ସର୍ଭେ କହୁଛି ଗୁଜରାଟରେ କଡ଼ା ଟକ୍କର: କଂଗ୍ରେସ ଠାରୁ ମାତ୍ର ୧୩ଟି ଅଧିକ ଆସନ ପାଇବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଜରାଟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର। ଏଥର ବିଜେପିକୁ କଡ଼ା ଚ୍ୟାଲେଞ୍ଜ ଦେବ କଂଗ୍ରେସ।  ସଦ୍ୟ ପ୍ରକାଶିତ ସର୍ଭେରୁ ଏହା ଅନୁମାନ କରାଯାଉଛି। ଲୋକନୀତି-CSDS ପୋଲ୍ ଅନୁସାରେ କଂଗ୍ରେସ ଓ ବିଜେପିକୁ ମିଳିବ ୪୩ ପ୍ରତିଶତ ଲେଖାଏଁ ଭୋଟ। ବିଜେପି ୯୧ରୁ ୯୯ଟି ଆସନ ଏବଂ କଂଗ୍ରେସ ୭୮ରୁ ୮୬ଟି ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ବିଜେପିକୁ ସହରାଞ୍ଚଳରେ ଅଧିକ ଭୋଟ ମିଳୁଥିବା ବେଳେ କଂଗ୍ରେସକୁ ଗ୍ରାମାଞ୍ଚଳରେ ଅଧିକ ଭୋଟ […]

modi-rahul-pti-1

modi-rahul-pti-1

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 07:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁଜରାଟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର। ଏଥର ବିଜେପିକୁ କଡ଼ା ଚ୍ୟାଲେଞ୍ଜ ଦେବ କଂଗ୍ରେସ।  ସଦ୍ୟ ପ୍ରକାଶିତ ସର୍ଭେରୁ ଏହା ଅନୁମାନ କରାଯାଉଛି। ଲୋକନୀତି-CSDS ପୋଲ୍ ଅନୁସାରେ କଂଗ୍ରେସ ଓ ବିଜେପିକୁ ମିଳିବ ୪୩ ପ୍ରତିଶତ ଲେଖାଏଁ ଭୋଟ। ବିଜେପି ୯୧ରୁ ୯୯ଟି ଆସନ ଏବଂ କଂଗ୍ରେସ ୭୮ରୁ ୮୬ଟି ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ବିଜେପିକୁ ସହରାଞ୍ଚଳରେ ଅଧିକ ଭୋଟ ମିଳୁଥିବା ବେଳେ କଂଗ୍ରେସକୁ ଗ୍ରାମାଞ୍ଚଳରେ ଅଧିକ ଭୋଟ ମିଳିବ ବୋଲି ସର୍ଭେରେ କୁହାଯାଇଛି। ଏହି ସର୍ଭେ ଅନୁସାରେ ନିର୍ବାଚନ ପାଖେଇ ଆସିବା ସହିତ କଂଗ୍ରେସର ଲୋକପ୍ରିୟତା ବଢୁଛି। ଗତ ଅଗଷ୍ଟରେ ହୋଇଥିବା ସର୍ଭେ ଅନୁସାରେ ବିଜେପିକୁ ୧୫୦ରୁ ଅଧିକ ସିଟ୍ ମିଳିବ ବୋଲି ପୂର୍ବାନୁମାନ କରାଯାଇଥିଲା। ଏବେ ତାହା ଶହେ ତଳକୁ ଖସି ଆସିଲାଣି  ବିମୁଦ୍ରିକରଣ, ଜିଏସ୍ଟି ଓ ଚାଷ ପ୍ରସଙ୍ଗରେ ବିଜେପି ଉପରେ ଲୋକେ ଖପ୍ପା ବୋଲି ଜଣାପଡ଼ିଛି। ଯେଉଁମାନେ ୨୦୧୪ରେ ବିଜେପିକୁ ଭୋଟ ଦେଇଥିଲେ, ସେମାନଙ୍କ ମଧ୍ୟରୁ ୫୪ ପ୍ରତିଶତ ମୋଦି ସରକାରର କାମରେ ସନ୍ତୁଷ୍ଟ ନୁହନ୍ତି। ଅଚ୍ଛେ ଦିନ୍ ଏଯାଏ ଆସିନାହିଁ ବୋଲି ସେମାନେ କହିଛନ୍ତି  ତେଣୁ ଗୁଜରାଟ ନିର୍ବାଚନ କିଛି ରୋମାଞ୍ଚକର ଫଳାଫଳ ଦେଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos