଆର୍ଏସ୍ପିସିଏ ସାପଟିକୁ ଉଦ୍ଧାର କରି ବଞ୍ଚାଇ ଦେଇଛନ୍ତି।”
ଆର୍ଏସ୍ପିସିଏ ପକ୍ଷରୁ ଏହି ଦମ୍ପତିଙ୍କ ପରିଚୟ ଦିଆଯାଇ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଓ୍ୱାୟନାଡ଼ ଉପନିର୍ବାଚନ: ପ୍ରିୟଙ୍କା ଗାନ୍ଧି ଆଗୁଆ
ରାହୁଲ ଗାନ୍ଧିଙ୍କ ଇସ୍ତଫା ପରେ ଏହି ଆସନରୁ ପ୍ରିୟଙ୍କା ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
National
ମହାରାଷ୍ଟ୍ର-ଝାରଖଣ୍ଡରେ କାହାର ହେବ ସରକାର? ଆଜି ରେଜଲ୍ଟ
ମହାରାଷ୍ଟ୍ରର ୨୮୮ ଆସନ ଭୋଟ୍ ଗ୍ରହଣ ହୋଇଥିଲା। ସେହିପରି ଝାରଖଣ୍ଡର ୮୧ଟି ଆସନରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା।
National
ସାମାନ୍ୟ ସୁଧୁରିବା ପରେ ପୁଣି ସିଭିୟର ହେଲା ଦିଲ୍ଲୀର ପ୍ରଦୂଷଣ
୨୪ ଘଣ୍ଟା ମଧ୍ୟରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ୪୦୧ରେ ପହଞ୍ଚିଛି। ଏହାର ଅର୍ଥ ଦିଲ୍ଲୀରେ ପ୍ରଦୂଷଣ ପୁଣି ସାଂଘାତିକ ସ୍ତର ଛୁଇଁଛି।
National
ସ୍ଥିତି ସାଂଘାତିକ: ମଣିପୁର ଗଲେ ଆଉ ୧୦,୮୦୦ ସୁରକ୍ଷାକର୍ମୀ
୨୦୨୩ ମେ’ ମାସରୁ ମଣିପୁରରେ ଲାଗି ରହିଥିବା ହିଂସା ଯୋଗୁ ୨୫୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏବେର ସ୍ଥିତିକୁ ଦୃଷ୍ଟିରେ ଆଉ ୯୦ କମ୍ପାନୀ ସୁରକ୍ଷାକର୍ମୀ ଏଠାକୁ ଆସୁଛନ୍ତି।
Viral
ସୁକମାରେ ୧୦ ନକ୍ସଲଙ୍କୁ ନିପାତ ପରେ ନାଚିକି ଧୂଳି ଉଡ଼ାଇଲେ ଯବାନ
ସୁକମାରେ ଏନକାଉଣ୍ଟର ପରେ ନାଚି ନାଚି ଖୁସି ମନାଇଛନ୍ତି ଯବାନ।