ଟେରର୍‌ ଫଣ୍ଡିଂ ମାମଲାରେ ୩ ବିଚ୍ଛିନ୍ନତାବାଦୀ ନେତା ଗିରଫ

ନୂଆଦିଲ୍ଲୀ: ଟେରର୍‌ ଫଣ୍ଡିଂ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ୩ ଜଣ ବିଚ୍ଛିନ୍ନତାବାଦୀ ନେତା ମର୍ଶତ ଆଲାମ, ଆସିୟା ଆନ୍ଦ୍ରବି ଓ ଶବିର ଶାହଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ଏମାନଙ୍କୁ ଗିରଫ କରାଯିବା ପରେ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସମସ୍ତଙ୍କୁ ୧୦ ଦିନ ପାଇଁ ପୁଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି। ଏମାନେ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦର ଆତଙ୍କୀ ସଂଗଠନ ଜାମାତ୍‌ -ଉଦ୍‌ ଦାୱା ସହ ଟେରର୍‌ ଫଣ୍ଡିଂ […]

waqq

Hemant Lenka
  • Published: Tuesday, 04 June 2019
  • , Updated: 04 June 2019, 05:10 PM IST

ନୂଆଦିଲ୍ଲୀ: ଟେରର୍‌ ଫଣ୍ଡିଂ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ୩ ଜଣ ବିଚ୍ଛିନ୍ନତାବାଦୀ ନେତା ମର୍ଶତ ଆଲାମ, ଆସିୟା ଆନ୍ଦ୍ରବି ଓ ଶବିର ଶାହଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ଏମାନଙ୍କୁ ଗିରଫ କରାଯିବା ପରେ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସମସ୍ତଙ୍କୁ ୧୦ ଦିନ ପାଇଁ ପୁଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି। ଏମାନେ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦର ଆତଙ୍କୀ ସଂଗଠନ ଜାମାତ୍‌ -ଉଦ୍‌ ଦାୱା ସହ ଟେରର୍‌ ଫଣ୍ଡିଂ ମାମଲାରେ ସଂପୃକ୍ତ ଥିବା ଜଣାପଡ଼ିଛି।

ପୂର୍ବରୁ ଆଉ ଏକ ମାମଲାରେ ଏନ୍‌ଆଇଏ ଆସିୟା ଓ ଶାହଙ୍କୁ ନିଜ ହେଫାଜତରେ ରଖିଥିଲା। ଆଜି ସକାଳେ ଆଲାମକୁ ଜମ୍ମୁ-କଶ୍ମୀରରୁ ଏଠାକୁ ଅଣାଯାଇଥିଲା। ସମସ୍ତଙ୍କୁ ସ୍ୱତନ୍ତ୍ର ବିଚାରପତି ରାକେଶ ସୟଲଙ୍କ ଚ୍ୟାମ୍ବରରେ ଏନ୍‌ଆଇଏ ପକ୍ଷରୁ ହାଜର କରାଯାଇ ୧୫ ଦିନର ରିମାଣ୍ଡ ପାଇଁ ଆବେଦନ ହୋଇଥିଲା। ହେଲେ ଅଭିଯୁକ୍ତମାନଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଏମ୍‌ଏସ୍‌ ଖାନ୍‌ ଏହାକୁ ବିରୋଧ କରିଥିଲେ।

ଶେଷରେ କୋର୍ଟ ସମସ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ପଠାଇ ଦେଇଥିଲେ। ଊପତ୍ୟକାରେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ବା ଟେରର୍‌ ଫଣ୍ଡିଂ କରୁଥିବା ଅଭିଯୋଗରେ ଏନ୍‌ଆଇଏ ହାଫିଜ୍‌, ଶେଖ ସଲାଉଦ୍ଦିନ ଓ ଅନ୍ୟ ୧୦ ଜଣ ବିଚ୍ଛିନ୍ନତାବାଦୀଙ୍କ ନାଁରେ ୨୦୧୮ ମସିହାରେ ଚାର୍ଜଶିଟ୍‌ ଦାଖଲ କରିଥିଲା।

Related story