ସାଥୀ ଖୋଜି ଖୋଜି ୨ ହଜାର କିଲୋମିଟର ଚାଲିଲା ବାଘ, ଲୋକେ କହିଲେ ୟାକୁ ଟିଣ୍ଡର୍ ବ୍ୟବହାର ଶିଖାଅ
ନୂଆଦିଲ୍ଲୀ: ଋତୁ ବଦଳିବା ସହ ପଶୁ ପକ୍ଷୀ ସ୍ଥାନ ପରିବର୍ତ୍ତନ କରିବା କଥା ଆମେ ସମସ୍ତେ ଜାଣିଛେ। ଏପରିକି ସାଥୀ ଖୋଜିବାକୁ ମଧ୍ୟ ସେମାନେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବା କଥା ମଧ୍ୟ ଜାଣିଛେ। କିନ୍ତୁ ଆଇଏଫ୍ଏସ୍ ପ୍ରବୀଣ କଶୱାନ୍ ଏଭଳି ଜଣେ ବାଘ କଥା ଟ୍ୱିଟରରେ ଲେଖିଛନ୍ତି, ଯେକି ସାଥି ଖୋଜିବାକୁ ୨୦୦୦ କିଲୋମିଟର ବାଟ ଚାଲିବାକୁ ପଛାଇନି।
This #Tiger from India after walking into records has settled to Dnyanganga forest. He walked for 2000 Kms through canals, fields, forest, roads & no conflict recorded. Resting in daytime & walking in night all for finding a suitable partner. Was being continuously monitored. pic.twitter.com/N1jKGXtMh2
— Parveen Kaswan, IFS (@ParveenKaswan) March 5, 2020
ସେ ଏକ ବାଘର ଫଟୋ ଶେୟାର କରିବା ସହ ଲେଖିଛନ୍ତି, “ଭାରତର ଏହି ବାଘ କେନାଲ, ବିଲ, ଜଙ୍ଗଲ, ରାସ୍ତା ଏବଂ ଅନ୍ୟ ବାଧାବିଘ୍ନ ଦେଇ ୨୦୦୦ କିଲୋମିଟର ଚାଲିଛି। ବାଟସାରା କାହାର କିଛି କ୍ଷତି କରିନି। ସେ ଦିନରେ ବିଶ୍ରାମ ନେଇ ରାତିରା ଚାଲୁଥିଲା। କେବଳ ଜଣେ ଯୋଗ୍ୟ ସାଥୀ ପାଇଁ ସେ ଏଭଳି ପରିଶ୍ରମ କରିଛି। ୟା ଉପରେ ଲଗାତାର ନଜର ରଖାଯାଇଥିଲା।” ପ୍ରବୀଣ କହିଛନ୍ତି, ଭିଏଚ୍ଏଫ୍ ରେଡିଓ ଏବଂ ଜିପିଏସ୍ ସହାୟତାରେ ତା’ ଉପରେ ନଜର ରଖାଯାଇଥିଲା।
The tiger was radio tagged in March 2019. So you can calculate the time period. Tracking is done by VHF radio and GPS trackers.
— Parveen Kaswan, IFS (@ParveenKaswan) March 5, 2020
ଏହା ପରେ ବହୁ ମଜାଦାର ଟ୍ୱିଟ୍ ସବୁ ଆସିଛି। ଜଣେ ଲେଖିଛନ୍ତି, ଏଠି ଲୋକେ ନେଟ୍ଫ୍ଲିକ୍ସ ପାସୱାର୍ଡ ଦେଉନାହାନ୍ତି, କିନ୍ତୁ ଏ ବାଘ ଏତେ ପରିଶ୍ରମ କରୁଛି। ଜଣେ ଲେଖିଛନ୍ତି, ସେ ପାଇଥିବା ବାଘୁଣୀ ବଡ଼ ଭାଗ୍ୟବାନ ହୋଇଥି। ମଣିଷମାନେ ନିଜ କାମକୁ ବହୁତ ଅଧିକ କରି ଦେଖାଉଛନ୍ତି। ଜଣେ ଲେଖିଛନ୍ତି, ବାଘ ମାନଙ୍କ ପାଇଁ ଟିଣ୍ଡର ଦରକାର।
need tinder for tigers
— Arimaspi (@ticktick20) March 5, 2020
And here men will not even share their @NetflixIndia passwords. 🙄 https://t.co/c0ASMwkDh6
— Ananya Bhattacharya (@ananya116) March 5, 2020
What a lucky tigress it would be…
He walked 2000 kms & settled for nothing less meanwhile.
& These human exaggerate their struggle in love. 🙄— Shruti Pandey⚠️ (@Shruti20201) March 5, 2020
Wow, 2000kms and no conflict, this tiger is a real hero, finding food on the way, keeping away from poachers, all the struggle worth if he finds his partner.
— Sanjay (@Sanjay51295858) March 5, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।