ତିହାର ଜେଲରେ ଛୋଟା ରାଜନକୁ ହତ୍ୟା ଧମକ

ନୂଆଦିଲ୍ଲୀ: ତିହାର ଜେଲରେ କଡ଼ା ସୁରକ୍ଷା ମଧ୍ୟରେ ଥିବା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନକୁ ହତ୍ୟା ଧମକ ଦିଆଯାଇଛି। ଜେଲ୍‌ର ଲ୍ୟାଣ୍ଡ ଫୋନ୍‌ ଓ ଲ’ ଅଫିସର ସୁନୀଲ ଗୁପ୍ତାଙ୍କ ମୋବାଇଲ ଫୋନକୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ରାଜନଙ୍କୁ ହତ୍ୟା କରାଯିବାକୁ ଧମକ ଦିଆଯାଇଛି। ଏପରି ଧମକ ଆସିବା ପରେ ତିହାଡ଼ ଜେଲ୍‌ରେ ରାଜନର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଇଣ୍ଡୋନେସିଆ ବାର୍ଲି ଦ୍ୱୀପରୁ ଗିରଫ ହେବା ପରେ ରାଜନକୁ ଭାରତ କଣାଯାଇଥିଲା। ୨୦୧୫ ମସିହାରେ ଅକ୍ଟୋବରରେ ଛୋଟା […]

chhota rajan

Rakesh Mallick
  • Published: Sunday, 01 May 2016
  • , Updated: 01 May 2016, 12:22 PM IST

ନୂଆଦିଲ୍ଲୀ: ତିହାର ଜେଲରେ କଡ଼ା ସୁରକ୍ଷା ମଧ୍ୟରେ ଥିବା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନକୁ ହତ୍ୟା ଧମକ ଦିଆଯାଇଛି। ଜେଲ୍‌ର ଲ୍ୟାଣ୍ଡ ଫୋନ୍‌ ଓ ଲ’ ଅଫିସର ସୁନୀଲ ଗୁପ୍ତାଙ୍କ ମୋବାଇଲ ଫୋନକୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ରାଜନଙ୍କୁ ହତ୍ୟା କରାଯିବାକୁ ଧମକ ଦିଆଯାଇଛି। ଏପରି ଧମକ ଆସିବା ପରେ ତିହାଡ଼ ଜେଲ୍‌ରେ ରାଜନର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

ଇଣ୍ଡୋନେସିଆ ବାର୍ଲି ଦ୍ୱୀପରୁ ଗିରଫ ହେବା ପରେ ରାଜନକୁ ଭାରତ କଣାଯାଇଥିଲା। ୨୦୧୫ ମସିହାରେ ଅକ୍ଟୋବରରେ ଛୋଟା ରାଜନଙ୍କୁ ତିହାର ଜେଲରେ ରହୁଛି।

ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ଶକୀଲ ପକ୍ଷରୁ ଏହି ଧମକ ଦିଆଯାଇଥିବା ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି। ମୁମ୍ବାଇ ବୋମା ବିସ୍ଫୋରଣସହ ବିଭିନ୍ନ ସଙ୍ଗୀନ ଅଭିଯୋଗରେ ଅଭିଯୁକ୍ତ ଦାଉଦ ଇବ୍ରାହିମର ଅତି ନିକଟତର ଛୋଟା ଶକୀଲ ବହୁଦିନ ହେଲା ଛୋଟା ରାଜନ ପଛରେ ପଡିଛି।

ଜେଲ୍‌ର ଲ୍ୟାଣ୍ଡ ଫୋନ୍‌କୁ ଆସିଥିବା କଲ୍‌ ଓ ଗୁପ୍ତାଙ୍କ ମୋବାଇଲକୁ ଆସିଥିବା ଏସ୍‌ଏମ୍‌ଏସ୍‌ରେ ‘ବହୁତ ଶୀଘ୍ର ଛୋଟା ରାଜନକୁ ହତ୍ୟା କରାଯିବ, ତୁମେ ତାକୁ କେତେ ଦିନ ପର୍ଯ୍ୟନ୍ତ ବଞ୍ଚେଇ ପାରିବ’ ବୋଲି ଉଲ୍ଲେଖ ରହିଛି।

Related story