ଟିକଟକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଚାଇନିଜ୍‌ ଭିଡିଓ ଶେୟାରିଂ ଆପ୍‌ ଟିକଟକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେଭିନ ମେୟର କମ୍ପାନୀରୁ ଇସ୍ତଫା ଦେଇଛନ୍ତି। କେଭିନ ହଠାତ୍‌ ପଦ ଛାଡ଼ିବାରୁ ତାଙ୍କ ସ୍ଥାନରେ କମ୍ପାନୀର ଜେନେରାଲ ମ୍ୟାନେଜର ଭାନେସା ପାପ୍ପାସ ଅନ୍ତରୀଣ ଦାୟିତ୍ୱରେ ରହିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକଟକ ଉପରେ ବ୍ୟାନ ଲଗାଇବା ପାଇଁ ନିକଟରେ ଏକ ଫାଇଲରେ ଦସ୍ତଖତ କରିଥିଲେ। ଏହାକୁ ବିରୋଧ କରି ଟିକଟକ ଟ୍ରମ୍ପ ପ୍ରଶାସନ ବିରୋଧରେ ଆଇନଗତ ଲଢ଼େଇ ଆରମ୍ଭ କରିଥିଲା। ଏସବୁ ଭିତରେ […]

dg

Hemant Lenka
  • Published: Thursday, 27 August 2020
  • , Updated: 27 August 2020, 02:46 PM IST

ନୂଆଦିଲ୍ଲୀ: ଚାଇନିଜ୍‌ ଭିଡିଓ ଶେୟାରିଂ ଆପ୍‌ ଟିକଟକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେଭିନ ମେୟର କମ୍ପାନୀରୁ ଇସ୍ତଫା ଦେଇଛନ୍ତି। କେଭିନ ହଠାତ୍‌ ପଦ ଛାଡ଼ିବାରୁ ତାଙ୍କ ସ୍ଥାନରେ କମ୍ପାନୀର ଜେନେରାଲ ମ୍ୟାନେଜର ଭାନେସା ପାପ୍ପାସ ଅନ୍ତରୀଣ ଦାୟିତ୍ୱରେ ରହିବେ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକଟକ ଉପରେ ବ୍ୟାନ ଲଗାଇବା ପାଇଁ ନିକଟରେ ଏକ ଫାଇଲରେ ଦସ୍ତଖତ କରିଥିଲେ। ଏହାକୁ ବିରୋଧ କରି ଟିକଟକ ଟ୍ରମ୍ପ ପ୍ରଶାସନ ବିରୋଧରେ ଆଇନଗତ ଲଢ଼େଇ ଆରମ୍ଭ କରିଥିଲା।

ଏସବୁ ଭିତରେ ହିଁ କେଭିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଜୁନ୍‌ ୧ରେ କେଭିନ ଟିକଟକରେ ଯୋଗଦେବା ପୂର୍ବରୁ Walt Disney Coର ଟପ୍‌ ଷ୍ଟ୍ରିମିଙ୍ଗ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।

Related story