ଚୀନ ସେନା ସହିତ ମୁହାଁମୁହିଁ, ୩ ଭାରତୀୟ ଯବାନ ସହିଦ

ନୂଆଦିଲ୍ଲୀ: ମେ’ ମାସ ପ୍ରାରମ୍ଭରୁ ଲଦାଖରେ ଲାଇନ୍ ଅଫ୍ ଆକ୍‌ଚୁଆଲ୍‌ କଣ୍ଟ୍ରୋଲ୍‌ (ଏଲ୍‌ଏସି)ରେ ଭାରତ ଓ ଚୀନ ସେନା ମଧ୍ୟରେ ଦେଖାଯାଇଥିବା ଉତ୍ତେଜନା ଏବେ ସାଂଘାତିକ ରୂପ ନେଇଛି। ଗତକାଲି ଗଲୱାନ ଘାଟି ନିକଟରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ରକ୍ତାକ୍ତ ମାରପିଟ ହୋଇଥିଲା। ଏଥିରେ ଭାରତର ୩ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ରହିଛନ୍ତି। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଗଲୱାନ ଘାଟିରେ ସୋମବାର ରାତିରେ […]

china1

Jitendra Garnayak
  • Published: Tuesday, 16 June 2020
  • , Updated: 16 June 2020, 01:36 PM IST

ନୂଆଦିଲ୍ଲୀ: ମେ’ ମାସ ପ୍ରାରମ୍ଭରୁ ଲଦାଖରେ ଲାଇନ୍ ଅଫ୍ ଆକ୍‌ଚୁଆଲ୍‌ କଣ୍ଟ୍ରୋଲ୍‌ (ଏଲ୍‌ଏସି)ରେ ଭାରତ ଓ ଚୀନ ସେନା ମଧ୍ୟରେ ଦେଖାଯାଇଥିବା ଉତ୍ତେଜନା ଏବେ ସାଂଘାତିକ ରୂପ ନେଇଛି। ଗତକାଲି ଗଲୱାନ ଘାଟି ନିକଟରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ରକ୍ତାକ୍ତ ମାରପିଟ ହୋଇଥିଲା। ଏଥିରେ ଭାରତର ୩ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ରହିଛନ୍ତି।

ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଗଲୱାନ ଘାଟିରେ ସୋମବାର ରାତିରେ ଡି-ଏସ୍କେଲେସନ୍ ପ୍ରକ୍ରିୟା ବେଳେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏଥିରେ ଭାରତୀୟ ସେନାର ଜଣେ ଅଫିସରଙ୍କ ସହିତ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ଏହି ମାମଲାକୁ ଶାନ୍ତ କରିବା ପାଇଁ ଏବେ ଦୁଇ ଦେଶର ସେନାର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଛି।

ମେ’ ମାସ ପ୍ରାରମ୍ଭରେ ଚୀନ ସୈନିକମାନେ ଏଲ୍‌ଏସି ପାର ହୋଇ ପେଂଗୋଂଗ ହ୍ରଦ ଓ ଗଲୱାନ ଘାଟି ପର୍ଯ୍ୟନ୍ତ ପଳାଇ ଆସିଥିଲେ। ଚୀନ ପକ୍ଷରୁ ଏଲ୍‌ଏସି ପାଖରେ ପାଖାପାଖି ୫ ହଜାର ଯବାନଙ୍କୁ ମୁତୟନ କରାଯାଇଥିବା ବେଳେ ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମ ମଧ୍ୟ ଠୁଳ କରାଯାଇଥିଲା।

Related story