ଅହମଦାବାଦ: ଗୁଜରାଟ ସ୍ଥିତ ଅହମଦାବାଦ ଅମରାଇବାଡିର ଜନତା ନଗରରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏଥିରେ ଜଣେ ୭୦ ବର୍ଷୀୟ ବୃଦ୍ଧ ମହିଳାଙ୍କର ମୃତ୍ୟୁ ଘଟିଛି। ଅନେକ ଲୋକ କୋଠା ଭିତରେ ଫଶିରହିଥିବା ସୂଚନା ରହିଛି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଟିମ୍ ଆସି ଲୋକଙ୍କୁ ଉଦ୍ଧାର କରୁଛନ୍ତି।
Gujarat: A three-storey building collapses in Amraiwadi area in Ahmedabad. Rescue operation underway. pic.twitter.com/jRtU4Tae7h
— ANI (@ANI) September 5, 2019
ଏଯାବତ୍ ୫ ଜଣ ଲୋକଙ୍କୁ କୋଠା ଭିତରୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି। ଆହୁରି ୧୦ ଜଣ କୋଠା ଭିତରେ ଫଶି ହୋଇ ରହିଥିବା ସୂଚନା ରହିଛି। କୋଠାରେ ରହୁଥିବା ସମସ୍ତ ଲୋକ ଭଡ଼ାଟିଆ ଥିଲେ। କୋଠାର ମାଲିକ ଅନ୍ୟତ୍ର ରହୁଥିବା ସୂଚନା ରହିଛି। ଖବର ଲେଖାହେବା ଯାଏ କୋଠା ଭୁଶୁଡ଼ି ପଡ଼ିବାର କାରଣ ଅସ୍ପଷ୍ଟ ରହିଛି।